ସୁଟିଂ ସେଟରେ ନିର୍ଦ୍ଦେଶକଙ୍କୁ ମନ ଦେଇଥିଲେ ଏହି ୮ ଅଭିନେତ୍ରୀ, ପରେ କରିଥିଲେ ବିବାହ

ସାଧାରଣତଃ ଫିଲ୍ମରେ ଆପଣମାନେ ଦେଖିଥିବେ ହିରୋ, ହିରୋଇନ ପରସ୍ପରକୁ ନେଇ ବିବାହ କରିଥାନ୍ତି। କିନ୍ତୁ ବାସ୍ତବ ଜୀବନରେ ହିରୋଇନ ମାନେ, ହିରୋଙ୍କୁ ଛାଡ଼ି ନିର୍ଦ୍ଦେଶକଙ୍କ ପ୍ରେମରେ ପଡ଼ି ତାଙ୍କୁ ବିବାହ କରିଥାନ୍ତି। ଆଜି ଆମେ ଆପଣଙ୍କୁ ଏମିତି କିଛି ହିରୋଇନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ଫିଲ୍ମ ସୁଟିଂ ପରେ ନିଜ ନିର୍ଦ୍ଦେଶକଙ୍କୁ ବିବାହ କରିଛନ୍ତି।
-‘ପାପ’ ଏବଂ ‘ଜହର’ ଭଳି ଫିଲ୍ମରେ ଅଭିନୟ କରିଥିବା ଅଭିନେତ୍ରୀ ଉଦିତା ଗୋସ୍ବାମୀ ବିବାହ ପାଇଁ ଜଣେ ନିର୍ଦ୍ଦେଶକଙ୍କୁ ପସନ୍ଦ କରିଥିଲେ। ୯ ବର୍ଷ ପର୍ଯ୍ୟନ୍ତ ପରସ୍ପରକୁ ଡେଟ କରିବା ପରେ ଉଦିତା ଏବଂ ମୋହିତ ସୁରୀ ୨୦୧୩ ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।
-ରାନୀ ମୁଖାର୍ଜୀ ୟସରାଜ ଫିଲ୍ମର ମାଲିକ ଆଦିତ୍ୟ ଚୋପ୍ରାଙ୍କୁ ୨୦୧୪ ରେ ବିବାହ କରିଥିଲେ। ଦୁଇଜଣଙ୍କ ମଧ୍ୟରେ ବହୁ ବର୍ଷ ଧରି ସମ୍ବନ୍ଧ ରହିଥିଲା, କିନ୍ତୁ ଏହି କଥା ସେମାନେ କେବେ ପ୍ରକାଶ କରିନଥିଲେ। ଅଚାନକ ଗୋଟେ ଦିନ ସେମାନେ ବିବାହ କରିବା ପାଇଁ ଘୋଷଣା କରିଥିଲେ। ରାନୀ ମୁଖାର୍ଜୀ ଏବଂ ଆଦିତ୍ୟ ଚୋପ୍ରା ଗୁପ୍ତରେ ଇଟାଲୀରେ ବିବାହ କରିଥିଲେ।
-ବଲିଉଡର ହିଟ ଅଭିନେତ୍ରୀ ଶ୍ରୀଦେବୀ ମଧ୍ୟ ନିର୍ଦ୍ଦେଶକ ବୋନୀ କପୂରଙ୍କୁ ବିବାହ କରିଥିଲେ। ଆପଣମାନେ ଜାଣିଥିବେ ବୋନୀ କପୂର ଶ୍ରୀଦେବୀଙ୍କ ପ୍ରେମରେ ପାଗଳ ଥିଲେ। ଶ୍ରୀଦେବୀଙ୍କ ପାଇଁ ବୋନୀ କପୂର ତାଙ୍କ ପ୍ରଥମ ସ୍ତ୍ରୀଙ୍କୁ ମଧ୍ୟ ଛାଡ଼ପତ୍ର ଦେଇଥିଲେ। ପରିସ୍ଥିତି ଏପରି କିଛି ହେବା ପରେ ଶ୍ରୀଦେବୀ, ବୋନୀ କପୂରଙ୍କୁ ବିବାହ କରିଥିଲେ।
-ସୋନାଲି ବିନ୍ଦ୍ରେ ମଧ୍ୟ ନିର୍ଦ୍ଦେଶକ ଗୋଲ୍ଡି ବେହଲଙ୍କୁ ବିବାହ କରିଥିଲେ। ୧୯୯୪ ରେ ଫିଲ୍ମ ‘ନାରାଜ’ ର ସୁଟିଙ୍ଗ ସେଟରେ ଦୁଇଜଣ ଦେଖା ହୋଇଥିଲା। ଗୋଲ୍ଡି ବେହଲଙ୍କ ଭଉଣୀ ସୋନାଲି ବିନ୍ଦ୍ରେଙ୍କ ସହ ତାଙ୍କର ପରିଚିତ କରାଇଥିଲେ। ସୋନାଲିଙ୍କୁ ଦେଖିବା ପରେ ଗୋଲ୍ଡି ବେହଲ ତାଙ୍କୁ ଭଲ ପାଇଥିଲେ, କିନ୍ତୁ ୪ ବର୍ଷ ପର୍ଯ୍ୟନ୍ତ ସେ ଏହି କଥା ସୋନାଲିଙ୍କୁ କହିପାରିନଥିଲେ। ଏହାପରେ ସେ ‘ଅଙ୍ଗାରେ’ ଫିଲ୍ମର ସୁଟିଂ ସମୟରେ ସୋନାଲିଙ୍କୁ ତାଙ୍କ ମନ କଥା କହିଥିଲେ।
