Below header

ମା’ ହେବା ପରେ ଆଲିଆ ଭଟ୍ଟ ସେୟାର କଲେ ନିଜର ପ୍ରଥମ ଫଟୋ; ଲେଖିଲେ, ‘ୟେ ମୁଁ…’

ମା’ ହେବା ପରେ ଆଲିଆ ଭଟ୍ଟ ପ୍ରଥମ ଥର ସୋସିଆଲ ମିଡିଆରେ ନିଜର ଫଟୋ ସେୟାର କରିଛନ୍ତି। ଯଦିଓ ଏଥିରେ ତାଙ୍କ ମୁହଁ ଠିକ୍‌ ଭାବେ ଦେଖାଯାଉ ନାହିଁ, କିନ୍ତୁ ତାଙ୍କ ଖୁସି ସ୍ପଷ୍ଟ ଭାବେ ନଜର ଆସୁଛି। ଫଟୋରେ ଆଲିଆ ଭଟ୍ଟ ହାତରେ ଅରେଞ୍ଜ ରଙ୍ଗର କପ୍‌ ଧରିଥିବା ଦେଖାଯାଉଛି। ଏହି କପ୍‌ରେ ଲେଖା ହୋଇଛି, ‘ମାମା’। କ୍ୟାପସନରେ ଆଲିଆ ଲେଖିଛନ୍ତି, ‘ୟେ ମୁଁ’।

ଆଲିଆ ଭଟ୍ଟ ଗତ ସପ୍ତାହରେ ଝିଅକୁ ଜନ୍ମ ଦେଇଥିଲେ। ମା’ ହେବା ପରେ ଏହା ସୋସିଆଲ ମିଡିଆରେ ତାଙ୍କର ପ୍ରଥମ ପୋଷ୍ଟ। ଏହା ପୋଷ୍ଟକୁ ତାଙ୍କ ଫ୍ୟାନ୍‌ମାନେ ଖୁବ୍‌ ପସନ୍ଦ କରିଛନ୍ତି ଏବଂ ତାଙ୍କୁ ଝିଅର ଫଟୋ ପୋଷ୍ଟ ସେୟାର କରିବାକୁ କହିଛନ୍ତି। ଲୋକମାନେ ଆଲିଆ ଓ ତାଙ୍କ ନବଜନ୍ମିତ କନ୍ୟା ସନ୍ତାନର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ମଧ୍ୟ କାମନା କରିଛନ୍ତି। ସେଠି କିଛି ଜଣ ଆଲିଆ ଭଟ୍ଟଙ୍କ ମୁହଁ ଦେଖିବାକୁ ମଧ୍ୟ ଆଗ୍ରହ ପ୍ରକାଶ କରିଛନ୍ତି।

କହି ରଖୁଛୁ, ଆଲିଆ ଭଟ୍ଟ ୬ ନଭେମ୍ବରରେ ଏଚ୍‌ଏନ ରିଲାଏନ୍ସ ହସ୍ପିଟାଲରେ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ମା’ ହେବା ପରେ ଅଭିନେତ୍ରୀଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରୁ ଏକ ଖୁସି ଖବରକୁ ସେୟାର କରାଯାଇଥିଲା। ଆଲିଆ ୪ ଦିନ ପରେ ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇଥିଲେ। ଝିଅ ଓ ପତ୍ନୀଙ୍କୁ ହସ୍ପିଟାଲରୁ ଘରକୁ ନେଇ ଯିବା ସମୟରେ ରଣବୀର କପୁରଙ୍କ ଫଟୋ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହୋଇଥିଲା।

 

View this post on Instagram

 

A post shared by Alia Bhatt 💛 (@aliaabhatt)

ରଣବୀର ଓ ଆଲିଆ ଉଭୟ ଦୀର୍ଘ ଦିନ ଧରି ଫିଲ୍ମ ଇଣ୍ଡଷ୍ଟ୍ରୀର ଅଂଶ ରହି ଆସିଛନ୍ତି। କିନ୍ତୁ ସେମାନଙ୍କର ପ୍ରଥମ ଅଫିସିଆଲ ଦେଖା ଫିଲ୍ମ ‘ବ୍ରହ୍ମାସ୍ତ୍ର’ ସମୟରେ ହୋଇଥିଲା। ସୁଟିଂ ସମୟରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା ଏବଂ ଲମ୍ବା ସମୟ ଧରି ଦୁହେଁ ପରସ୍ପରକୁ ଡେଟ୍‌ କରିବା ପରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।

ରଣବୀର ଓ ଆଲିଆ ୧୪ ଏପ୍ରିଲ ୨୦୨୨ରେ ନିଜର ମୁମ୍ବାଇସ୍ଥିତ ବଙ୍ଗଳା ‘ବାସ୍ତୁ’ରେ ପରିବାର ସଦସ୍ୟ ଏବଂ ଘନିଷ୍ଠ ବନ୍ଧୁଙ୍କ ଗହଣରେ ବିବାହ କରିଥିଲେ। ଦୁଇ ମାସ ପରେ ଜୁନ୍ ୨୭ରେ ଆଲିଆ ନିଜ ଫ୍ୟାନ୍‌ମାନଙ୍କ ସହ ସେ ମା’ ହେବାକୁ ଯାଉଥିବା ନେଇ ଖୁସି ଖବର ସେୟାର କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.