ଡେଟିଂକୁ ଯିବା ପୂର୍ବରୁ ଡରୁଛନ୍ତି କି ? ଜାଣନ୍ତୁ ଏହାର କାରଣ

ଡେଟ୍‌କୁ ଯିବା ପୂର୍ବରୁ ଖୁସି ହେବା ତ ସ୍ୱାଭାବିକ କିନ୍ତୁ ଯଦି ଟେନ୍‌ସନ୍‌ ହେଉଛି ତାହେଲେ ଏହା ଠିକ୍‌ ନୁହେଁ । ଯଦିଓ ଏହା ହେବା ସ୍ୱାଭାବିକ ହୋଇଥାଏ । ବେଳେବେଳେ ଡେଟିଂ ଆନ୍‌ଜାଇଟି ଏତେ ହୋଇଯାଏ, ଯେ ଜଣେ ଲୋକ ସମ୍ପର୍କ ଆରମ୍ଭ କରିବା ପୂର୍ବରୁ ହି ଦୂରେଇ ଯାଏ ।

ବର୍ତ୍ତମାନ ସମୟରେ ଯେ କେହି ରିଲେସନ୍‌ସିପ୍‌ରେ ରହିବା ପୂର୍ବରୁ ପରସ୍ପରକୁ ଡେଟ୍‌ କରୁଛନ୍ତି । ହେଲେ ଡେଟ୍‌କୁ ଯିବ ପୂର୍ବରୁ ଖୁସି ହେବା ତ ସ୍ୱାଭାବିକ କିନ୍ତୁ ଯଦି ଟେନ୍‌ସନ୍‌ ହେଉଛି ତାହେଲେ ଏହା ଠିକ୍‌ ନୁହେଁ । ଯଦିଓ ଏହା ହେବା ସ୍ୱାଭାବିକ ହୋଇଥାଏ । ବେଳେବେଳେ ଡେଟିଂ ଆନ୍‌ଜାଇଟି ଏତେ ହୋଇଯାଏ, ଯେ ଜଣେ ଲୋକ ସମ୍ପର୍କ ଆରମ୍ଭ କରିବା ପୂର୍ବରୁ ହି ଦୂରେଇ ଯାଏ ।

ଏହି ଆନ୍‌ଜାଇଟି ଉଭୟ ପୁଅ ଓ ଝିଅ ଦୁଇ ଜଣଙ୍କ ମଧ୍ୟରେ ହୋଇଥାଏ । ସୂଚନା ମୁତାବକ,ବିଶେଷଜ୍ଞମାନେ କହିଛନ୍ତି ଯେ ଡେଟିଂକୁ ନେଇ ଅତ୍ୟଧିକ ଟେନ୍‌ସନ୍‌ ଶରୀରରେ ଅନେକ ନକରାତ୍ମକ ପ୍ରତିକ୍ରିୟା ସୃଷ୍ଟି କରିଥାଏ । ଯେପରିକି ଝାଳ ବାହାରିବା, ଥଣ୍ଡା ଲାଗିବା ଏବଂ ହାର୍ଟ ବିଟ୍‌ ଅଧିକ ଜୋର ହୋଇଯିବ । ତେବେ ଏହି ଟେନ୍‌ସନ୍‌ ଯେତେବେଳେ ଆନ୍‌ଜାଇଟ୍‌ରେ ପରିଣତ ହୋଇଯାଏ, ସେତେବେଳେ ବ୍ୟକ୍ତି ନିଜକୁ ସମସ୍ତଙ୍କ ଠାରୁ କମ୍‌ ବୋଲି ଚିନ୍ତା କରିଥାଏ । ଯାହା ଫଳରେ ସେହି ଲୋକ ତା ଜୀବନର ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ପ୍ରଭାବିତ ହୋଇଥାଏ ।

