କେବଳ ଶକ୍ତି ଯୋଗାଇ ନ ଥାଏ ଗାଈ କ୍ଷୀର, ଏହାଦ୍ୱାରା ବି କରାଯାଏ ରୋଗର ଘରୋଇ ଚିକିତ୍ସା
ଆମ ଦେଶରେ ଗୋ-ମାତାକୁ ପୂଜା କରାଯାଏ। ଗାଈର ଦୁଗ୍ଧ, ଗୋବର, ମୂତ୍ର ଆଦି ବିଭିନ୍ନ ବ୍ୟବହାରରେ ଆସେ। କିନ୍ତୁ ଆପଣ ଜାଣିଛନ୍ତି କି? ଗାଈ କ୍ଷୀରରେ କେତେକ ରୋଗର ଘରୋଇ ଉପଚାର କରାଯାଇପାରିବ। ଆସନ୍ତୁ ଜାଣିବା, ଗାଈ କ୍ଷୀରରେ କ’ଣ ରହିଛି ରୋଗନାଶକ ଉପାଦାନ।
ନିଦ୍ରା ନାଶ- ଯଦି ଆପଣଙ୍କୁ ରାତିରେ ନିଦ ହେଉନାହିଁ, ତା’ହେଲେ ମୁଣ୍ଡ ଏବଂ ହାତରେ ଗାଈ କ୍ଷୀର ମାଲିସ କରି ଶୋଇଲେ, ଭଲ ନିଦ ହୋଇଥାଏ। ଏକ ସପ୍ତାହ ଧରି ଏପରି କରନ୍ତୁ।
କାନରେ ପୂଜ- କାନ ପୂଜଉଥିଲେ, ନିମପତ୍ର ସିଝା ପାଣିରେ କାନକୁ ଧୋଇ ସଦ୍ୟ ଗାଈ କ୍ଷୀର ପକାଇ ତୂଳା ଦ୍ୱାରା ବନ୍ଦ କରିଦିଅନ୍ତୁ। ଦୁଇଥର ସକାଳେ ଏବଂ ସନ୍ଧ୍ୟାରେ ଏପରି କରନ୍ତୁ।
ଏହାସହ ପଢ଼ନ୍ତୁ: ଆପଣ ଦାନ୍ତକାଠିରେ ଦାନ୍ତ ଘଷୁଛନ୍ତି କି? ଜାଣି ରଖନ୍ତୁ କ’ଣ ରହିଛି ଏହାର ଔଷଧୀୟ ଗୁଣ
କାଛୁକୁଣ୍ଡିଆ ଓ ଯାଦୁ- କାଛୁକୁ ଦୁଗ୍ଧରେ ଦିନକୁ ୩ରୁ ୪ଥର ଧୋଇଲେ, ୮ରୁ ୧୦ ଦିନରେ କାଛୁ ଭଲ ହୋଇଥାଏ। ଖଣ୍ଡେ କନାକୁ କ୍ଷୀରରେ ଓଦା କରି ଶୁଖିଲା କୁଣ୍ଡିଆ ଏବଂ ଯାଦୁ ଉପରେ କିଛିଦିନ ଘଷିଲେ ଭଲ ହୁଏ।
ଅଧକପାଳି ମୁଣ୍ଡ ବ୍ୟଥା- ପ୍ରଥମେ ତିନି ଚାରିଟା କାବୁଲି ବାଦାମକୁ ଚିକ୍କଣ କରି ବାଟି ଦିଅନ୍ତୁ। ଏହାପରେ ସେଥିରେ ଗାଈ କ୍ଷୀର ଏକପା’ ଓ ମିଶ୍ରି ମିଶାଇ ସକାଳେ ଏବଂ ସନ୍ଧ୍ୟାରେ କିଛିଦିନ ଅଭ୍ୟାସ କରି ପିଇଲେ ଉପଶମ ମିଳିଥାଏ।
ମୁଖର ସୌନ୍ଦର୍ଯ୍ୟ ବଢ଼ାଇବାକୁ- ଗାଈ କ୍ଷୀର, ଘୋଳ ଦହି, କ୍ଷୀର ସର, ଏଥିମଧ୍ୟରୁ ଯେକୌଣସିରେ ହଳଦି କିମ୍ବା ଫିଟିକିରି ମିଶାଇ ରାତିରେ ମୁହଁରେ ଭଲ ଭାବେ ଘଷି ଲଗାଇବେ। କିଛିଦିନ ଏପରି କଲେ ଆପଣ ଫରକ୍ ଅନୁଭବ କରିପାରିବେ।