Below header

ଫଲୋ କରନ୍ତୁ Military Diet, ୧ ସପ୍ତାହରେ ହ୍ରାସ ପାଇବ ୪.୫ କିଲୋ ଓଜନ!

ଏ ପଯ୍ୟର୍ନ୍ତ ଆପଣ ଅନେକ ପ୍ରକାରର ଡାଏଟ୍‌ ବିଷୟରେ ଶୁଣିଥିବେ। କିନ୍ତୁ କେବେ Military Diet ବିଷୟରେ ଶୁଣିଛନ୍ତି କି? ହଁ, ଏହି ଡାଏଟ୍‌ ଦୁନିଆର ପ୍ରମୁଖ ଲୋକପ୍ରିୟ ଡାଏଟ୍‌ ମଧ୍ୟରୁ ଗୋଟିଏ। ଦାବି କରାଯାଏ କି, ଏହାକୁ ଫଲୋ କଲେ ଗୋଟିଏ ସପ୍ତାହ ମଧ୍ୟରେ ହିଁ ୪.୫ କିଲୋ ଓଜନ ହ୍ରାସ ପାଇଯିବ।
Military Dietକୁ ୩-ଡେ ଡାଏଟ୍‌ ପ୍ଲାନ୍‌ ମଧ୍ୟ କୁହାଯାଇଥାଏ। ଏଥିରେ ବ୍ୟକ୍ତିକୁ ୩ ଦିନ ସ୍ପେଶାଲ୍‌ ଡାଏଟ୍‌ ପ୍ଲାନ୍‌ ଫଲୋ କରିବାକୁ ପଡ଼ିଥାଏ। ଏହାକୁ ପ୍ରତି ସପ୍ତାହ ସେ ପଯ୍ୟର୍ନ୍ତ ଦୋହରାଇବାକୁ ପଡ଼ିଥାଏ, ଯେ ପଯ୍ୟର୍ନ୍ତ ଆପଣ ଚାହୁଁଥିବା ଓଜନ ହାସଲ ନ କରିଛନ୍ତି।

m1

ଏହି ଡାଏଟ୍‌କୁ ଫଲୋ କରି ବ୍ୟକ୍ତି ୩ ଦିନ ପଯ୍ୟର୍ନ୍ତ ୧,୧୦୦-୧,୪୦୦ କ୍ୟାଲୋରୀ ପ୍ରତ୍ୟେକ ଦିନ ନେଇଥାଏ। ବାକି ୪ ଦିନ ତାକୁ ,ହଲ୍‌ଦି ଡାଏଟ୍‌ ନେବାକୁ ପରମର୍ଶ ଦିଆଯାଇଥାଏ, କିନ୍ତୁ ଏଥିରେ ମଧ୍ୟ କ୍ୟାଲୋରୀ କାଉଣ୍ଟ୍‌କୁ କମ୍‌ ରଖିବାକୁ ପଡ଼ିଥାଏ। ଆସନ୍ତୁ ଏବେ ଜାଣିବା, Military Dietର ମିଲ୍‌ ପ୍ଲାନ୍‌ ବିଷୟରେ।

m3

୧. ପ୍ରଥମ ଦିନ

ବ୍ରେକ୍‌ଫାଷ୍ଟ:

ଗୋଟିଏ vet bread slice ସହିତ ଦୁଇ ବଡ଼ ଚାମଚ ବାଦାମ ଲହୁଣୀ। ବିନା ଚିନିର ଏକ କପ୍‌ କଫି କିମ୍ବା ଚା’ ଏବଂ ଫାଳେ କମଳା କିମ୍ବା ମୌସମୀ।

ଲଞ୍ଚ୍‌:

ଗୋଟିଏ ବ୍ରାଉନ୍‌ ବ୍ରେଡ୍‌ ଟୋଷ୍ଟ, ୧୫୦ ଗ୍ରାମ ସୋୟା ପନିର, ଏକ କପ୍‌ ବିନା ଚିନିର ଚା’ କିମ୍ବା କଫି।

ଡିନର:

