ଛଣା ତେଲକୁ ଆଉଥରେ ବ୍ୟବହାର କରନ୍ତୁ ନାହିଁ, ନହେଲେ ଭୋଗିବେ ଭୟଙ୍କର ରୋଗ

ଅଜ୍ଞା ! ଗତକାଲି ସନ୍ଧ୍ୟାରେ ଆପଣ ବଜାରରେ କିଛି ସୁଆଦିଆ ବରା ଖାଇ ଦେଇ ଆସିଥିଲେ । ହେଲେ ରାତିକୁ ଆଉ ଭୋକ ହେଲା ନାହିଁ କି ନିଦ ବି ହେଲା ନାହିଁ । ସକାଳୁ ମଧ୍ୟ ଭାରି ଅଶ୍ବସ୍ତି ଲାଗିଲା । କାରଣ କଣ ଜାଣନ୍ତି ? ଏସିଡିଟି । ତେବେ ଏଭଳି କାହିଁକି ହେଲା । ଚାଲନ୍ତୁ ଜାଣିବା ଏହାର କାରଣ ।

ପ୍ରାୟ ସମୟରେ ଘରେ ପକୁଡି କିମ୍ବା ପୁରୀ ଅଥବା ଅନ୍ୟ କିଛି ଛାଣି ସାରିଲା ପରେ କଡେଇରେ ବଳକା ତେଲ ରହିଯାଇଥାଏ। ଯାହାକୁ ଅଧିକାଂଶ ଲୋକ ପୁଣି ରାନ୍ଧିବାରେ ବ୍ୟବହାର କରିବା ପାଇଁ ରଖିଦିଅନ୍ତି। କିଛି ଲୋକ ଏହି ତେଲରେ ତରକାରୀ ରୋଷେଇ କରିଦିଅନ୍ତି ତ ଆଉ କିଛି ପରେ ରୋଷେଇ କରିବା ପାଇଁ ଡବାରେ ଭରି ରଖି ଦିଅନ୍ତି। ତେବେ ଆପଣଙ୍କୁ ବୋଧେ ଜଣା ନଥିବ ଏହି ତେଲକୁ ପୁନର୍ବାର ବ୍ୟବହାର କରିବା ଦ୍ବାରା ଏହା ସ୍ବାସ୍ଥ୍ୟକୁ ହାନି ପହଁଞ୍ଚାଇଥାଏ।

Cooking Oil

ଗୋଟିଏ ଥର ବ୍ୟବହାର ହୋଇଥିବା ତେଲକୁ ଆଉଥରେ ଖାଦ୍ୟ ପଦାର୍ଥରେ ପ୍ରୟୋଗ କରିବା ଦ୍ବାରା କର୍କଟ ଭଳି ଭୟଙ୍କର ରୋଗର ଆଶଙ୍କା ରହିଥାଏ। କାରଣ ବାରମ୍ବାର ତେଲକୁ ଗରମ କରିବା ଦ୍ବାରା ସେଥିରେ ଧୀରେ ଧୀରେ ଫ୍ରୀ ରେଡିକୁଲସ ସୃଷ୍ଟି ହୋଇଯାଇଥାଏ। ଏହି କାରଣରୁ ଏହି ତେଲରେ ଆଣ୍ଟି ଅକ୍ସିଡେଣ୍ଟର ମାତ୍ରା ସମାପ୍ତ ହେବା ସହ କ୍ୟାନ୍ସରର ଜୀବାଣୁ ଜନ୍ମ ନେଇଥାଏ। ଏମିତିରେ ଏହି ତେଲକୁ ବ୍ୟବହାର କରିବା ଦ୍ବାରା ଖାଦ୍ୟ ସହିତ କ୍ୟାନ୍ସରର କୀଟାଣୁ ମଧ୍ୟ ଲାଖି ରହି ଆମ ଶରୀରରେ ପ୍ରବେଶ କରିଥାନ୍ତି । ଯାହା ସ୍ବାସ୍ଥ୍ୟକୁ ବହୁତ ବଡ଼ କ୍ଷତି ପହଁଞ୍ଚାଇଥାଏ।

