Below header

ଏବେ ଗାଁ ମାମଲା ଯିବନି କୋର୍ଟକୁ, ପୁରୁଣା ପଦ୍ଧତିରେ ସମାଧାନ ପାଇଁ କହିଲେ ସୁପ୍ରିମ୍‌ କୋର୍ଟ, ହାଇକୋର୍ଟଙ୍କ ଠାରୁ ରିପୋର୍ଟ ତଲବ ଏବଂ ଗ୍ରାମ ନ୍ୟାୟାଳୟ ଆକ୍ଟ ଲାଗୁ କରିବାକୁ କଲେ ନୋଟିସ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ସୋମବାର ସମସ୍ତ ରାଜ୍ୟକୁ ଗ୍ରାମ୍ୟ ନ୍ୟାୟାଳୟ ଅଧିନିୟମ ୨୦୦୮ ଅନୁସାରେ ଗ୍ରାମ୍ୟ ନ୍ୟାୟାଳୟ ସ୍ଥାପିତ କରିବା ନେଇ ନିର୍ଦ୍ଦେଶ ଦେଇଛନ୍ତି । ଏ ସଂକ୍ରାନ୍ତରେ ଦାୟର ହୋଇଥିବା ଏକ ପିଟିସନ ବିଚାର କରି ସବୁ ହାଇକୋର୍ଟ ରେଜିଷ୍ଟାର ଜେନେରାଲଙ୍କୁ ନୋଟିସ ଜାରି କରିଛନ୍ତି ସୁପ୍ରିମକୋର୍ଟ ।

ଜଷ୍ଟିସ ଏସ ଅବଦୁଲ ନଜିର ଓ ଜଷ୍ଟିସ ବି ରାମାସୁବ୍ରମଣ୍ୟମଙ୍କ ଖଣ୍ଡପୀଠ ଏହି ମାମଲାରେ ହାଇକୋର୍ଟକୁ ପ୍ରତିବାଦୀ ଭାବେ ଗ୍ରହଣ କରିଛନ୍ତି,କାରଣ ମାମଲାର ନିର୍ଣ୍ଣୟ ପାଇଁ ହାଇକୋର୍ଟଙ୍କ ଉପସ୍ଥିତି ଆବଶ୍ୟକ ବୋଲି କହିଛନ୍ତି ଖଣ୍ଡପୀଠ । ନେସନାଲ ଫେଡେରସନ ଅଫ ସୋସାଇଟି ଫର ଫାଷ୍ଟ ଜଷ୍ଟିସ ଦ୍ୱାରା ଏହି ମାମଲାରେ ଜନସ୍ୱାର୍ଥ ମାମଲା ଦାୟର କରାଯାଇଥିଲା । ଏଥିରେ ଗ୍ରାମ ନ୍ୟାୟପାଳ ଅଧିନିୟମ ଲାଗୁ କରିବାକୁ ଦାବି କରାଯାଇଥିଲା ।

ପିଟିସନରଙ୍କ ପକ୍ଷରୁ ଓକିଲ ପ୍ରଶାନ୍ତ ଭୁଷଣ କହିଥିଲେ କି ଏହି ଅଧିନିୟମ ପ୍ରାୟ ୧୪ ବର୍ଷ ପୂର୍ବରୁ ପାରିତ ହୋଇଥିଲା, ହେଲେ କୌଣସି ରାଜ୍ୟରେ ଗୋଟିଏ ବି ଗ୍ରାମ ନ୍ୟାୟାଳୟ ସ୍ଥାପିତ ହୋଇନାହିଁ । ଯେଉଁ ଛୋଟ ମୋଟ ମାମଲାରେ ଆଇପିସି ଓ ସିଆରପିସିର ଆବଶ୍ୟକତା ନାହିଁ ସେହିସବୁ ମାମଲା ଏଠାରେ ସମାଧାନ ହୋଇପାରିବ । ଯେଉଁଥିପାଇଁ ଗ୍ରାମ ନ୍ୟାୟାଳୟର ପରିକଳ୍ପନା କରାଯାଇଥିଲା ।

ଶ୍ରୀ ଭୁଷଣ ଆହୁରି ତର୍କ ରଖିଥିଲେ, ଦେଶର ୫୦ ପ୍ରତିଶତ ଲୋକେ ଓକିଲ ଖର୍ଚ୍ଚ ବହନ କରି ପାରନ୍ତି ନାହିଁ କି ଅଦାଲତରେ ପହଞ୍ଚି ପାରନ୍ତି ନାହିଁ । ଯେଉଁଥିପାଇଁ ଛୋଟ ମାମଲାର ତୁରନ୍ତ ଫୈସଲା ପାଇଁ ଗ୍ରାମ ନ୍ୟାୟାଳୟ ଅଧିନିୟମ ତିଆରି ହୋଇଥିଲା ।

ତେଣୁ ଏହାକୁ ତୁରନ୍ତ ଲାଗୁ କରାଯିବା କଥା । କୌଣସି ରାଜ୍ୟ ଏହାକୁ ବିରୋଧ କରୁଛନ୍ତି କି ଖଣ୍ଡପୀଠଙ୍କ ପ୍ରଶ୍ନର ଉତ୍ତରରେ ପ୍ରଶାନ୍ତ ଭୁଷଣ ହିମାଚଳ ପ୍ରଦେଶ, ବିହାର, ଝାଡଖଣ୍ଡ,ତାମିଲନାଡୁ ଆଦି ରାଜ୍ୟ ଗ୍ରାମ ନ୍ୟାୟାଳୟ ସ୍ଥାପନ କରି ନଥିଲେ ବୋଲି କହିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.