ଚର୍ବି କମାଇବା ପାଇଁ ପିଅନ୍ତୁ ଏହି ଜୁସ୍‌, ଶୀଘ୍ର କମିବ ପେଟ

ହେଲଦି ପନିପରିବାରୁ ପ୍ରସ୍ତୁତ ହୋଇଥିବା ଜୁସ୍‌ ଆପଣଙ୍କ ଶରୀରର ଚର୍ବିକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ପରିବାରେ ଭିଟାମିନ୍‌, ମିନେରାଲ୍ସ, ପ୍ରୋଟିନ ଏବଂ ଫାଇବର ସହିତ ଅନେକ ପୋଷକ ତତ୍ୱ ଥାଏ, ଯାହା ଓଜନ ହ୍ରାସକୁ ଶୀଘ୍ର କରିଥାଏ । ଯଦି ଆପଣ ମଧ୍ୟ ପେଟର ଚର୍ବିକୁ କମାଇବାକୁ ଚାହୁଁଛନ୍ତି ତେବେ ଘରୋଇ ଉପଚାର ଆପଣାନ୍ତୁ ।

ପେଟରେ ଜମିଥିବା ଚର୍ବିକୁ ଶୀଘ୍ର କମାଇବା ପାଇଁ ସବୁଠାରୁ ଭଲ ଏବଂ ପ୍ରାକୃତିକ ଉପାୟ ହେଉଛି ହେଲଦି ଡ୍ରିଙ୍କସ୍‌ । ଏହା ଆପଣଙ୍କ ଶରୀରକୁ ଜରୁରୀ ପୋଷକ ତତ୍ତ୍ୱ ଦେଇଥାଏ । ଅନହେଲ୍ଦି ଡାଏଟ, ଫିଜିକାଲ୍‌ ଆକ୍ଟିଭିଟିଜର ଅଭାବ, ଅନହେଲ୍ଦି ସ୍ଲିପ ପ୍ୟାଟର୍ନ ଏବଂ ଅନେକ କାରଣ ଯୋଗୁଁ ଆପଣଙ୍କ ପେଟରେ ଚର୍ବି ଜମା ହୋଇଥାଏ କିନ୍ତୁ ଖରାପ ଖାଇବା ଅଭ୍ୟାସ ପେଟର ଚର୍ବିକୁ ବଢ଼ାଇଥାଏ । ଏହି କାରଣରୁ ହେଲଦି ପନିପରିବାରୁ ପ୍ରସ୍ତୁତ ହୋଇଥିବା ଜୁସ୍‌ ଆପଣଙ୍କ ଶରୀରର ଚର୍ବିକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ପରିବାରେ ଭିଟାମିନ୍‌, ମିନେରାଲ୍ସ, ପ୍ରୋଟିନ ଏବଂ ଫାଇବର ସହିତ ଅନେକ ପୋଷକ ତତ୍ୱ ଥାଏ, ଯାହା ଓଜନ ହ୍ରାସକୁ ଶୀଘ୍ର କରିଥାଏ । ଯଦି ଆପଣ ମଧ୍ୟ ପେଟର ଚର୍ବିକୁ କମାଇବାକୁ ଚାହୁଁଛନ୍ତି ତେବେ ଘରୋଇ ଉପଚାର ଆପଣାନ୍ତୁ । ତେବେ କିଛି ପରିବା ଜୁସ୍‌ ପିଇବା ଦ୍ୱାରା ଆପଣ ନିଜ ପେଟ ଚର୍ବିକୁ କମାଇ ପାରିବେ । ଏହି ପରିବା ଜୁସ୍‌ କେବଳ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ ତାହା ନୁହେଁ ବରଂ ଏହା ଶରୀରରେ ଜମା ହୋଇଥିବା ଫ୍ୟାଟକୁ କମାଇଥାଏ ।

୧. ବିଟ୍‌ରୁଟ୍ ଜୁସ୍‌ :
ବିଟ୍‌ରୁଟ୍ରେ ଭିଟାମିନ୍, ମିନେରାଲ୍ସ, ଫୋଲେଟ୍, ନାଇଟ୍ରେଟ୍, ଡାଏଟାରୀ ଫାଇବର ଏବଂ ବିଟାନିନ ସହିତ ଜରୁରୀ ପୋଷକ ତତ୍ତ୍ୱ ଭରପୂର ଥାଏ, ଯାହା ଆପଣଙ୍କ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଏହି ପରିବାରେ ବହୁତ କମ୍ କ୍ୟାଲୋରୀ ଥାଏ ଏବଂ ଏଥିରେ ପ୍ରଚୁର ମାତ୍ରାରେ ଆଣ୍ଟିଅକ୍ସିଡାଣ୍ଟ ଥାଏ ଯାହା ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ ।

