ପ୍ରେମ ହେବ ତ ଏପରି, ବିବାହର ୫୮ ବର୍ଷ ପରେ ବୃଦ୍ଧ ଦମ୍ପତି କଲେ ବିବାହ-ଫଟୋସୁଟ୍

କେରଳ : ପ୍ରେମରେ ନଥାଏ ବିୟୋଗ, ପ୍ରେମ ହେଉଛି ଅନ୍ତିମ ଯୋଗ ଓ ଅନ୍ତିମ ମିଳନ । ଭଗବାନ ଶ୍ରୀକୃଷ୍ଣର ଏହି ପ୍ରେମ ବାଣୀକୁ ସାର୍ଥକ କରିଛନ୍ତି କେରଳର ଏହି ବୃଦ୍ଧ ଦମ୍ପତି ।
ବିବାହର ୫୮ ବର୍ଷ ପରେ ବର କନ୍ୟା ବେଶରେ ସଜ୍ଜିତ ହୋଇ ଫଟୋସୁଟ୍ କରିବା ଏବେ ସୋସିଆଲ୍ ମିଡିଆରେ ଜୋର୍ ଚର୍ଚ୍ଚା ଧରିଛି । ଏମାନଙ୍କ ପ୍ରେମକୁ ଦେଖିଲେ ଲୈଲା ମଜ୍ନୁଙ୍କ ପ୍ରେମ ବି ଫିକା ପଡ଼ିଯିବ । ବୟସର ଅପରାହ୍ନରେ ପହଞ୍ଚିଥିଲେ ବି ସେମାନଙ୍କ ପ୍ରେମରେ ଭଟ୍ଟା ପଡ଼ିନି ।
ବାସ୍ତବରେ କଥା ଥିଲା ଏମିତି । ଏହି ଦମ୍ପତିଙ୍କ ବିବାହ ଫଟୋ ନଥିଲା । ତେଣୁ ତାଙ୍କର ନାତୁଣୀ ଜେଜେ-ଜେଜେମା’ଙ୍କୁ ବର-କନ୍ୟା ବେଶରେ ସଜ୍ଜିତ କରି ଫଟୋ ଉଠାଇଥିଲେ । ଏବଂ ସୋସିଆଲ ମିଡିଆରେ ଏହାକୁ ଛାଡିଥିଲେ ।
ଯାହା ଏବେ ଖୁବ୍ ଭାଇରାଲ୍ ହୋଇଛି । ଜେଜେ କଳା ସୁର୍ଟରେ ଥିବା ବେଳେ ଜେଜେ ମା’ ଧଳା ରଙ୍ଗର ଶାଢ଼ି ପିନ୍ଧି କନ୍ୟା ଠୁ କମ୍ ଦେଖା ଯାଉନାହାଁନ୍ତି । ଏହି ବୃଦ୍ଧ ଦମ୍ପତି ପ୍ରେମ ପାଇଁ ସୋସିଆଲ୍ ମିଡିଆରେ ଲୋକଙ୍କ ପ୍ରଶଂସାର ପାତ୍ର ହୋଇଯାଇଛନ୍ତି ।