ଶତୃଙ୍କୁ ଠାରୁ ବିଜୟ ହାସଲ୍‌ କରିବାକୁ ଚାହୁଁଥିଲେ ଧ୍ୟାନରେ ରଖନ୍ତୁ ଏହି କଥା, ନିଶ୍ଚୟ ମିଳିବ ସଫଳତା

ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିବାଣୀ ଦ୍ୱାରା ନନ୍ଦ ବଂଶର ଅନ୍ତ କରିଥିବା ମୋର୍ଯ୍ୟ ବଂଶକୁ ସ୍ଥାପନା କରିଥିଲେ। ନନ୍ଦ ବଂଶର ରାଜା ଆଚାର୍ଯ୍ୟ ଚାଣକ୍ୟଙ୍କୁ ଅପମାନ୍‌ କରିଥିଲେ, କିନ୍ତୁ ସେ ନିଜର କ୍ରୋଧ କେବେବି ପ୍ରକାଶ କରିନଥିଲେ। କିନ୍ତ ପରେ ସେ ନିଜର ଏହି କ୍ରୋଧକୁ ହତିଆର ବନାଇ ନିଜ ଶତୃଙ୍କୁ ନାଶ କରିଦେଇଥିଲେ। ତାହେଲେ ଆସନ୍ତୁ ଜାଣିବା କଣ ସେହି ନୀତି ଯାହାର ବଳରେ ଆଚାର୍ଯ୍ୟ ଚାଣକ୍ୟ ନିଜ ଶତୃ ମାନଙ୍କୁ ହରାଇବାରେ ସକ୍ଷମ ହୋଇପାରିଥିଲେ।

ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ଶତୃର ସବୁଠାରୁ ବଡ ହତିଆର ହୋଇଥାଏ ତାଙ୍କୁ ପ୍ରବର୍ତ୍ତାଇବା। ଏଥିପାଇଁ ଶତୃ ଆପଣଙ୍କୁ ସବୁବେଳେ ପ୍ରବର୍ତ୍ତାଇବାକୁ ଚେଷ୍ଟା କରି କ୍ରୋଧିତ କରିଥାନ୍ତି। କାହିଁକିନା କ୍ରୋଧରେ ମଣିଷର ଶକ୍ତି ଏବଂ ବିବେକ ଉଭୟକୁ କମାଇ ଦେଇଥାଏ। ଆଉ ଏହି ସମୟରେ ଶତୃ ଆପଣଙ୍କ ଫାଇଦା ଉଠାଇପାରିବେ। ଏଥିପାଇଁ ଯେତେବେଳେ ଶତୃ ଆପଣଙ୍କୁ କ୍ରୋଧିତ କରାଇବା ପାଇଁ ଚେଷ୍ଟା କରିବେ ସେତେବେଳେ ଆପଣ ନିଜ ରାଗକୁ ନିଜ ଭିତରେ ଚାପି ରଖନ୍ତୁ। ଏହାପରେ ସମୟ ସୁବିଧା ଦେଖି ଆକ୍ରମଣ କରନ୍ତୁ।

ଚାଣକ୍ୟ ଅନୁସାରେ ଖରାପ ମଣିଷଙ୍କ ସହିତ ଆପଣ କେତେ ବି ଭଲ ଆଚରଣ କରନ୍ତୁ ସେ ନିଜ ସ୍ୱଭାବ ଆଦୌ ବି ପରିବର୍ତ୍ତନ କରନ୍ତିନାହିଁ। ସାପ ବିଷ ତ ତାଙ୍କ ଦାନ୍ତରେ ରହିଥାଏ, ବିଛାର ବିଷ ଲାଞ୍ଜରେ ରହିଥାଏ, କିନ୍ତୁ ଦୁଷ୍ଟ ବ୍ୟକ୍ତିଙ୍କ ବିଷ ତାଙ୍କ ଶରୀରରେ ଥାଏ। ଏଥିପାଇଁ ଏମାନଙ୍କ ଉପରେ କେବେବି ଭରଷା କରନ୍ତୁନାହିଁ। କାହିଁକିନା ଏମାନେ କେବେବି ଆପଣଙ୍କ ବନ୍ଧୁ ହୋଇପାରିବେନାହିଁ।

ଶତୃଙ୍କୁ କେବେବି ଘୃଣା କରିବା ଅନୁଚିତ। କାହିଁକିନା ଏମିତି କରିବା ଦ୍ୱାରା ଶତୃଙ୍କ ବିଷୟରେ ଭାବିବା ଦ୍ୱାରା ଆପଣଙ୍କର ଶକ୍ତି କମ୍‌ ହୋଇଥାଏ। ଆପଣ ତାଙ୍କ ଦୁର୍ବଳତା ଦେଖିପାରନ୍ତି ଶକ୍ତି ନୁହେଁ। ଏଥିପାଇଁ ଶତୃଙ୍କୁ ଜଣେ ବନ୍ଧୁ ଭଳି ଦେଖିବା ଉଚିତ। ଯାହାଦ୍ୱାରା ଆପଣ ତାଙ୍କ ବିଷୟରେ ସବୁକିଛି ଜାଣିପାରିବେ ଏବଂ ପରେ ତାଙ୍କୁ ସହଜରେ ପରାସ୍ତ କରିପାରିବେ।

ଶତୃଙ୍କୁ ପରାସ୍ତ କରିବା ପାଇଁ ନିଜ କୁଟନୀତିରେ ତାଙ୍କୁ ଫସାନ୍ତୁ। ଅର୍ଥାତ ତାଙ୍କ ଶକ୍ତି ଏବଂ ସହଯୋଗୀଙ୍କୁ ତାଙ୍କ ଠାରୁ ଅଲଗା କରିଦିଅନ୍ତୁ। ଯେତେବେଳେ ଶତୃ ଉପାୟ ଶୂନ୍ୟ ହୋଇଯିବେ, ଏକା ହୋଇଯିବେ ସେତେବେଳେ ତାଙ୍କ ଉପରେ ପ୍ରତିଶୋଧ ନିଅନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.