ଶାଶୁ ବୋହୂଙ୍କୁ ଛୁରୀ ଦେଖାଇ ଘରୁ ଲୁଟି ନେଲେ ଦୁର୍ବୃତ୍ତ
କନ୍ଧମାଳ(କେନ୍ୟୁଜ୍): ଶାଶୁ ବୋହୁଙ୍କୁ ଛୁରୀ ଦେଖାଇ ଘରୁ ଲୁଟ୍ । ମାରଣାସ୍ତ୍ର ଦେଖାଇ ୭୦ ହଜାର ଟଙ୍କା ସହ ସୁନା ଅଳଙ୍କାର ଘରୁ ଲୁଟି ନେଇଛି ଦୁର୍ବୁତ୍ତ । ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡି କିରିକୁଟି ପଞ୍ଚାୟତ ବାଇମାଲା ଗାଁରେ । ଶାଶୂ ବୋହୁ ଘରେ ଶୋଇଥିବା ବେଳେ ବିଳମ୍ବିତ ରାତିରେ ଜଣେ ଦୁବୃର୍ତ୍ତ ଘର ପଛପଟ କାନ୍ଥ ଭାଙ୍ଗି ପଶିଥିଲା । ଲୁଟ୍ ସମୟରେ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଏଥିରେ ବୋହୁ ଶିଲା ଦିଗାଲଙ୍କ ହାତ ଏବଂ ଗୋଡରେ ଆଘାତ ଲାଗିଛି । ଦୁବୃର୍ତ୍ତ ଜଣକ ଘରେ ମୋବାଇଲ ଛାଡି ଫେରାର ହୋଇଯାଇଛି । ଏନେଇ ଶାଶୁ ନିବାଜୀନି ଦିଗାଲ ଓ ବୋହୁ ଶିଲା ଦିଗାଲ ଦାରିଙ୍ଗିବାଡି ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।