ଗାଧୋଇବା ପରେ ଯଦି ଆପଣ କରୁଛନ୍ତି ଏମିତି ଭୁଲ, ତାହାଲେ ବଗିଡ଼ିପାରେ ଆର୍ଥିକ ସ୍ଥିତି

ସନାତନ ଧର୍ମରେ ବାସ୍ତୁ ଶାସ୍ତ୍ରକ ଏକ ପ୍ରାଚୀନ ବିଜ୍ଞାନ ଭାବେ ମାନ୍ୟତା ରହିଛି । ଏହା ଆମ ଜୀବନରେ ବହୁତ କିଛି ପ୍ରଭାବ ପକାଇଥାଏ । ବହୁତ ପରିଶ୍ରମ ଓ ପ୍ରଚେଷ୍ଟା ସତ୍ତ୍ୱେ ଯଦି ଆମେ କୌଣସି କାମରେ ସଫଳତା ପାଉନାହାଁନ୍ତି, ତେବେ ଘରେ କିଛି ନା କିଛି ବାସ୍ତୁ ଦୋଷ ରହିଛି । ତେଣୁ ବାସ୍ତୁ ସମ୍ପର୍କରେ ଜାଣିବା ନିହାତି ଜରୁରୀ ହୋଇଥାଏ | ଆମେ ଗାଧୋଇବା ବେଳେ ବାଥରୁମରେ କିଛ କାର୍ଯ୍ୟ ପ୍ରତି ସଚେତନ ନଥାଉ । ଯାହାକି ଦୋଷପୂର୍ଣ୍ଣ ହୋଇଥାଏ । ଏହାଦ୍ୱାରା ଆମର ଆର୍ଥିକ ଅସୁବିଧା ମଧ୍ୟ ହୋଇଥାଏ । ଆସନ୍ତୁ ଜାଣିବା ବାଥରୁମ ସମ୍ପର୍କିତ କିଛି ନିୟମ ।

  ଗାଧୋଇବା ପରେ ବାଥରୁମକୁ ଅପରିସ୍କାର ଛାଡ଼ନ୍ତୁ ନାହିଁ, ଯେତବେଳେ ଗାଧୋଇ ବାହାରିବେ ବାଥରୁମକୁ ସଫା ରଖନ୍ତୁ ।

  କୁହାଯାଏ ବାଥରୁମ ଅପରିସ୍କାର ରହିଲେ ରାହୁ ଓ କେତୁ ରାଗିଥାନ୍ତି । ଯାହାର ନେଗେଟିଭ ପ୍ରଭାବ ଆପଣଙ୍କ ଉପରେ ପଡ଼ିଥାଏ ।

  ଗାଧୋଇବା ପରେ କେବେ ବି ବାଥରୁମରେ ଓଦା କପଡା ଛାଡ଼ି ଆସନ୍ତୁ ନାହିଁ ।

  ସର୍ବଦା ଗାଧୋଇବା ପୂର୍ବରୁ ଅପରିସ୍କାର କପଡ଼ା ଧୋଇ ନିଅନ୍ତୁ ।ଗାଧୋଇବା ପରେ ଅପରିସ୍କାର କପଡ଼ା ଧୁଅନ୍ତୁ ନାହିଁ ।

  କପଡ଼ା ଧୋଇବା ପରେ ତୁରନ୍ତ ଏହାକୁ ଶୁଖାଇ ଦିଅନ୍ତୁ । କପଡ଼ା ଧୋଇବା ପରେ ଉକ୍ତ ପାଣିକୁ ତୁରନ୍ତ ଫିଙ୍ଗି ଦିଅନ୍ତୁ ।

  କିଛି ଲୋକ ଗାଧୋଇବା ବେଳେ ଖସିଥିବା ବାଳକୁ ବାଥରୁମରେ ଛାଡ଼ିକରି ପଳାଇ ଆସନ୍ତି । ଏହାଦ୍ୱାରା ଶନି ଓ ମଙ୍ଗଳ ଅସନ୍ତୁଷ୍ଟ ହୋଇଥାନ୍ତି । କୌଣସି କାମରେ ୁଉନ୍ନତି ମିଳେ ନାହିଁ । ଜୀବନରେ ସଂଘର୍ଷର ସାମନା କରିବାକୁ     ପଡ଼ିଥାଏ ।

  ଗାଧୋଇବା ପରେ ବାଲଟିରେ ବଳିଥିବା ପାଣି ରଖିକି ଆସନ୍ତୁ ନାହିଁ ।

  ବାଥରୁମରେ ଖାଲି ବାଲଟି ରଖିନ୍ତୁ ନାହିଁ,ଗାଧୋଇବା ପରେ ବାଲଟିରେ ପାଣି ଜରୁର ଭରି ରଖନ୍ତୁ ।

  ବାଥରୁମରେ ସବୁ ଜିନିଷ ବ୍ୟବସ୍ଥିତ କରି ରଖନ୍ତୁ । ଏଣେ ତେଣେ ପକାନ୍ତୁ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.