ପ୍ରେମରେ ଧୋକା ପାଇ ଡିପ୍ରେସନକୁ ଚାଲିଯାଇଥିଲେ ଦୀପିକା, ଏକ୍ସବୟଫ୍ରେଣ୍ଡକୁ ନେଇ କଲେ ଏପରି ଖୁଲାସା

ବଲିଉଡର ସଫଳ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ ହେଲେ ଦୀପିକା ପାଦୁକୋନ। ଆଜି ଦୀପିକା ନିଜର ୩୫ତମ ଜନ୍ମଦିନ ପାଳନ କରୁଛନ୍ତି। ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ଦୀପୀକା। ତାଙ୍କ ଫ୍ୟାନ୍ସ ଫିଲ୍ମ ସହିତ ତାଙ୍କ ପର୍ସନାଲ ଲାଇଫ୍‌ ବିଷୟରେ ବି ଜାଣିବାକୁ ସବୁବେଳେ ଉତ୍ସୁକତାର ସହ ଚାହିଁ ରହିଥାନ୍ତି।

ସବୁବେଳେ ହସ ହସ ମୁହଁରେ ଏବଂ ଦମଦାର୍‌ ଅଭିନୟରେ ଦର୍ଶକଙ୍କୁ ଦିଓ୍ଵାନା କରୁଥିବା ଦୀପିକା ଗୋଟେ ସମୟରେ ଡିପ୍ରେସନକୁ ଚାଲି ଯାଇଥିଲେ। ବୟଫ୍ରେଣ୍ଡ ଠାରୁ ଧୋକା ଖାଇବା ପରେ ସେ ଏହି ଧୋକାକୁ ବରଦାସ୍ତ କରିପାରିନଥିଲେ। ଯାହାପରେ ସେ ଡିପ୍ରେସନକୁ ଚାଲିଯାଇଥିଲେ। କିନ୍ତୁ ନିଜକୁ ଡିପ୍ରେସନରୁ ବାହାର କରି ଏବଂ ନିଜ ହଜିଯାଇଥିବା ମାନସିକକୁ ପୁଣି ମଜବୁତ୍‌ କରିବାରେ ସଫଳ ହୋଇପାରିଲେ ସେ। ନିଜକୁ ବହୁତ ସାନଦାର ତରିକାରେ ଡିପ୍ରେସନରୁ ବାହାର କରି ନିଜର ଜବରଦସ୍ତ ଅନ୍ଦାଜ ଦେଖାଇଲେ ଦୀପିକା। ଏହାପରେ କ୍ୟାରିୟର ଏବଂ ପର୍ସନାଲ ଉଭୟ ଲାଇଫକୁ ବେଶ୍‌ ଭଲ ଭାବେ ହ୍ୟାଣ୍ଡେଲ କରିପାରିଲେ।

deepଦୀପିକା ୨୦୧୮ରେ ରଣବୀର ସିଂହଙ୍କୁ ବିବାହ କରିବା ପୂର୍ବରୁ ରଣବୀର କପୁରଙ୍କୁ ଡେଟ୍‌ କରୁଥିଲେ। ଉଭୟଙ୍କ ବୋଣ୍ଡିଙ୍ଗକୁ ଯିଏ ଦେଖୁଥିଲା ସେ ବିବାହକୁ ନେଇ ଚର୍ଚ୍ଚା କରୁଥିଲା। କିନ୍ତୁ ଦୀପିକାଙ୍କୁ ଏହି ସମ୍ପର୍କରେ ମିଳିଲା ଧୋକା।

ଦୀପିକା ଏକ ଇଣ୍ଟରଭ୍ୟୁରେ ନାମ ନନେଇ କହିଥିଲେ ଯେ, ଧୋକା ଦେବା ପରେ ସେ ଭୁଲ ମାଗିଥିଲା। ଦୀପିକା କହିଥିଲେ ଯେ, ‘ମୋ ପାଇଁ ସେକ୍ସ କେବଳ ଫିଜିକାଲ ହେବ ନୁହେଁ, ଏହାସହିତ ଭାବନା ମଧ୍ୟ ଯୋଡି ହୋଇଥାଏ। ମୁଁ ଏବେ ସୁଦ୍ଧା କେଉଁ ସମ୍ପର୍କରେ ଧୋକା ଦେଇନି ତେବେ ମୋତେ ଧୋକା ମିଳିବା ପରେ ମୁଁ କାହିଁକି ସେ ସମ୍ପର୍କରେ ରହିବି। ଏହା ଠାରୁ ଭଲ ହେବ ଯେ ମୁଁ ସିଙ୍ଗଲ ରହିବି।

You might also like