Below header

ବାରମ୍ବାର ମୁହଁ ଧୋଇବାର ଅଭ୍ୟାସ ରହିଛି କି ? ଆଜି ହିଁ ବଦଳାନ୍ତୁ ନଚେତ ହେବେ ହଇରାଣ

ମୁହଁକୁ ସଫା ରଖିବା ପାଇଁ କ’ଣ ଆପଣ ବାରମ୍ବାର ଧୋଇଛନ୍ତି କି ? ଯଦି ଆପଣଙ୍କର ଏମିତି ଅଭ୍ୟାସ ରହିଥାଏ, ତେବେ ତୁରନ୍ତ ବଦଳାଇ ଦିଅନ୍ତୁ। ଏହି ଅଭ୍ୟାସ ଆପଣଙ୍କ ଚେହେରାକୁ କୌଣସି ପ୍ରକାର ଫାଇଦା ଦିଏ ନାହିଁ ବରଂ କ୍ଷତି ପହଞ୍ଚାଏ। ଏହା ଯୋଗୁଁ ଆପଣଙ୍କ ସ୍କିନ୍‌ ଖରାପ ହୋଇଯାଏ। ବାରମ୍ବାର ମୁହଁକୁ ଧୋଇବା ଦ୍ୱାରା ସ୍କିନ ସେଲସକୁ କ୍ଷତି ପହଞ୍ଚେ, ଏହାଦ୍ୱାରା ସ୍କିନରେ ଥିବା ପ୍ରାକୃତିକ ଅଏଲ ବାହାରିଯାଏ ଏବଂ ତ୍ୱଚାରେ ରୁକ୍ଷାପଣ ବଢିଯାଏ।

ଯେଉଁମାନଙ୍କର ତେଲିଆ ତ୍ୱଚା, ସେମାନେ ବାହାରକୁ ଆସିବା ମାତ୍ରେ ମୁହଁରେ ତେଲ, ଝାଳ ଆଦି ଥିବା ଅନୁଭବ କରିଥାଆନ୍ତି। ଏଥିରୁ ମୁକ୍ତି ପାଇବା ପାଇଁ ସେମାନେ ବାରମ୍ବାର ମୁହଁ ଧୁଅନ୍ତି। କିନ୍ତୁ ବାରମ୍ବାର ମୁହଁ ଧୋଇବା ତ୍ୱଚା ପାଇଁ କ୍ଷତିକାରକ ହୋଇପାରେ । କାରଣ, ଏହା ଚେହେରାର ପ୍ରାକୃତିକ ଆର୍ଦ୍ରତାକୁ ଦୂରେଇ ଚର୍ମକୁ କ୍ଷତି ପହଞ୍ଚାଇଥାଏ। ଏମିତି ସ୍ଥିତିରେ ଆପଣଙ୍କ ପାଇଁ ମଶ୍ଚରାଇଜର ଇତ୍ୟାଦି ବ୍ୟବହାର କରିବା ଆବଶ୍ୟକ ହୋଇଯାଏ ।

ଦିନରେ କେତେ ଥର ମୁହଁ ଧୋଇବା ଉଚିତ :

ଦିନରେ କେବଳ୨ଥର ମୁହଁ ଧୋଇବା ଉଚିତ। ମୁହଁ ଧୋଇବା ବେଳେ ଫେଶଓ୍ଵାସର ବ୍ୟବହାର ଦୁଇଥରରୁ ଅଧିକ କରନ୍ତୁ ନାହିଁ। ଆପଣ ଶୋଇକି ଉଠିବା ପରେ ମୁହଁକୁ ସଫା ପାଣିରେ ଧୋଇଦିଅନ୍ତୁ। ଯଦି ସ୍କିନ ଅଧିକ ତେଲିଆ ହୁଏ, ତେବେ ମୁହଁକୁ ଧୋଇବା ପରେ ଗୋଲାପ ଜଳ ଲଗାଇଦିଅନ୍ତୁ।

face wash

ତ୍ୱଚା ନିଜର ସୁରକ୍ଷା ପାଇଁ ପ୍ରାକୃତିକ ଅଏଲ ଉତ୍ପାଦନ କରିଥାଏ। ଏହି ଅଏଲ ସ୍କିନ ସେଲ୍ସ ପାଇଁ ଲୁବ୍ରିକାଣ୍ଟ ଭଳି କାମ କରିଥାଏ। ଏହାଦ୍ୱାରା ଆପଣଙ୍କ ସ୍କିନ ୟଙ୍ଗ ଦେଖାଯାଏ ଏବଂ ନୂଆ କୋଷିକାର ଉତ୍ପାଦନରେ ମଧ୍ୟ ସହାୟତା କରିଥାଏ। ଯଦି ଆପଣ ବାରମ୍ବାର ଚେହେରା ଧୁଅନ୍ତି, ତେବେ ଆପଣଙ୍କ ସ୍କିନରୁ ଅଏଲ ବାହାରିଯାଏ। ଏହାଦ୍ୱାରା ତ୍ୱଚା ରୁକ୍ଷ ଏବଂ ଶୁଷ୍କ ଲଗାଥାଏ।

ବାରମ୍ବାର ମୁହ ଧୋଇଲେ ତ୍ୱଚାରେ ଭାଙ୍ଗ ସମସ୍ୟା ଦେଖାଦିଏ। ଆଖି ଆଖପାଖରେ ଥିବା ଚର୍ମ ଝୁଲିବା ଭଳି ଦେଖାଯାଏ। ସ୍କିନରେ ରୁକ୍ଷାପଣ ଆସିବା ଦ୍ୱାରା ଗ୍ଲୋ ଚାଲିଯାଏ। ତ୍ୱଚାରେ ପିଏଚ ବାଲାନ୍ସ ବିଗିଡିଯାଏ। ଯାହା ଅନେକ ପ୍ରକାର ସ୍କିନ ସମସ୍ୟା ଦେଖାଯାଏ। ଅଏଲ ତ୍ୱଚାଯୁକ୍ତ ଲୋକଙ୍କ ବାରମ୍ବାର ମୁହଁ ଧୋଇବା ଉଚିତ ନୁହେଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.