Below header

ଶୀତଦିନେ ପ୍ରତିଦିନ ସକାଳେ ଖାଆନ୍ତୁ ଭିଜା ଅଖରୋଟ୍‌, ସବୁ ରୋଗରୁ ରହିବେ ଦୂରେଇ

ଅଖରୋଟ୍‌ରେ ଭରପୂର ମାତ୍ରାରେ ଫାଇବର, ପ୍ରୋଟିନ, ଭିଟାମିନ୍‌ ଓ ଆଣ୍ଟିଅକ୍ସିଡାଣ୍ଟସ୍‌ ଭଳି ତତ୍ତ୍ୱ ରହିଛି, ଯାହାକି ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଅଖରୋଟ୍‌ ସ୍ୱାସ୍ଥ୍ୟ ପାଇଁ ଗରମ ହୋଇଥିବାରୁ ଏହାକୁ ଶୀତଦିନ ସକାଳେ ନିଶ୍ଚୟ ସେବନ କରିବା ଉଚିତ୍‌।

ଅଖରୋଟ୍‌ରେ ଅଲ୍‌ଫା ଲିନୋଲେନିକ୍‌ ଏସିଡ୍‌ ରହିଥାଏ, ଯାହାକି ଓମେଗା-୩ ଫ୍ୟାଟି ଏସିଡ୍‌ର ହିଁ ଏକ ଅଂଶ। ଏହା ରକ୍ତ ଧମନୀଗୁଡ଼ିକରେ ଚର୍ବି ଜମାଟ ବାନ୍ଧିବାକୁ ରୋକିଥାଏ ଏବଂ ହାର୍ଟକୁ ସୁସ୍ଥ ରଖିଥାଏ।
ଅଖରୋଟ୍‌ରେ ଭରପୂର ମାତ୍ରାରେ ଓମେଗା-୩ ଫ୍ୟାଟି ଏସିଡ୍‌ ରହିଛି, ଯାହା ବ୍ରେନ୍‌କୁ ସୂଚାରୁ ରୂପେ ସଞ୍ଚାଳନ କରିଥାଏ ଏବଂ ସ୍ମରଣ ଶକ୍ତି ବଢ଼ାଇବାରେ ସାହାଯ୍ୟ କରିଥାଏ।

ଅଖରୋଟ୍‌ ବ୍ଲଡ୍‌ ସୁଗାର ଏବଂ ଡାଇବେଟିସ୍‌ ରୋଗୀଙ୍କ ପାଇଁ ମଧ୍ୟ ବେଶ୍‌ ଲାଭଦାୟକ ହୋଇଥାଏ। ଏହା ଫାଇବରରେ ଭରପୂର ହୋଇଥାଏ ଏବଂ ଶରୀରରେ ବ୍ଲଡ୍‌ ସୁଗାର ରିଲିଜ୍‌ କରିବାରେ ସାହାଯ୍ୟ କରିଥାଏ। ପ୍ରତିଦିନ ୩ରୁ ୪ଟି ଅଖରୋଟ୍‌ ଖାଇବା ଦ୍ୱାରା ଟାଇପ୍‌-୨ ଡାଇବେଟିସ୍‌ର ବିପଦ ମଧ୍ୟ କମି ଯାଇଥାଏ।

ଅଖରୋଟ୍‌ରେ ଥିବା ଅଲ୍‌ଫା ଲିନୋଲେନିକ ଏସିଡ୍‌ ହାଡ଼ ମଜଭୁତ କରିବାରେ ସାହାଯ୍ୟ କରିଥାଏ। ଏଥି ସହିତ ଯନ୍ତ୍ରଣା ନିବାରକ ରୂପେ ଏହା କାମ କରିଥାଏ। କ୍ୟାଲ୍‌ସିୟମ ଓ ଭିଟାମିନ ଅଭାବରୁ ଶରୀରରେ ହେଉଥିବା ଯନ୍ତ୍ରଣାକୁ ମଧ୍ୟ ଏହା ଦୂର କରିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.