କନ୍ଧମାଳ ଲଙ୍କାଗଡ ଜଙ୍ଗଲର IED ଠାବ କଲା ସିଆର୍‌ପିଏଫ୍‌ 127 ବାଟାଲିୟନ

କନ୍ଧମାଳ(କେନ୍ୟୁଜ୍): ଗୋଟିଏ IED ଠାବ କଲା ସିଆର୍‌ପିଏଫ୍‌ 127 ବାଟାଲିୟନ । କନ୍ଧମାଳ ଜିଲ୍ଲା ବେଲଘର ଥାନା ଲଙ୍କାଗଡ ପଞ୍ଚାୟତର ଗହିଲି ଗାଁ ନିକଟସ୍ଥ ଜଙ୍ଗଲରେ IEDକୁ ଠାବ କରାଯାଇଛି। ଆଇ. ଇ.ଡି ଥିବା ସୂଚନା ପରେ crpf 127 ବାଟାଲିୟନ କମାଣ୍ଡାଣ୍ଟ ଆନନ୍ଦ ଝାଙ୍କ ନିର୍ଦ୍ଦେଶ କ୍ରମେ ଗହିଲି ଜଙ୍ଗଲରେ crpf ପକ୍ଷରୁ ଅପରେସନ ଜାରି କରାଯାଇଥିଲା ।

ସନ୍ଧାନୀ କୁକୁର ” ଡ୍ୟୁକ “ଓ ବୋମା ନିଷ୍କ୍ରିୟ ଟିମ୍‌ ଦ୍ୱାରା ଗହିଲି ଗାଁରୁ ଏକ କିଲୋମିଟର ଦୂରରେ ଥିବା ଜଙ୍ଗଲ ରେ ଆଇ.ଇ.ଡି ବୋମାକୁ ନଷ୍ଟ କରାଯାଇଛି। ନଷ୍ଟ ହୋଇଥିବା ଆଇ.ଇ.ଡି ବୋମା ୫ରୁ ୬କେଜିର ହୋଇଥିବା 127 ବାଟାଲିୟନ crpf କମାଣ୍ଡାଣ୍ଟ ଆନନ୍ଦ ଝା ସୂଚନା ଦେଇଛନ୍ତି ।…ଗତକାଲି ଜଣେ ଅଜ୍ଞାତ ବ୍ୟକ୍ତି ବ୍ୟାଗ୍‌ରେ କିଛି ଜିନିଷ ଧରି ବେଲଘର ଥାନା, ଲଙ୍କାଗଡ ପଂଚାୟତର ଗହିଲି ଗାଁ ଆଡ଼କୁ ଯାଉଥିବା crpf ବିଶେଷ ସୂତ୍ରରୁ ଖବର ପାଇଥିଲା । crpf 127 ବାଟାଲିୟନର ଏକ ଟିମ୍‌ ଗହିଲି ଜଙ୍ଗଲରେ ଅନୁସନ୍ଧାନ କରିଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.