ଗବେଷକ କହିଲେ, ବ୍ରେକ୍‌ଫାଷ୍ଟ୍‍ ପୂର୍ବରୁ କଫି ଡାଇବେଟିସ୍‌ ଆଶଙ୍କା ବୃଦ୍ଧି କରିଥାଏ

ଲଣ୍ଡନ : ଡାଇବେଟିସ୍‌ ଆଜିର ଦୁନିଆରେ ଏକ ସାଧାରଣ ସମସ୍ୟା । ଖାଦ୍ୟ ପାନୀୟ ଓ ଜୀବନଶୈଳୀ ଏହାର ମୁଖ୍ୟ କାରଣ । ୨୦୧୬ ମସିହାର ଆକଳନ ଅନୁଯାୟୀ ବିଶ୍ୱରେ ୧.୬ ମିଲିୟନ୍‌ ମୃତ୍ୟୁ କେବଳ ଡାଇବେଟିସ୍‌ ଯୋଗୁ ହୋଇଥାଏ ।

ସକାଳୁ ବେଡ୍‌ରୁ ଉଠିଲେ ଚା’ ବା କଫି ନେବା ଏକ ସାଧାରଣ ଅଭ୍ୟାସ । ତେବେ ଯଦି ଆପଣ ବ୍ରେକ୍‌ଫାଷ୍ଟ ପୂର୍ବରୁ କଫି ନେଉଥାନ୍ତି ଏହି ପାଠଟିକୁ ଧ୍ୟାନ ଦେଇ ପଢ଼ନ୍ତୁ । ବ୍ରେକ୍‌ଫାଷ୍ଟ ପୂର୍ବରୁ କଫି ନେବା ଦ୍ୱାରା ଆପଣଙ୍କ ଠାରେ ଡାଇବେଟିସ୍‌ ଓ ହୃଦ୍‌ରୋଗ ଆଶଙ୍କା ବୃଦ୍ଧି ପାଇଥାଏ ।

coffe-1

ଏହି ତଥ୍ୟ ବ୍ରିଟିସ୍‌ ଜର୍ଣ୍ଣାଲ ଅଫ୍‌ ନ୍ୟୁଟ୍ରେସନ୍‌ରେ ପ୍ରକାଶ ପାଇଛି । ଗବେଷକମାନେ କୁନିଦ୍ରା ଓ ସକାଳ କଫି ଉପରେ ଗବେଷଣା କରି ଏହି ତଥ୍ୟ ପାଇଛନ୍ତି । ଗୋଟିଏ ରାତିର ଅନିଦ୍ରା ବା ଠିକ୍‌ ନିଦ୍ରା ଶରୀରର ପାଚନ କ୍ରିୟା ଉପରେ ବଡ଼ ପ୍ରଭାବ ପକାଇଥାଏ ।

ସେହିପରି କଫି ଶରୀରର ବ୍ଲଡ୍‌ ସୁଗାର ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ବିଶେଷକରି ବ୍ରେକ୍‌ଫାଷ୍ଟ ପୂର୍ବରୁ କଫି ଶରୀରର ସୁଗାର ମାତ୍ରା ବଢ଼ାଇଥାଏ । ଗବେଷକମାନେ ୨୯ ଜଣ ସୁସ୍ଥ ଲୋକଙ୍କ ଉପରେ ଏହି ଗବେଷଣା କରି ଜାଣିବାକୁ ପାଇଛନ୍ତି ।

Leave A Reply

Your email address will not be published.