ମୋତେ ପଛେ କଷ୍ଟ ହେଉ ମୋ’ ପିଲା ପାଠ ପଢୁ, ପିଲାକୁ ଶିକ୍ଷିତ କରିବା ଯେତେ କଷ୍ଟ ସହିବାକୁ ପ୍ରସ୍ତୁତ ଜଣେ ଦିବ୍ୟାଙ୍ଗ ପିତା

ଜୀବନରେ ଅନେକ ଦୁଃସ୍ଥିତି ଆସିଥାଏ । ଆଉ ଏମିତି ସମୟରେ ଲୋକଙ୍କ ସହିତ ମୂଳରୁ ଶେଷ ଯାଏଁ ପରିବାର ସଦସ୍ୟ ମାନେ ହିଁ ଛିଡା ହୁଅନ୍ତି । ଏମିତି ଏକ ପରିସ୍ଥିତିରେ ପ୍ରତିଟି ମୁହୂର୍ତ୍ତରେ କେବଳ ପରିବାର ଲୋକେ ହିଁ ଛିଡା ହୁଅନ୍ତି । କୁହାଯାଏ ଛୋଟ ବେଳେ ପିଲାଙ୍କୁ ଆଉ କିଛି ଦିଅନ୍ତୁ ଅବା ନଦିଅନ୍ତୁ କିନ୍ତୁ ଭଲ ପାଇବାରେ କିଛି ବି ଉଣା କରିବା ଉଚିତ ନୁହେଁ । କିଛି ଦିନ ହେବ ଜଣେ ପିତାଙ୍କ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ପ୍ରକୃତରେ ପିଲା ମାନଙ୍କ ବାପା ଜଣେ ଦିବ୍ୟାଙ୍ଗ । ନିଜ ସାଇକେଲରେ ତାଙ୍କ ପୁଅ ଝିଅଙ୍କୁ ବସାଇ ହାତରେ ସାଇକେଲ ଚଲାଇ ସ୍କୁଲକୁ ନେଇଯାଉଛନ୍ତି । ଏମିତି କରିବାରେ ତାଙ୍କୁ କେତେ କଷ୍ଟ ହେଉଥିବ ତାହା ବୋଧେ ସିଏ ହିଁ କେବଳ କହିପାରିବେ । ଏହି ବାପାଙ୍କ ଭିଡିଓ ଯିଏ ବି ଦେଖୁଛି ତା ହୃଦୟ ତରଳି ଯାଉଛି ।

 

 

ସାଧାରଣ ଲୋକଙ୍କ ଲୋକଙ୍କ ହୃଦୟ ଜିତିଥିବା ଏହି ଭିଡିଓଟିକୁ ସେୟାର କରିଛନ୍ତି ଜଣେ ଆଇଏଏସ ଅଧିକାରୀ । ଏହାକୁ ଆଇଏଏସ ଅଧିକାରୀ ସୋନାଲ ଗୋଏଲ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଆଉ ଏହାର କ୍ୟାପ୍ସନରେ ଲେଖିଛନ୍ତି, “ପିତା” । ଭିଡିଓଟିକୁ ଆପଣ ଦେଖିଲେ ଜାଣିପାରିବେ କିପରି ଜଣେ ଦିବ୍ୟାଙ୍ଗ ବାପା ନିଜ କୁନି ଝିଅକୁ ଏକ ସାଇକେଲରେ ବସାଇ ପେଡ଼ାଲ ମାରି ମାରି ନେଇଯାଉଛନ୍ତି । ଆଉ ଏହି ସମୟରେ ବାପା ଏକ ଟ୍ରାଇ ସାଇକେଲ ଚଲାଉଛନ୍ତି । ଆଉ ତାଙ୍କ ଝିଅ ଠିକ ତାଙ୍କ ପଛରେ ବସିଛି । ଆଉ ତାଙ୍କ ପୁଅ ତାଙ୍କ ସାମ୍ନା ପଟରେ ବସିଛି । ଦୁଇ ଶିଶୁ ନିଜ ନିଜ ସ୍କୁଲ ୟୁନିଫର୍ମ ପିନ୍ଧି ବସିଛନ୍ତି । ଆଉ ସେମାନଙ୍କ ବାପା ହାତରେ ସାଇକେଲ ଚଳାଉଛନ୍ତି । ଏହି ପିତାଙ୍କ ଭିଡିଓ ଦେଖି ପ୍ରାୟ ସମସ୍ତ ଦର୍ଶକ ଭାବୁକ ହୋଇଯାଉଛନ୍ତି ।

ଜଣେ ବାପା ଓ ତା ପିଲାମାନଙ୍କ ଏହି ଭିଡିଓ ସମସ୍ତଙ୍କ ହୃଦୟ ଜିଣି ନେଇଛି । ଏହି ବାପାଙ୍କ ଭଲ ପାଇବା ଉପରେ ଲୋକେ ବି ଖୁବ ଭଲ ପାଇବା ଲୁଟେଇ ବାରେ ଲାଗିଛନ୍ତି । ଏମିତିରେ ଖୁବ ସାଧାରଣ ହୋଇଥିଲେ ବି ଲୋକଙ୍କ ହୃଦୟକୁ ଜିଣିନେଇଛି । ଜଣେ ୟୁଜର ଏମିତି ବି ଲେଖିଛନ୍ତିକି ଦୁନିଆରେ ଜଣେ ପିତା ହିଁ କେବଳ ନିଜ ପିଲାମାନଙ୍କ ଠାରୁ ହାରିବାକୁ ପସନ୍ଦ କରିଥାଏ । ଯେବେକି ଅନ୍ୟ ଜଣେ ୟୁଜର ଲେଖିଛନ୍ତିକି ପିତାମାତାଙ୍କ ବ୍ୟତୀତ ଦୁନିଆରେ ଆଉ କେହି ନିଜର ହୋଇନଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.