୨. ଗାଜର ଜୁସ୍‌ :
ଗାଜରରେ ପୋଷକ ତତ୍ତ୍ୱ ଅଧିକ ଥାଏ । ଏହା ଏପରି ଏକ ପରିବା ଯେଉଁଥିରେ ଫାଇବର, ଭିଟାମିନ୍, ମିନେରାଲ୍ସ ଏବଂ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ଭରପୂର ଥାଏ । ଗାଜର ଜୁସ୍‌ ହଜମ ପ୍ରକ୍ରିୟାକୁ ଉନ୍ନତ କରେ ଏବଂ ଓଜନ କମ ହେବାରେ ସାହାଯ୍ୟ କରିଥାଏ ।

୩. କାକୁଡି ଜୁସ୍‌ :
କାକୁଡି ଜୁସ୍‌ରେ ଥିବା ପୋଷକ ତତ୍ତ୍ୱ ପୋରସ୍, ଏକ୍ସଟ୍ରା ଅଏଲ ଏବଂ ଡ୍ରାଏନେସକୁ ଠିକ କରିବାରେ ସାହାଯ୍ୟ କରିଥାଏ । ଏହା ଏକ ପୁଷ୍ଟିକର ଖାଦ୍ୟ ଯାହା ଶରୀରରେ ଜଳ ଅଭାବକୁ ଦୂର କରେ । ହଜମ ପ୍ରକ୍ରିୟାରେ ଉନ୍ନତି ଆଣି ତ୍ୱଚାକୁ ଲାଭ ଦିଏ । ଏହା ଦ୍ୱାରା ଓଜନ ହ୍ରାସ ଶୀଘ୍ର ହୋଇଥାଏ ।
୪. ପାଳଙ୍ଗ ଜୁସ୍‌ :
ପାଳଙ୍ଗରେ ଭିଟାମିନ୍, ମିନେରାଲ୍ସ, ପ୍ରୋଟିନ୍ ଏବଂ ଡାଏଟାରୀ ଫାଇବର ସହିତ ଅନେକ ପୋଷକ ତତ୍ତ୍ୱ ଭରପୂର ଥାଏ, ଯାହା ଆପଣଙ୍କ ଭୋକକୁ ରୋକିଥାଏ । ପାଳଙ୍ଗ ରସ ଏକ କମ୍ କ୍ୟାଲୋରୀଯୁକ୍ତ, ଉଚ୍ଚ-ଫାଇବର ଡ୍ରିଙ୍କସ୍‌ ଯାହା ହଜମ ଶକ୍ତିକୁ ବଢ଼ାଇଥାଏ । ତେଣୁ ଏହାକୁ ଆପଣଙ୍କ ଖାଦ୍ୟରେ ସାମିଲ କରିବା ଦ୍ୱାରା ଓଜନ ହ୍ରାସ ହୋଇପାରେ ।

କୋବି ଜୁସ୍‌ : କୋବି ଜୁସ୍‌ ପ୍ରାକୃତିକ ଉପାୟରେ ଓଜନ କମ୍‌ କରିବାରେ ସାହାଯ୍ୟ କରିଥାଏ । କୋବିରେ ଥିବା ଫାଇବର ମେଟାବୋଲିଜିମ୍‌ ପ୍ରେସେସକୁ ବଢ଼ାଇଥାଏ ଯାହା ଦ୍ୱାରା ଶରୀରର ଏକ୍ସଟ୍ରା ଚର୍ବି କମ ହେବାରେ ସାହାଯ୍ୟ ହୋଇଥାଏ । ଏହାକୁ ପିଇବା ଦ୍ୱାରା ଭୋକ କଣ୍ଟ୍ରୋଲରେ ରହିଥାଏ ।

ବ୍ରୋକୋଲି ଜୁସ୍‌ : ବ୍ରୋକୋଲିରେ କ୍ୟାଲସିୟମ, ଆଇରନ୍‌, ଜିଙ୍କ୍‌, ଫାଇବର, ପ୍ରୋଟିନ୍‌, ସେଲେନିୟମ, ଭିଟାମିନ୍‌-ଏଭଳି ପୋଷକ ତତ୍ତ୍ୱ ମିଳିଥାଏ । ବ୍ରୋକୋଲିରେ ଥିବା ଫାଇବର ଭୋକ ହେବାକୁ ଦିଏ ନାହିଁ । ଯାହା ଦ୍ୱାରା ଆପଣ ଅଧିକ ଖାଦ୍ୟ କିମ୍ବା ଜଙ୍କ୍‌ ଫୁଡ୍‌ ଖାଇବେନି ଏବଂ ଆପଣଙ୍କ ଓଜନ ନିୟନ୍ତ୍ରଣରେ ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.