ପ୍ରଥମାଷ୍ଟମୀରେ ବନାନ୍ତୁ ସୁଆଦିଆ ନରମ ନରମ ଏଣ୍ଡୁରୀ ପିଠା, ଥରେ ଏପରି ବନାଇ ଦେଖନ୍ତୁ

ଏଣ୍ଡୁରୀର ମହ ମହ ବାସ୍ନା ନେଇ ଆସିଛି ପ୍ରଥମାଷ୍ଟମୀ। ଘରର ପ୍ରଥମ ସନ୍ତାନ ମାନଙ୍କ ଉଦ୍ଦେଶ୍ୟରେ ଏହି ଦିନକୁ ପାଳନ କରାଯାଏ। ତେବେ ପ୍ରଥମାଷ୍ଟମୀରେ ଘରେ ଘରେ ପ୍ରସ୍ତୁତ କରାଯାଏ ଏଣ୍ଡୁରୀ ପିଠା। ତେଣୁ ଆଜି ଆମେ ଆପଣଙ୍କ ପାଇଁ ଆଣିଛୁ ପ୍ରଥମାଷ୍ଟମୀ ସ୍ପେଶାଲ ଏଣ୍ଡୁରୀ ପିଠା। ତାହା ପୁଣି ମୁଲାୟମ ଏବଂ ଟେଷ୍ଟୀ। ଏହାକୁ କେମିତି ବନାଇବେ ଜାଣନ୍ତୁ।

ଆବଶ୍ୟକ ସାମଗ୍ରୀ

  • ବିରି ଏବଂ ଅରୁଆ ଚାଉଳ – ଆବଶ୍ୟକ ଅନୁସାରେ
  • ଗୁଜୁରାତି ଗୁଣ୍ଡ – ଅଳ୍ପ
  • ନଡିଆ – ଅଳ୍ପ
  • ଚିନି ଏବଂ ଲୁଣ – ସ୍ୱାଦାନୁସାରେ
  • ପାଣି – ଆବଶ୍ୟକ ଅନୁସାରେ
  • ହଳଦୀ ପତ୍ର

enduriପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ବିରି ଏବଂ ଅରୁଆ ଚାଉଳକୁ ଭିଜାଇ ଦିଅନ୍ତୁ। କିଛି ଘଣ୍ଟା ପରେ ଏହାକୁ ଭଲ ଭାବେ ଧୋଇ ଗ୍ରାଇଣ୍ଡିଂ କରି ଦିଅନ୍ତୁ। ଏହାକୁ ଆପଣ ଭଲ ଭାବେ ଗାଢ଼ା କରି ଗ୍ରାଇଣ୍ଡ କରି ଏକ ପାତ୍ରରେ ରଖନ୍ତୁ। ଏହାପରେ ଅଳ୍ପ ପାଣି ଦିଅନ୍ତୁ ଏବଂ ମନେ ରଖନ୍ତୁ ଚାଉଳକୁ ପୂରା ମସୃଣ କରିବେ ନାହିଁ। ଏହା ପରେ ନଡ଼ିଆ ପୁର ପ୍ରସ୍ତୁତ କରିବା ପାଇଁ ନଡ଼ିଆ କୋରି ଦିଅନ୍ତୁ। ଗ୍ୟାସ୍ରେ କଡ଼େଇ ବସାଇ ନଡ଼ିଆ କୋରା, ଚିନି, ଏବଂ ଗୁଜୁରାତି ଗୁଣ୍ଡ ପକାଇ ଭାଜି ଦିଅନ୍ତୁ। ଏଠାରେ ଆପଣ ଚିନି ଜାଗାରେ ଗୁଡ଼ ମଧ୍ୟ ନେଇ ପାରିବେ। ଏବେ ପ୍ରସ୍ତୁତ ହୋଇଗଲା ପିଠା ପାଇଁ ଆବଶ୍ୟକ ନଡ଼ିଆ ପୁର । ଏହାପରେ ବିରି ଚାଉଳ ବଟାରେ ସ୍ୱାଦ ଅନୁସାରେ ଲୁଣ ପକାଇ ଗୋଳାଇ ଦିଅନ୍ତୁ। ଏବେ ଚୁଲି ଲଗାଇ ଏକ ଛୋଟ ଡିସ୍ ନିଅନ୍ତୁ । ଏହାପରେ ଏକ ବଡ ଡିସ୍ରେ ପାଣି ଦେଇ ଗ୍ୟାସ୍ରେ ବସାନ୍ତୁ। ସେହି ଡିସ୍ ଉପରେ ଏକ ପତଳା କପଡ଼ା ଘୋଡ଼ାଇ ଦିଅନ୍ତୁ। କପଡ଼ାର ଚାରି ପାଖ ବାନ୍ଧି ଦିଅନ୍ତୁ। କାରଣ ପିଠା କପଡ଼ା ଉପରେ ହିଁ ହେବ। ଯଦି କପଡ଼ା ଠିକ୍ ଭାବେ ନ ବାନ୍ଧିବେ ତାହାଲେ ପିଠା ପାଣିରେ ବୁଡ଼ିଯିବ। ଏବେ ସେହି କପଡ଼ା ଉପରେ ଆଉ ଏକ କପଡ଼ା ପକାନ୍ତୁ। ଏବେ କାଟି ରଖିବା ହଳଦି ପତ୍ରକୁ ନେଇ ସେଥିରେ ଅଳ୍ପ ଆଣ ଦିଅନ୍ତୁ ତାଉପରେ ପ୍ରସ୍ତୁତ କରିଥିବା ପୂର ରଖି ହଳଦି ପତ୍ରକୁ ଘୋଡାଇ ଦିଅନ୍ତୁ। ଧ୍ୟାନ ରଖିବେ ଯେପରି ଏହା ଲମ୍ବାଳିଆ ଆକୃତିର ହେବ।
ପ୍ରାୟ ୨୦ ମିନିଟ୍ ଯାଏ କମ୍ ଆଞ୍ଚରେ ପିଠାକୁ ସିଝିବାକୁ ଛାଡ଼ି ଦିଅନ୍ତୁ। ଏହାପରେ ପିଠା ଭଲରେ ସିଝିଛି ନା ନାହିଁ ଦେଖନ୍ତୁ, ଯଦି ନ ସିଝିଥିବ ଆଉ କିଛି ସମୟ ସିଝିବାକୁ ଛାଡ଼ି ଦିଅନ୍ତୁ। ଏହାପରେ ଚୁଲିକୁ ବନ୍ଦ କରି ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ସୁଆଦିଆ ପ୍ରଥମାଷ୍ଟମୀ ସ୍ପେଶାଲ ଏଣ୍ଡୁରୀ ପିଠା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.