କେଉଁ କାରଣରୁ ହୋଇଥାଏ ଡେଟିଂ ଆନ୍‌ଜାଇଟି :
ଲୋକମାନେ ରୋମାଣ୍ଟିକ୍‌ ଡେଟିଂ କରିବା ପୂର୍ବରୁ ଅଧିକ ଟେନ୍‌ସନ୍‌ ନେବାର ଅନେକ କାରଣ ରହିଛି । ପୂର୍ବ ରିଲେସନ୍‌ସିପ୍‌ରୁ ଧୋକା ମିଳିଥିଲେ, ଆତ୍ମବିଶ୍ୱାସର କିମ୍ବା ଆତ୍ମ ସମ୍ମାନର ଅଭାବ, ଲାଜ କରିବା, ଆପଣଙ୍କ ସହିତ ପୂର୍ବରୁ ହୋଇଥିବା କିଛି ଘଟଣା କିମ୍ବା ରିଜେକ୍ସନ୍‌ କେସ୍‌ ଭଳି ଭିନ୍ନ ଭିନ୍ନ କାରଣ ରହିଛି  । ସେହି ପରି ନିଜ ସେପ୍‌ଟିକୁ ଚିନ୍ତା କରିବା, ଏହା ବ୍ୟତୀତ ଯଦି ଆପଣ ପୂର୍ବରୁ ଡେଟିଂ ବିଷୟରେ ଜଣିନାହାନ୍ତି, ତେବେ ଏହି ପରି ଡେଟିଂ ଆନ୍‌ଜାଇଟିର ଅନେକ କାରଣ ହୋଇଥାଏ ।
କିପରି ଡେଟିଂ ପୂର୍ବରୁ ଏହି ଚିନ୍ତାରୁ ମୁକ୍ତି ପାଇବେ :
ଅନେକ ଥର ଏପରି ହୋଇଥାଏ ଯେ ଯେତେବେଳେ ଜଣେ ବ୍ୟକ୍ତି ବହୁତ ସମୟ ଏକା ରହିବା ପରେ ପୁଣି ଡେଟିଂ କରିବା ଆରମ୍ଭ କରିଥାନ୍ତି, ସେତେବେଳେ ହି ସେ ଡେଟିଂ ଆନ୍‌ଜାଇଟିର ସମ୍ମୁଖୀନ ହୋଇପାରେ । ଏହା ସମସ୍ତଙ୍କ ମଧ୍ୟରେ ସ୍ୱାଭାବିକ ହୋଇଥାଏ କିନ୍ତୁ ଏହା ଠିକ୍‌ ସମୟରେ ଦୂର ହୋଇପାରେ ନାହିଁ । ସେଥିପାଇଁ ଆପଣଙ୍କୁ ଏହାକୁ ଛାଡି ଆଗକୁ ବଢିବାକୁ ପଡିବ । ବିଶେଷ ଭାବେ ଯଦି ଆପଣ ରିଜେକ୍ଟ ହୋଇଥିବେ କିମ୍ବା ପୂର୍ବରୁ ଆପଣଙ୍କ ହାର୍ଟବ୍ରେକ୍‌ ହୋଇଥିଲେ ଏହି ପରି ସମସ୍ୟା ହୋଇପାରେ ।

ତେବେ ୨୦୨୧ରେ ଏକ ରିସର୍ଚ୍ଚରୁ ଜଣାପଡିଛି, ଯେ ଡେଟିଂକୁ ନେଇ ଚିନ୍ତା ସେହିମାନେ କରିଥାନ୍ତି, ଯେଉଁମାନେ ପୂର୍ବରୁ ରିଜେକ୍ଟ ହୋଇଥାନ୍ତି । ସେଥିପାଇଁ ସେହି ଲୋକମାନେ ଆଉ କାହାକୁ ରିଜେକ୍ଟ କରିବାକୁ ଡରିଥାନ୍ତି । ତେବେ ଯଦି ଏହି ଟେନସନ ଅତ୍ୟଧିକ ହୋଇଯାଏ ତାହେଲେ ଥେରାପିଷ୍ଟଙ୍କ ସାହାଯ୍ୟ ନେବା ଉଚିତ ।

ସେହି ସମୟରେ ନିଜ ମାଇଣ୍ଡକୁ ନିୟନ୍ତ୍ରଣ ରଥିବାକୁ ଚେଷ୍ଟା କରନ୍ତୁ, ଏହାସହ ନିଜ ଭାବନାକୁ ମଧ୍ୟ ନିୟନ୍ତ୍ରଣ କରନ୍ତୁ ଏବଂ ନକରାତ୍ମକ ଚିନ୍ତାଧାରା ଠାରୁ ଦୂରେଇ ରୁହନ୍ତୁ । ପ୍ରତିଦିନ ଜୀବନରେ ମେଡିଟେସନ୍‌ କରିବା ଏବଂ ନିଜ ସହ ସକରାତ୍ମକ କଥା ହୁଅନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.