ଗୋଟିଏ ଛୋଟ ସେଓ, ଏକ କପ୍‌ ଗ୍ରୀନ୍‌ ବିନ୍ସ, ୧୦୦ ଗ୍ରାମ ରନ୍ଧା ଡାଲି, ରାଜ୍‌ମା କିମ୍ବା ଛୋଲେ। ଏହାସହିତ ଗୋଟିଏ କପ୍‌ ଭାନିଲା ଆଇସ୍‌କ୍ରିମ୍‌।

m5

୨. ଦ୍ୱିତୀୟ ଦିନ

ବ୍ରେକ୍‌ଫାଷ୍ଟ:

ଗୋଟିଏ vet bread slice ଟୋଷ୍ଟ, ଫାଳେ କଦଳୀ ଏବଂ ୧ କପ୍‌ କିମ୍ବା ୨୦୦ ଏମ୍‌ଏଲ୍‌ ସୋୟା ମିଲ୍କ।

ଲଞ୍ଚ୍‌:

୧୫ରୁ ୨୦ଟି ବାଦାମ, ଛେନା, ୧୦୦ ଗ୍ରାମ ଭଜା ବିନ୍ସ ଏବଂ ୫ଟି ବିସ୍କୁଟ୍‌।

ଡିନର:

ଦୁଇଟି ସୋୟା ପନିର୍‌ ସ୍ଲାଇସ୍‌, ଫାଳେ କଦଳୀ, ଏକ କପ୍‌ ବ୍ରୋକଲି, ଅଧା କପ୍‌ ଗାଜର ଏବଂ ଅଧା କପ୍‌ ଭାନିଲା ଆଇସ୍‌କ୍ରିମ୍‌।

m4

୩. ତୃତୀୟ ଦିନ

ବ୍ରେକ୍‌ଫାଷ୍ଟ:

ଏକ କପ୍‌ ଛେନା କିମ୍ବା ୧୫ରୁ ୨୦ଟି ବାଦାମ, ଗୋଟିଏ ଛୋଟ ସେଓ ଏବଂ ୫ଟି ଲୁଣି ବିସ୍କୁଟ।

ଲଞ୍ଚ୍‌:

vet bread slice ଟୋଷ୍ଟ ଏବଂ ୧୦୦ ଗ୍ରାମ ଭଜା ବିନ୍ସ।

ଡିନର:

୫୦ ଗ୍ରାମ୍‌ ସୋୟା ପନିର, ଫାଳେ କଦଳୀ ଏବଂ ଅଧା କପ୍‌ ଭାନିଲା ଆଇସ୍‌କ୍ରିମ୍‌।

m6

ସାବଧାନତା:

ଏହି ଡାଏଟ୍‌କୁ ଫଲୋ କରିବା ସମୟରେ ପାଣି ପଯ୍ୟର୍ାପ୍ତ ପରିମାଣର ପିଅନ୍ତୁ। ଏହି ସମୟରେ ସୋଡା କିମ୍ବା ମଦ ପିଅନ୍ତୁ ନାହିଁ। ମିଲ୍‌ ମଝିରେ କୌଣସି ଅନ୍ୟ ଖାଦ୍ୟ ଖାଆନ୍ତୁ ନାହିଁ। ହ୍ଵାଇଟ୍‌ ବ୍ରେଡ୍‌, ଚିନି ଏବଂ ଫାଷ୍ଟ୍‍ ଫୁଡ୍‌ରୁ ଦୂରେଇ ରୁହନ୍ତୁ। ଡାଏଟ୍‌ ସମୟରେ ଓ୍ଵାର୍କଆଉଟ୍‌ କରିବା ଛାଡ଼ନ୍ତୁ ନାହିଁ। ଯଦି ମିଲିଟାରୀ ଡାଏଟ୍‌ ଫଲୋ କରିବା ବେଳେ କୌଣସି ବି ପ୍ରକାରେ ଅସହଜ ଅନୁଭବ କରନ୍ତି, ତା’ହେଲେ ତୁରନ୍ତ ଏହାକୁ ବନ୍ଦ କରି ଦିଅନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.