ଖାଲିରେ ଦେଶର ଲୋକପ୍ରିୟ ସିଙ୍ଗର୍ ନୁହଁନ୍ତି ଅରିଜିତ୍, ପରଫେକ୍ଟ କରିବା ପାଇଁ ୧୨୦୦ ଥର ବୋଲିଛନ୍ତି ଏହି ଗୀତ

ବର୍ତ୍ତମାନ ଚର୍ଚ୍ଚାରେ କରଣ ଯୋହରଙ୍କ ମଲ୍ଟି ଷ୍ଟାରର୍ ଫିଲ୍ମ କଲଙ୍କ । ଫିଲ୍ମକୁ ଚର୍ଚ୍ଚାର ବିଷୟବସ୍ତୁ କରି ରଖିବା ପାଇଁ ବିଭିନ୍ନ ପ୍ରକାର ଚେଷ୍ଟା ମଧ୍ୟ କରାଯାଉଛି । ଟିଜର – ଟ୍ରେଲର୍ ପରେ କଳାକାରଙ୍କ ବୟାନ୍ । ଏଭଳି ବିଭିନ୍ନ ଉପାୟରେ ଚର୍ଚ୍ଚାରେ କଲଙ୍କ । ତେବେ କଳାକାରମାନେ ପ୍ରମୋସନ୍ ସମୟରେ ଫିଲ୍ମ ସହ ଜଡିତ ଅନେକ ମଜାଦାର କଥା ଦର୍ଶକଙ୍କ ସହ ସେୟାର୍ କରିଛନ୍ତି । ନିକଟରେବରୁଣ ଧୱନ୍ ଫିଲ୍ମର ଟାଇଟେଲ୍ ଟ୍ରାକକୁ ନେଇ ଏକ ବଡ଼ ଖୁଲାସା କରିଛନ୍ତି । ଯାହା ଶୁଣିଲେ ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯିବ ।

କଲଙ୍କର ଟାଇଟେଲ୍ ଟ୍ରାକ୍ ୧୨୦୦ ଟେକ୍ ପରେ ରେକର୍ଡ ହୋଇଛି । ଅର୍ଥାତ୍ ଯେଉଁ ଗୀତ ଆପଣ ଶୁଣିଛନ୍ତି ତାକୁ ରେକର୍ଡ କରିବା ପୂର୍ବରୁ ୧୨୦୦ ଥର ଗାଇଛନ୍ତି ଅରିଜିତ୍ ସିଂହ । କଲଙ୍କ ନେହିଁ ଇସ୍କ ହେ ର ସଙ୍ଗୀତ ଦେଇଛନ୍ତି ପ୍ରୀତମ । ଗୀତଟିକୁ ଅମିତାଭ୍ ଭଟ୍ଟାଚାର୍ଯ୍ୟ ଲେଖିଥିବା ବେଳେ ସ୍ବର ଦେଇଛନ୍ତି ଲୋକପ୍ରିୟ ସିଙ୍ଗର୍ ଅରିଜିତ୍ ସିଂହ ।

ଅରିଜିତ୍ ନିଜ ଇଛାରେ ୧୨୦୦ ଥର ଗୀତଟିକୁ ଗାଇଥିବା କହିଛନ୍ତି ବରୁଣ । ପ୍ରତି ଥର ଗୀତଟିକୁ ଗାଇ ସାରିବା ପରେ କିଛି ଅଭାବ ରହିଗଲା ପରି ଅନୁଭବ କରନ୍ତି ଅରିଜିତ୍ । ଆଉ ଏହି ଚକ୍କରରେ ପ୍ରାୟ ୧୨୦୦ ଥର ଗୀତଟିକୁ ବୋଲିଛନ୍ତି ଅରିଜିତ୍ । ତେବେ ଏଥିରୁ ଅରିଜିତଙ୍କ ନିଜ କାମ ପ୍ରତି ପ୍ରେମ ଏବଂ ଉତ୍ସର୍ଗୀଭାବ ସ୍ପଷ୍ଟ ଭାବରେ ଜଣା ପଡୁଛି । ବୋଧେ ସେଥିପାଇଁ ଆଜି ଦେଶର ସବୁଠାରୁ ବଡ଼ ଗାୟକମାନଙ୍କ ମଧ୍ୟରୂ ଅନ୍ୟତମ ଅରିଜିତ୍ ।

ଶୁଣନ୍ତୁ ଏହି ଗୀତ : 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.