ଥଣ୍ଡା କାଶରୁ ଦୂରେଇ ରହିବା ପାଇଁ ଆପଣାନ୍ତୁ ଏହି ଘରୋଇ ଟିପ୍ସ

ଏବେ ତ ଶୀତ ଦିନ ପାଖେଇ ଆସିଲାଣି । ଏହି ଦିନରେ ସବୁଠୁ ଅଧିକ ଥଣ୍ଡା, ସର୍ଦ୍ଦି ଓ ଜ୍ୱର ପରି ସମସ୍ୟା ଦେଖାଯାଇଥାଏ ।ଲଗାତାର ଛିଙ୍କ ହେବା ସହ ମୁଣ୍ଡ ବିନ୍ଧା ଓ ଦେହ ପୀଡା ପରି ସମସ୍ୟା ଜଟିଳ ହୋଇପଡେ । ଏମିତିକି ଏହି ଦିନ ମାନଙ୍କରେ ଶେଯରୁ ଉଠିବା ବି କଷ୍ଟ ହୋଇପଡେ । ବର୍ଷା ଦିନରୁ ଆରମ୍ଭ କରି ଶୀତ ଦିନ ଭିତରେ ଲୋକେ କେତେ ଥର ଯେ ଏଥିରେ ଆକ୍ରାନ୍ତ ହୁଅନ୍ତି ତାର କୌଣସି ଠିକଣା ନଥାଏ । କିନ୍ତୁ ଆପଣ ଜାଣନ୍ତିକି ଏହି ସବୁ ପଛରେ ମୁଖ୍ୟ ଭୂମିକା ନିଭାଉଥିବା କୋଲର୍ଡ ଭାଇରସ ପ୍ରାୟ ୨୦୦ ପ୍ରକାର ହୋଇଥାନ୍ତି । ପ୍ରାୟ ସବୁବେଳେ ଏହି ସବୁ ରୋଗରୁ ବର୍ତ୍ତିବା ପାଇଁ ଲୋକେ ସାଧାରଣ ଔଷଧ ଗୁଡିକର ହିଁ ବ୍ୟବହାର କରିଥାନ୍ତି । ଏହି ରୋଗ ଗୁଡିକର ପ୍ରଥମ ୨୪ ଘଣ୍ଟା ବେଶ ସମ୍ବେଦନଶୀଳ ହୋଇଥାଏ ।

cold

ନିକଟରେ ଲଣ୍ଡନର କ୍ୱିନ ମେରୀ ବିଶ୍ୱବିଦ୍ୟାଳୟର ବାୟୋଲୋଜିଷ୍ଟ ବିଭାଗର ପ୍ରଫେସର ମାନେ ଗବେଷଣା କରି ଏହି ରୋଗ ଗୁଡ଼ିକରୁ ମୁକ୍ତି ପାଇବା ପାଇଁ ତରିକା ବାହାର କରିଛନ୍ତି । ଏହି ପ୍ରଫେସରଙ୍କ କହିବା ଅନୁଯାୟୀ ଏହି ଭାଇରସ ମାନେ ଆପଣଙ୍କ ଚାରିପାଖରେ କେବେବି ଘୁରିବୁଲି ପାରନ୍ତି । ଏମିତିକି ଥରେ ନିଶ୍ୱାସ ନେଲେ ଆପଣ ପ୍ରାୟ ୧୦,୦୦୦ ଭାଇରସକୁ ଗ୍ରହଣ କରିପାରନ୍ତି । କିନ୍ତୁ ଏମାନଙ୍କ ଭିତରୁ ୧୦୦ ରୁ ଅଧିକ ଭାଇରସ ଆପଣଙ୍କ ନାକ ଓ ଗଳାରେ ହିଁ ବେଶୀ କ୍ଷତି ଘଟାଇ ପାରନ୍ତି । ଏସବୁଥିରୁ ରକ୍ଷା ପାଇବା ପାଇଁ ଆପଣଙ୍କୁ କିଛି ବିଶେଷ ଦିଗ ପ୍ରତି ଧ୍ୟାନ ଦେବା ନିହାତି ଆବଶ୍ୟକ ।

chicken soup

କିଛି ଟିପ୍ସ:

୧.ବିଶେଷଜ୍ଞ ମାନଙ୍କ ଅନୁଯାୟୀ ଲେମ୍ବୁ ସହିତ ମହୁ ଗ୍ରହଣ କଲେ ଏହା ସର୍ଦ୍ଦିରୁ ସୁରକ୍ଷା ଦେଇଥାଏ ।

୨. କିଛି କାମ କରିବା ପୂର୍ବରୁ ସବୁବେଳେ ସାବୁନରେ ହାତ ଧୁଅନ୍ତୁ । କୌଣସି ପୀଡିତ ଲୋକଙ୍କଠାରୁ ନିଜକୁ ଦୁରେଇ ରଖନ୍ତୁ ।

୩.୨୦୦୦ ମସିହାରେ ହୋଇଥିବା ଗବେଷଣା ଅନୁଯାୟୀ ଚିକେନ ସୁପ ପିଇବା ଦ୍ୱାରା ସର୍ଦ୍ଦି ଓ ଥଣ୍ଡା ପରି ସମସ୍ୟା ଶୀଘ୍ର ଭଲ ହୋଇଯାଇଥାଏ ।

୪. ଆପଣ ଏହି ସମୟରେ ଏମିତି ଖାଦ୍ୟ ଗ୍ରହଣ କରନ୍ତୁ ଯାହା ଭିଟାମିନ ସି ରେ ଭରପୁର ହୋଇଥିବ ।

୫. ଥଣ୍ଡା ଓ ସର୍ଦ୍ଦି ହୋଇଥିବା ସମୟରେ ନିଜ ପାର୍ଟନରଙ୍କ ସହ ବେଡ଼ ସେୟାର କରନ୍ତୁ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.