Below header

ଯଦି ଏହି ରୋଗରେ ପୀଡିତ ତେବେ ପେଟ ମାଡି ଶୁଅନ୍ତୁ ନାହିଁ, ଜୀବନ ପ୍ରତି ହୋଇପାରେ ବିପଦ

ନୂଆଦିଲ୍ଲୀ : ସାଧାରଣତଃ ଅଧିକାଂଶ ଲୋକ ପେଟ ମାଡି କରି ଶୋଇଥାନ୍ତି । ହେଲେ ଏହି ଆଦତ କିଛି ଲୋକଙ୍କ ପାଇଁ ଜୀବନ ନେବା ଭଳି ସମସ୍ୟା ସୃଷ୍ଟି କରିପାରେ । ବୈଜ୍ଞାନିକଙ୍କ ମତରେ ଏପିଲେପ୍ସି ରୋଗୀ କେବେ ବି ପେଟ ମାଡ଼ି ଶୋଇବାକୁ ଚେଷ୍ଟା କରନ୍ତୁ ନାହିଁ । ଏହି ଆଦତ ଯଦି ଥାଏ ତେବେ ଛାଡି ଦିଅନ୍ତୁ ।

ଏପିଲେପ୍ସି ରୋଗୀଙ୍କୁ ବିପଦ

ପେଟ ମାଡ଼ି ଶୋଉଥିବା ଏପିଲେପ୍ସି ରୋଗୀଙ୍କ ହଠାତ୍‌ ମୃତ୍ୟୁ ଆଶଙ୍କା ବଢ଼ିଯାଇଥାଏ । ପିଲାଙ୍କ ଆକସ୍ମିକ ମୃତ୍ୟୁ ଲକ୍ଷଣ ବି ଏକାପରି । ଏହି କଥା ରିସର୍ଚ୍ଚରୁ ଜଣାପଡ଼ିଛି । ଏହା ଏକ ମସ୍ତିସ୍କ ରୋଗ ଯାହାଫଳରେ ରୋଗୀ ବାରମ୍ବାର ଅଚେତ ହୋଇଥାଏ ।

ରିସର୍ଚ୍ଚ କ’ଣ କହେ

ସାରା ବିଶ୍ୱରେ ପ୍ରାୟ ୫ କୋଟି ଏପିଲେପ୍ସି ରୋଗୀ ଅଛନ୍ତି । ଇଲିନୋଇସ ରେ ଥିବା ଚିକାଗୋ ୟୁନିଭରସିଟିର ଗବେଷକ ଡା.ଜେମ୍ସ ତାଓଙ୍କ ମତରେ ଅଧିକାଂଶ ଏପିଲେପ୍ସି ରୋଗୀଙ୍କ ଶୋଇବା ସମୟରେ ମୃତ୍ୟୁ ହୋଇଥାଏ । ଏକ ଗବେଷଣାରୁ ଜଣାପଡ଼ିଛି ଯେ କେବଳ ଶୋଇବା ବେଳେ ୭୩ % ରୋଗୀଙ୍କ ମୃତ୍ୟୁ ହୋଇଛି ।

କମର ମାଡି ବା କଡେଇ ଶୁଅନ୍ତୁ

ଏହି ରୋଗୀ କଡ ମାଡି ଶୋଇବା ଭଲ ହୋଇଥାଏ । କାରଣ କଡ ମାଡ଼ି ଶୋଇବା ଦ୍ୱାରା ମୃତ୍ୟୁ ଆଶଙ୍କା କମ ହୋଇଥାଏ । ଏହାଛଡ଼ା ଆଲାରମ, ହାତ ଘଡି ଓ ବେଡ ଆଲାରମ ଦ୍ୱାରା ଏହି ରୋଗୀଙ୍କୁ ମୃତ୍ୟୁ ମୁଖରୁ ବଞ୍ଚାଇ ହେବ ବୋଲି ଗବେଷକ କହିଛନ୍ତି । ଏହି ଷ୍ଟଡି ଅନଲାଇନ ଜର୍ଣ୍ଣାଲ ନ୍ୟୁରୋଲୋଜିରେ ପ୍ରକାଶ ପାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.