ଫେଙ୍ଗସୁଇ ଶାସ୍ତ୍ର : ଏହି ୯ ପ୍ରକାର ମାଛ ଘରେ ରଖିବା ଦ୍ୱାରା ଜୀବନରେ ଆସିଥାଏ ସୁଖ-ସମୃଦ୍ଧି

ଭାରତୀୟ ବାସ୍ତୁ ଶାସ୍ତ୍ର ଭଳି ଚୀନର ବାସ୍ତୁ ଶାସ୍ତ୍ରକୁ ଫେଙ୍ଗସୁଇ ଶାସ୍ତ୍ର ବୋଲି କୁହାଯାଏ । ଏଥିରେ ଜୀବନରେ ନକରାତ୍ମକ ଶକ୍ତିକୁ ଦୂର କରିବା ସହ ଧନ, ମାନ ସମ୍ମାନ, କ୍ୟାରିଅର,ଚାକିରି,ପ୍ରେମ ଓ ସୁଖ ସମୃଦ୍ଧି ପାଇଁ ବହୁତ କିଛି ଉପାୟ ଦିଆଯାଇଛି ।

ପ୍ରତ୍ୟେକ ବ୍ୟକ୍ତି ଚାହିଁଥାଏ ଘରେ ସୁଖ ଶାନ୍ତି ବଜାୟ ରହୁ ଓ ଏଥିପାଇଁ ସର୍ବଦା ସଫଳତା ଓ ଧନର ମାର୍ଗ ଖୋଲା ରହୁ । ଫେଙ୍ଗସୁଇ ଶାସ୍ତ୍ରରେ ଏମିତି କିଛି କଥା କୁହାଯାଇଛି ଯାହା ଘରୁ ନକରାତ୍ମକ ଶକ୍ତି ଦୂର କରିଥାଏ । ଏହି ଉପାୟ ମଧ୍ୟରୁ ଗୋଟିଏ ହେଉଛି ଘରେ ୯ ମାଛ ରଖିବା । ଆସନ୍ତୁ ଜାଣିବା ଘରେ କେଉଁ ମାଛ ରଖିବା ଶୁଭ ହୋଇଥାଏ ।

ଘରେ ରଖନ୍ତୁ ଏହି ୯ ମାଛ

ଫେଙ୍ଗସୁଇ ଶାସ୍ତ୍ର ଅନୁସାରେ ଘରେ ୮ କଳା ଓ ୧ ସୁନେଲି ମାଛ ରଖିବା ବହୁତ ଶୁଭ ହୋଇଥାଏ । କୁହାଯାଏ , ଆପଣ ଏହି ୯ ମାଛକୁ ଘରେ ଆକ୍ୟୁୟାରିଅମରେ ରଖିପାରିବେ । ଏହି ୯ ମାଛକୁ ଘରେ ରଖିବା ଦ୍ୱାରା ଘରୁ ନକରାତ୍ମକ ଶକ୍ତି ନଷ୍ଟ ହୋଇଥାଏ ଓ ଜୀବନରେ ସକରାତ୍ମକ ଶକ୍ତି ସୃଷ୍ଟି ହୋଇଥାଏ ।

ଘର ଆକ୍ୟୁୟାରିଅମରେ ୯ ମାଛ ରଖିବାର ଲାଭ

ଫେଙ୍ଗସୁଇ ଶାସ୍ତ୍ର ଅନୁସାରେ ଆପଣ ଯଦି ନିଜ ଘର ଡ୍ରଇଂରୁମରେ ଫିସ ଆକ୍ୟୁୟାରିଅମରେ ୮ ଟି କଳା ଓ ଗୋଟିଏ ସୁନେଲି ମାଛ ରଖନ୍ତି,ତେବେ ଜୀବନରେ ସୌଭାଗ୍ୟ ବୃଦ୍ଧି ହୋଇଥାଏ । ଆପଣ ଏହାକୁ ଆପଣଙ୍କ ଡ୍ରଇଂରୁମର ପୂର୍ବ କିମ୍ବା ଉତ୍ତର ଦିଗରେ ରଖିପାରିବେ ।

ଏହା ସହ ଆର୍ଥିକ ସମସ୍ୟା ଦୂର କରିବା ପାଇଁ ଓ ମାନ ସମ୍ମାନ ବୃଦ୍ଧି ପାଇଁ ମଧ୍ୟ ମାଛ ଶୁଭ ମନାଯାଇଥାଏ । ତେବେ କେବେ ବି ଆକ୍ୟୁୟାରିଅମକୁ ବେଡ ରୁମରେ ରଖନ୍ତୁ ନାହିଁ । ନଚେତ ଆପଣଙ୍କ ନିଦରେ ବାଧା ସୃଷ୍ଟି କରିପାରେ ।

Leave A Reply

Your email address will not be published.