Below header

ଜମିହରା ପ୍ରଜାଙ୍କୁ ଉଚିତ ନ୍ୟାୟ ପ୍ରଦାନ ପାଇଁ ୧୨ଘଣ୍ଟିଆ ତାଳଚେର ବନ୍ଦ ଡାକରା

ତାଳଚେର(କେନ୍ୟୁଜ୍): ୧୨ଘଣ୍ଟିଆ ତାଳଚେର ବନ୍ଦ ଡାକରା। ବିଧାୟକ ବ୍ରଜ କିଶୋର ପ୍ରଧାନ ଓ ଶତାଧିକ ଗ୍ରାମବାସୀଙ୍କୁ ଅଟକ ପ୍ରତିବାଦ ସହ ଜମିହରା ପ୍ରଜାଙ୍କୁ ଉଚିତ ନ୍ୟାୟ ପ୍ରଦାନ ନେଇ ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦିଆଯାଇଛି। ବନ୍ଦ ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମଧ୍ୟ ଘେରାଉ କରାଯିବ ବୋଲି ସୂଚନା ମିଳିଛି। ସକାଳୁ ଆରମ୍ଭ ହୋଇଥିବା ବନ୍ଦ ଫଳରେ ଗାଡ଼ି ଚଳାଚଳ ସଂପୂର୍ଣ୍ଣ ଗତକାଲି ଭାଲୁଗାଡ଼ିଆରେ ଏମସିଏଲ ହିଙ୍ଗୁଳା ଖଣି ପାଇଁ ଜମି ଅଧିଗ୍ରହଣକୁ ଗ୍ରାମବାସୀ ବିରୋଧ କରିଥିଲେ। ମୁହାଁମୁହିଁ ହୋଇଥିଲେ ତାଳଚେର ବିଧାୟକ ଓ ଅନୁଗୁଳ ଏସ୍‌ପି ଜଗମୋହନ ମୀନା। ଉଭୟଙ୍କ ମଧ୍ୟରେ ବହୁ ସମୟ ଧରି ଉଚ୍ଚବାଚ ହୋଇଥିଲା। ବସ୍ତି ଆନ୍ଦୋଳନରେ ବିଧାୟକ ବ୍ରଜ ପ୍ରଧାନ ସାମିଲ ହୋଇଥିବା ବେଳେ ଏସ୍‌ପିଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା। ଏହି ଘଟଣାରେ ପୋଲିସ ଅଧିଗ୍ରହଣକୁ ବିରୋଧ କରୁଥିବା ଗ୍ରାମବାସୀ ଓ ବିଧାୟକଙ୍କୁ ଅଟକ ରଖିଥିଲା । ସେପଟେ ବିଧାୟକ ଓ ଗ୍ରାମବାସୀଙ୍କୁ ଖଲାସ ଦାବିରେ ସ୍ଥାନୀୟ ଲୋକ ଓ ବିଜେଡି କର୍ମୀ ଆନ୍ଦୋଳନ କରିଥିଲେ। ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ଅଞ୍ଚଳବାସୀଙ୍କ ଦାବିି, ଜମି ଅଧିଗ୍ରହଣ ବଦଳରେ ସେମାନଙ୍କୁ ଅନ୍ୟତ୍ର ଜମି ଓ ନିଯୁକ୍ତି ଦିଆଯାଉ। ହେଲେ ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଉନାହିଁ । ପ୍ରଶାସନିକ ଅଧିକାରୀମାନେ ଭାଲୁଗାଡ଼ିଆ ଅଞ୍ଚଳରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିବାରୁ ଗାଁ ଲୋକ ଏହାକୁ ବିରୋଧ କରିଥିଲେ। ଅନ୍ୟପଟେ ଏମସିଏଲ ପକ୍ଷରୁ ଥଇଥାନ ସହ ସମସ୍ତ କ୍ଷତିପୂରଣ ରାଶି ପ୍ରଦାନ କରାଯାଇଛି ବୋଲି ହିଙ୍ଗୁଳା ପ୍ରକଳ୍ପ ଅଧିକାରୀ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.