ମାସିକ ଋତୁସ୍ରାବ ସମସ୍ଯା ଦୂର କରେ ଧନିଆପତ୍ର, ଏହାସହ ଦିଏ ଅନେକ ରୋଗରୁ ମୁକ୍ତି

ଶୀତଦିନରେ ପ୍ରଚୁର ମାତ୍ରାରେ ଧନିଆପତ୍ର ବଜାରରେ ମିଳିଥାଏ। ଏହି ଦିନରେ ଖାଇବାକୁ ମଧ୍ୟ ଭଲଲାଗିଥାଏ। ଆଉ ଏହାର ବାସ୍ନା ମଧ୍ୟ ବେଶ୍ ଭଲ ରହିଥାଏ। ଧନିଆପତ୍ର ବା ସିଲାଣ୍ଟ୍ରୋ ମାଙ୍ଗାନିଜ, ଡାଇଟାରୀ ଫାଇବର, ମାଗ୍ନେସିୟମ୍ ଏବଂ ଆଇରନରେ ଭରପୂର। ଏଥିରେ କିଛି ପରିମାଣରେ ପୋଟାସିୟମ୍, ଫସଫରସ୍, କ୍ୟାଲସିୟମ୍, ଥାୟାମିନ୍, ନାୟାସିନ୍ ଏବଂ କ୍ୟାରୋଟିନ୍ ରହିଛି।
ଧନିଆପତ୍ର ହାନିକାରକ କୋଲେଷ୍ଟ୍ରୋଲର ମାତ୍ରାକୁ କମ୍ କରି ଲାଭଦାୟକ କୋଲେଷ୍ଟ୍ରୋଲର ମାତ୍ରାକୁ ବଢ଼ାଇଥାଏ। ତେଣୁ ହଜମ ପ୍ରକ୍ରିୟାପାଇଁ ଅତ୍ୟନ୍ତ ଫଳପ୍ରଦ ହୋଇଥାଏ ।
ଏହା ମଧୁମେହ ରୋଗୀଙ୍କ ପାଇଁ ଉପଯୋଗୀ ସାବ୍ୟସ୍ତ ହୋଇଥାଏ। ଏହା ଇନସୁଲିନ କ୍ଷରଣକୁ ଉତ୍ତେଜିତ କରିଥାଏ ଏବଂ ବ୍ଲଡ୍ ସୁଗାର ମାତ୍ରାକୁ କମ୍ କରିଥାଏ। ଧନିଆପତ୍ର ଆଲଝିମର୍ ରୋଗୀଙ୍କ ପାଇଁ ମଧ୍ୟ ଉପକାରୀ ଅଟେ।
ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଫୁସଫୁସ ଏବଂ ଦାନ୍ତଗହ୍ବର କର୍କଟ ପାଇଁ ଉପାଦେୟ ଅଟେ। ଏହା ଆର୍ଥରାଇଟିସ୍ ଭଳି ଜ୍ବାଳା ସୃଷ୍ଟି କରୁଥିବା ରୋଗ ପାଇଁ ଲାଭଦାୟକ ହୋଇଥାଏ।
ଧନିଆପତ୍ର ପାଟିରେ ହୋଇଥିବା ଘା ପାଇଁ ମହୈାଷଧି। ଏହା ଦୃଷ୍ଟିଶକ୍ତିକୁ ମଧ୍ୟ ପ୍ରଖର କରିଥାଏ। ଧନିଆପତ୍ର ଖାଇବା ଦ୍ବାରା ଆଖିଧରାରୁ ଉପଶମ ମିଳିଥାଏ।
ଏହା ମହିଳାମାନଙ୍କର ଋତୁସ୍ରାବ ଚକ୍ର ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଏହା ସ୍ନାୟୁଗତ ସମସ୍ୟା ପାଇଁ ମଧ୍ୟ ଉପଯୁକ୍ତ ହୋଇଥାଏ। ଏହା ସ୍ମରଣଶକ୍ତି ବଢ଼ାଇଥାଏ।