-‘ମହାଭାରତ’, ‘ସ୍ବାଭିମାନ’ ଏବଂ ‘ବୁନିଆଦ’ ଭଳି ସଫଳ ଟିଭି ସିରିଏଲରେ ଅଭିନୟ କରିଥିବା ଅଭିନେତ୍ରୀ କିରଣ ଜୁନେଜା ମଧ୍ୟ ନିର୍ଦ୍ଦେଶକ ରମେଶ ସିପ୍ପୀଙ୍କୁ ବିବାହ କରିଥିଲେ।। ସିପ୍ପୀ ପ୍ରଥମରୁ ବିବାହିତ ଥିଲେ କିନ୍ତୁ ସେ କିରଣଙ୍କୁ ବିବାହ କରିବା ପାଇଁ ତାଙ୍କର ପ୍ରଥମ ପତ୍ନୀଙ୍କୁ ଛାଡ଼ପତ୍ର ଦେଇଥିଲେ। ‘ବୁନିଆଦ’ ସିରିଏଲରେ ଦୁଇଜଣ ଦେଖା ହେବା ପରେ ବିବାହ କରିଥିଲେ।
-ଅଭିନେତ୍ରୀ ସୋନୀ ରାଜଦାନ ମଧ୍ୟ ନିର୍ଦ୍ଦେଶକ ମହେଶ ଭଟ୍ଟଙ୍କୁ ବିବାହ କରିଥିଲେ। ନିର୍ଦ୍ଦେଶକ ମହେଶ ଭଟ୍ଟ ସୋନୀ ରାଜଦାନଙ୍କୁ ବହୁତ ଭଲ ପାଉଥିଲେ। ଯାହା ଫଳରେ ସେ ତାଙ୍କର ପ୍ରଥମ ବୈବାହିକ ଜୀବନ ପରେ ମଧ୍ୟ ଅଭିନେତ୍ରୀ ସୋନୀଙ୍କୁ ବିବାହ କରିଥିଲେ। କିନ୍ତୁ ସେ ତାଙ୍କର ପ୍ରଥମ ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେଇନଥିଲେ।
-ଅଭିନେତ୍ରୀ କଲକୀ କୋଚଲିନ ସେହି ହିରୋଇନ ମାନଙ୍କ ମଧ୍ୟରୁ ଜଣେ ଯିଏ ନିର୍ଦ୍ଦେଶକଙ୍କୁ ବିବାହ କରିଥିଲେ। କଲକୀ ଏବଂ ଅନୁରାଗ କଶ୍ୟପ ଫିଲ୍ମ ‘ଦେବ ଡି’ ଜରିଆରେ ପରସ୍ପର ନିକଟତର ହୋଇଥିଲେ। ସେହି ସମୟରେ ଅନୁରାଗ ପୂର୍ବରୁ ବିବାହ କରିଥିଲେ, କିନ୍ତୁ ସେ କଲକୀ ବିବାହ କରିବା ପାଇଁ ତାଙ୍କର ପ୍ରଥମ ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେଇଥିଲେ। ବିବାହ ପରେ କଲକୀଙ୍କ ସହ ମଧ୍ୟ ତାଙ୍କର ସମ୍ପର୍କ ଦୀର୍ଘ ଦିନ ପର୍ଯ୍ୟନ୍ତ ରହିନଥିଲା। ଶେଷରେ ଅନୁରାଗ ଏବଂ କଲକୀ ଅଲଗା ହୋଇଯାଇଥିଲେ।
-ଦିପ୍ତି ନବଲ ମଧ୍ୟ ନିର୍ଦ୍ଦେଶକ ପ୍ରକାଶ ଝା ଙ୍କୁ ବିବାହ କରିଥିଲେ। ଦୁଇଜଣଙ୍କ ମଧ୍ୟରେ ପ୍ରେମ ବିବାହ ହୋଇଥିଲେ ମଧ୍ୟ ଦୀର୍ଘ ସମୟ ପର୍ଯ୍ୟନ୍ତ ସମ୍ପର୍କରେ ରହିନଥିଲେ। ଶେଷରେ ୨୦୦୨ ରେ ଦୁଇଜଣଙ୍କର ଛାଡ଼ପତ୍ର ହୋଇଥିଲା।