Below header

ଗୋପାଳପୁର: ଆମ୍ବପୁଆ ଦକ୍ଷିଣ ଦଣ୍ଡକାଳୀ ମନ୍ଦିରରୁ ସୁନା ଅଳଙ୍କାର ଓ ହୁଣ୍ଡି ଟଙ୍କା ଚୋରି

ଗୋପାଳପୁର ଥାନା ଆମ୍ବପୁଆରେ ଥିବା ମା ଦକ୍ଷିଣ ଦଣ୍ଡକାଳୀ ମନ୍ଦିରରୁ ଚୋରି । ଦୁଇଟି ହୁଣ୍ଡିରୁ ଗୋଟିଏକୁ ନେଇଯାଇଥିବା ବେଳେ ଅନ୍ୟ ହୁଣ୍ଡିିରୁ ଟଙ୍କା ଚୋରି କରି ନେଇଯାଇଛନ୍ତି ଦୁର୍ବୃତ୍ତ । ଏଥିସହ ମାଙ୍କ ଦେହରୁ ସମସ୍ତ ସୁନା ଅଳଙ୍କାର ଚୋରି କରି ନେଇଯାଇଛନ୍ତି । ୫ ଲକ୍ଷରୁ ଅଧିକ ଟଙ୍କାର ଅଳଙ୍କାର ଚୋରି କରି ନେଇଯାଇଥିବା ଅଭିଯୋଗ ହୋଇଛି । ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍‌ ଟିମ୍‌ ସହାୟତାରେ ଗୋପାଳପୁର ଥାନା ପୋଲିସ ତଦନ୍ତ ଚଳାଇଛି । ପୂର୍ବରୁ ଏହି ମନ୍ଦିରରୁ ଚୋରି ହୋଇଥିବା ବେଳେ ପୁଣି ଥରେ ବଡ଼ ଧରଣ ଚୋରିକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.