ଆପଣ କଣ ଖାଦ୍ୟକୁ ଜଲଦି ଚୋବାଇ ଖାଉଛନ୍ତି କି ? ହୋଇ ଯାଆନ୍ତୁ ସତର୍କ, ନଚେତ ଭୋଗିବେ ସମସ୍ୟା

ଛୋଟ ବେଳେ ଖାଦ୍ୟ ଧୀରେ ଧୀରେ ଚୋବାଇ ଖାଇବା ପାଇଁ କୁହାଯାଇଥାଏ। କାରଣ ଧୀରେ ଧୀରେ ଚୋବାଇ ଖାଇବା ଦ୍ୱାରା ପେଟ ଭର୍ତ୍ତି ହେବା ସହ ଅଧିକ ଖାଦ୍ୟ ଖାଇ ହୋଇଥାଏ। କିନ୍ତୁ ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନରେ ଖାଦ୍ୟ ଶୀଘ୍ର ଖାଇବା ଫଳରେ ଲୋକ ଖାଦ୍ୟକୁ ଚୋବାଇବାକୁ ଭୁଲି ଯାଆନ୍ତି। ଏହି କାରଣରୁ ଖାଦ୍ୟରେ ଥିବା ପୋଷକ ତତ୍ତ୍ବ ଆମ ଶରୀରରେ ପହଞ୍ଚି ନଥାଏ। ଯଦି ଆପଣଙ୍କର ମଧ୍ୟ ଏପରି ଅଭ୍ୟାସ ରହିଛି ତେବେ ଜାଣି ରଖନ୍ତୁ ଏନେଇ ହେଉଥିବା ସମସ୍ୟା।

chewing eat-ଖାଦ୍ୟ ଧୀରେ ଧୀରେ ଚୋବାଇ ଖାଇବା ଦ୍ବାରା ପାଚନ କ୍ରିୟା ଭଲଭାବେ ହୋଇଥାଏ। ଏହାର କାରଣ ହେଉଛି ଧୀରେ ଧୀରେ ଚୋବାଇ ଖାଇବା ସମୟରେ ଖାଦ୍ୟରେ ଲାଳଅଂଶ ମିଳିଥାଏ, ଯାହା ଦ୍ବାରା ପାଚନ କ୍ରିୟା ସହଜରେ ହୋଇଥାଏ। ଏହା ଦ୍ବାରା ଆପଣଙ୍କର ମେଟୋବଲିଜିମ ମଧ୍ୟ ବଢିଥାଏ।

-ଡାଇବେଟିଜ ରୋଗ ଦୂର କରିବା ପାଇଁ ଖାଦ୍ୟକୁ ଧୀରେ ଧୀରେ ଚୋବାଇ ଖାଇବା ଉଚିତ। ଏହାର କାରଣ ହେଉଛି ଧୀରେ ଧୀରେ ଚୋବାଇ ଖାଇବା ଦ୍ବାରା ଖାଦ୍ୟ ଭଲଭାବେ ହଜମ ହେବା ସହ ଶରୀରରେ ଗ୍ଲୁକୋଜ ସଠିକ ଭାବେ ପ୍ରଭାବିତ ହୋଇ ଶକ୍ତି ପ୍ରଦାନ କରିଥାଏ।

fruti– ଖାଦ୍ୟକୁ ଭଲଭାବେ ଚୋବାଇ ସେବନ କରିବା ଦ୍ବାରା ପେଟରେ ଗ୍ୟାସ ଭଳି ସମସ୍ୟା ସୃଷ୍ଟି ହୋଇନଥାଏ। ଯଦି ଆପଣଙ୍କୁ ଧୀରେ –ଧୀରେ ଚୋବାଇ ଖାଇବାର ଅଭ୍ୟାସ ନଥାଏ ତେବେ ଆପଣ ନିଜର ଅପରାହ୍ନ ବା ରାତି ଖାଦ୍ୟରେ କଞ୍ଚା ଫଳ ଖାଆନ୍ତୁ। ଏହା ଦ୍ବାରା ଆପଣଙ୍କର ଖାଦ୍ୟକୁ ଭଲ ଭାବେ ଚୋବାଇବା ଅଭ୍ୟାସ ହୋଇଯିବ।

-ଯଦି ଆପଣ ଭଲଭାବେ ଖାଦ୍ୟ ଖାଉଛନ୍ତି ତେବେ ଆପଣଙ୍କୁ ଛୋଟ ଛୋଟ କଥାରେ ଚିଡ଼ିବା ବା ରାଗ ଆସିବା ମଧ୍ୟ କମ ହୋଇଥାଏ।

chewing food-ପ୍ରତ୍ୟେକ ଲୋକମାନଙ୍କର ମୋଟାପଣ ସମସ୍ୟା ରହିଥାଏ ଏବଂ ଏହାକୁ ଦୂର କରିବା ପାଇଁ ପ୍ରତ୍ୟେକ ବ୍ୟକ୍ତି ଶାରୀରିକ ପରିଶ୍ରମ କରିଥାନ୍ତି। ଖାଦ୍ୟକୁ ଭଲଭାବେ ଚୋବାଇ ସେବନ କରିବା ଦ୍ବାରା ମୋଟାପଣ ଦୂର ହୋଇଥାଏ। କାରଣ ଜଲଦି-ଜଲଦି ଖାଇବା ଦ୍ବାରା ଖାଦ୍ୟ ଭଲଭାବେ ହଜମ ହୋଇନଥାଏ ଏବଂ ଶରୀରରେ ଅଧିକ ଫ୍ୟାଟ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.