ସପ୍ତମ ପର୍ଯ୍ୟାୟ ଚାଷୀ-ସରକାର ଆଲୋଚନା ବିଫଳ, ହୋଇପାରେ ଅଷ୍ଟମ ପର୍ଯ୍ୟାୟ ବୈଠକ

ନୂଆଦିଲ୍ଲୀ(କେ ନ୍ୟୁଜ): ଚାଷୀଙ୍କ ଦାବିକୁ ନେଇ ହୋଇ ପାରୁନି ସହମତି । ସପ୍ତମ ପର୍ଯ୍ୟାୟ ଚାଷୀ-ସରକାର ଆଲୋଚନା ନିଷ୍ଫଳ ହୋଇଛି । ଆସନ୍ତା ୮ ତାରିଖରେ ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା ହେବ । ଅଷ୍ଟମ ପର୍ଯ୍ୟାୟ ବୈଠକ ପାଇଁ ଦୁଇ ପକ୍ଷ ରାଜି ହୋଇଛନ୍ତି । କୃଷି ଆଇନ୍‌ ଉଚ୍ଛେଦ ଦାବିରୁ ଚାଷୀ ଓହରୁ ନଥିବା ବେଳେ ଜିଦ୍‌ରୁ ହଟୁ ନାହାନ୍ତି ସରକାର । ଆଇନ୍‌ ଉଚ୍ଛେଦ ହୋଇପାରିବ ନାହିଁ ବୋଲି ଆଲୋଚନା ବେଳେ ରୋକଠୋକ୍‌ ଶୁଣାଇ ଦେଇଛନ୍ତି କୃଷି ମନ୍ତ୍ରୀ । ଆଇନ୍‌ର କେଉଁ ଧାରାରେ ସମସ୍ୟା ରହିଛି ବୋଲି ବୈଠକରେ ପଚାରିଥିଲେ ସରକାର ।

ଗୋଟି ଗୋଟି କରି ପ୍ରତିି ଧାରା ଆଲୋଚନା ପାଇଁ ପ୍ରସ୍ତାବ ଦେଇଥିଲେ ଏବଂ ଆଇନ୍‌ରେ ସଂଶୋଧନ ଆଣିବାକୁ କହିଥିଲେ । କୃଷି ଆଇନ୍‌ ଚାଷୀଙ୍କ ପାଇଁ ଲାଭଦାୟକ ବୋଲି ମଧ୍ୟ ଚାଷୀଙ୍କୁ ବୁଝାଇବାକୁ ଚାହିଁଥିଲେ କୃଷି ମନ୍ତ୍ରୀ । କିନ୍ତୁ ଚାଷୀ ସଂଗଠନ ନିଜ ଦାବିରେ ଅଟଳ ଥିଲେ । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚାଷୀ କହିଛନ୍ତି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.