ଆପଣଙ୍କ ସ୍ୱାସ୍ଥ୍ୟବସ୍ଥା କହିବ ଆପଣଙ୍କ ଆଖି, କେବେ ବି ଏହିସବୁ ଲକ୍ଷଣକୁ ଅଣଦେଖା କରନ୍ତୁ ନାହିଁ

ଆପଣଙ୍କ ସ୍ୱାସ୍ଥ୍ୟ କେମିତି ଅଛି, ତାହା ଆପଣଙ୍କ ଆଖିକୁ ଦେଖି ଜାଣିହୋଇପାରେ। ଆଖି ହୃଦୟର ଅବସ୍ଥାକୁ କହିଥାଏ, କିନ୍ତୁ ହୃଦୟର କଥା କହିବା ସହିତ ଏହା ଆପଣଙ୍କ ସ୍ୱାସ୍ଥ୍ୟର ଅବସ୍ଥା ବିଷୟରେ ବି କହିପାରେ । ଏଥିପାଇଁ କୌଣସି ବି ରୋଗର କାରଣ ଜାଣିବାକୁ ଡାକ୍ତରମାନେ ପ୍ରଥମେ ରୋଗୀର ଆଖି ଚେକ୍ କରନ୍ତି ।

ବିଶେଷଜ୍ଞଙ୍କ କହିବା ମୁତାବକ, ଯଦି ଆପଣଙ୍କ ଆଖିରେ କୌଣସି ପରିବର୍ତ୍ତନ ନଜର ଆସେ, ତେବେ ତୁରନ୍ତ ଡାକ୍ତରଙ୍କୁ ଦେଖାଇବା ଉଚିତ୍ । ଯଦି ଆପଣଙ୍କ ଆଖିରେ ଦେଖିବାର ସମସ୍ୟା, ଜଳିବା ବା ଯନ୍ତ୍ରଣାର ସମସ୍ୟା ରହିଛି, ତେବେ ଏହା ବଡ଼ ରୋଗର ଲକ୍ଷଣ ହୋଇପାରେ । ତେଣୁ କେବେ ବି ଏହାକୁ ଅଣଦେଖା କରନ୍ତୁ ନାହିଁ।

ଆଖିରୁ ପାଣି ବାହାରୁଥିଲେ: ଆଖିରେ ଅଧିକ ପାଣି ଆସିବା ସମୟରେ ଯଦି ଆପଣଙ୍କ ଆଖିରେ କଳା କିମ୍ବା ବାଦାମୀ ଦାଗ ଦେଖାଯାଏ, ତେବେ ତୁରନ୍ତ ଡାକ୍ତରଙ୍କୁ ଦେଖିବା ଉଚିତ୍ ।

ଅସ୍ପଷ୍ଟ ଦେଖାଗଲେ: ଯଦି ଆପଣଙ୍କୁ ଅସ୍ପଷ୍ଟ ଦେଖାଯାଏ, ତେବେ ବି ଏହାକୁ ହାଲୁକାରେ ନେବା ଉଚିତ୍ ନୁହେଁ । କାରଣ ଅନେକ କାରଣରୁ ଲୋକମାନଙ୍କୁ ଅନ୍ଧାରୁଆ ଦେଖାଦେଇଥାଏ । ଯଦି ଆପଣଙ୍କୁ ଆଲୋକରେ ବା ଅନ୍ଧାରରେ ଅସ୍ପଷ୍ଟ ଦେଖାଦେଉଛି, ତେବେ ଏହାକୁ ବି ଅଣଦେଖା କରନ୍ତୁ ନାହିଁ ।

ଆଖିରେ ଶୁଷ୍କତା: ଆପଣଙ୍କ ଆଖି ଶୁଷ୍କ ଶୁଷ୍କ ଲାଗିଲେ ଏହାକୁ ହାଲୁକା ଭାବେ ଗ୍ରହଣ କରନ୍ତୁ ନାହିଁ । କାରଣ ଆଖିରେ ଶୁଷ୍କ ହେବାର ଅନେକ କାରଣ ଥାଇପାରେ । ଯେପରି କି, ବିଳମ୍ବିତ ରାତି ପର୍ଯ୍ୟନ୍ତ କମ୍ପ୍ୟୁଟର ସ୍କ୍ରିନରେ କାମ କରିବା ବା ଫୋନ୍ ବ୍ୟବହାର କରିବା । ଏମିତି ହେଉଥିଲେ ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ।

ଆଖି କୁଣ୍ଡାଇହେବା : ଆଖି କୁଣ୍ଡାଇ ହେବା ବା ଡାର୍କ ସର୍କଲ ହେବାକୁ ବି ହାଲୁକାରେ ନିଅନ୍ତୁ ନାହିଁ । ଏହାର ଅନେକ କାରଣ ଥାଇପାରେ । କୁହାଯାଏ କି, ଅନେକ କାରଣରୁ ଆଖି କୁଣ୍ଡାଇହେବା ଓ ଡାର୍କ ସର୍କଲ ଭଳି ସମସ୍ୟା ଦେଖାଦେଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.