ଆଜି ରାଜ୍ୟରେ ୪୦୬୬ କରୋନା ଆକ୍ରାନ୍ତ ସୁସ୍ଥ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୪୮ ସୁସ୍ଥ

କେନ୍ୟୁଜ୍(ବ୍ୟୁରୋ): ଆଜି ରାଜ୍ୟରେ ୪୦୬୬ କରୋନା ଆକ୍ରାନ୍ତ ସୁସ୍ଥ। ଆଜି ସୁସ୍ଥଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୪୮ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୯୮ ହଜାର ୧୯୪ରେ ପହଞ୍ଚିଛି ।


ସେହିଭଳି  କଟକରୁ ୫୨୧ ଅନୁଗୁଳରୁ ୨୨୫, ଯାଜପୁରରୁ ୧୮୧, ସୁନ୍ଦରଗଡ଼ରୁ ୧୬୭ ଜଣ, ଜଗତସିଂହପୁର, ନୂଆପଡ଼ାରୁ ୧୫୨ ଜଣ ଲେଖାଏଁ, ବରଗଡ଼ରୁ ୧୪୧, ନବରଂଗପୁରରୁ ୧୩୫, ସମ୍ବଲପୁରରୁ ୧୨୮, ଭଦ୍ରକରୁ ୧୨୭, ବାଲେଶ୍ୱରରୁ ୧୧୯, ମୟୂରଭଂଜରୁ ୧୧୪, କନ୍ଧମାଳରୁ ୧୦୮, କେନ୍ଦ୍ରାପଡ଼ାରୁ ୧୦୬ ଓ ପୁରୀ ଜିଲ୍ଲାରୁ ୧୦୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ଝାରସୁଗୁଡ଼ା ଜିଲ୍ଲାରୁ ଆଜି ୯୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ବଲାଙ୍ଗୀରରୁ ୮୧, କେନ୍ଦୁଝର, ମାଲକାନଗିରିରୁ ୬୫ ଜଣ ଲେଖାଏଁ, ରାୟଗଡ଼ା, ସୁବର୍ଣ୍ଣପୁରରୁ ୬୧ ଜଣ ଲେଖାଏଁ, ଗଂଜାମ, କଳାହାଣ୍ଡି, କୋରାପୁଟରୁ ୬୦ ଜଣ ଲେଖାଏଁ, ବୌଦ୍ଧରୁ ୫୯, ଢେଙ୍କାନାଳରୁ ୫୭, ନୟାଗଡ଼ରୁ ୪୧, ଦେବଗଡ଼ରୁ ୧୪, ଗଜପତିରୁ ୧୩ ଜଣ ଓ ଷ୍ଟେଟ ପୁଲରୁ ୧୪୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।