cancerଥରେ ବ୍ୟବହାର ହୋଇ ସାରିଥିବା ତେଲରେ ପ୍ରସ୍ତୁତ ଖାଦ୍ୟ ଖାଇବା ଦ୍ବାରା ଏହା ଆମ ଶରୀରରେ ଅନେକ ପ୍ରକାରର ରୋଗକୁ ଜନ୍ମ ଦେଇଥାଏ। ଏହି ତେଲ ପେଟକୁ ଯିବା ଫଳରେ ଶରୀରରେ କୋଲେଷ୍ଟ୍ରଲର ସ୍ତର ବଢ଼ିଯାଇଥାଏ। ଏହା ସହିତ ଏସିଡିଟୀ ଏବଂ ହ୍ରୁଦୟ ସମ୍ବନ୍ଧୀୟ ରୋଗ ହେବାର ଭୟ ବଢ଼ି ଯାଇଥାଏ।

ଏହା ସହ ପଢ଼ନ୍ତୁ :ଏହି ୫ଟି ଅଭ୍ଯାସରୁ ଦୂରେଇ ରଖନ୍ତୁ ନିଜ ପିଲାଙ୍କୁ, ଉଜ୍ବଳ ଭବିଷ୍ଯତ ପାଇଁ ହେବ ଲାଭଦାୟକ  

ସାଧାରଣତଃ ବଜାରରେ ବିକ୍ରୀ ହେଉଥିବା ବରା, ପକୁଡି ଭଳି ତେଲଭାଜି ଜିନିଷ ଖାଇବା ଦ୍ବାରା ଏହି ସବୁ ରୋଗ ହେବାର ଆଶଙ୍କା ଅଧିକ ରହିଥାଏ। କାରଣ ଦୋକାନୀମାନେ ବଳକା ତେଲକୁ ପୁଣି ଥରେ ବ୍ୟବହାର କରିଦିଅନ୍ତି, ଯାହାକୁ ଖାଇବା ଦ୍ବାରା ପେଟ ରୋଗ ଦେଖା ଦେଇଥାଏ। ଅନେକ ଲୋକ ଏହି ସମସ୍ୟାର ସମ୍ମୁଖୀନ ମଧ୍ୟ ହୋଇସାରିଲେଣି। କାରଣ କିଛି ଦୋକାନୀ ତେଲ ନ ବଦଳାଇ କଡ଼େଇରେ ଛଣା ଯାଉଥିବା ତେଲରେ ନୂଆ ତେଲ ମିଶାଇ ଛଣାଛଣି କରି ଚାଲନ୍ତି । ତେବେ ଆମେ ଆଶା କରିବୁ ଯେ ଏହି ସୂଚନା ପାଇବା ପରେ ଆପଣ କେବେବି ବଳକା ତେଲରେ ପ୍ରସ୍ତୁତ ଖାଦ୍ୟ ଖାଇବେ ନାହିଁ।

Samosaଅବଶ୍ୟ ଇଏ ଏକ ପ୍ରଶ୍ନ ଯେ ଘରେ ସିନା ଅବ୍ୟବସ୍ଥାକୁ ସଜାଡ଼ି ଦେବେ ହେଲେ ବଜାରରେ କଣ କରିବେ ? ସେଥିଲାଗି ଆପଣଙ୍କୁ ଟିକେ ସତର୍କ ହବାକୁ ପଡ଼ିବ । ଯଦି କୌଣସି ରେଷ୍ଟୁରାଣ୍ଟରେ କିମ୍ବା ଖୋଲା ଦୋକାନରେ ଖାଇବା ପରେ ଏସିଡିଟି ଭଳି କଷ୍ଟ ଭୋଗିଛନ୍ତି ତେବେ ସେଠାକୁ ଆଉ ଯାଆନ୍ତୁ ନାହିଁ । ଖୋଲା ଜାଗାରେ ଛଣାଛଣି କରୁଥିବା ରାସ୍ତାକଡ଼ ଦୋକାନରେ ଆପଣ ଜାଣି ପାରିବେ କିଭଳି ତେଲରେ ଛଣାଛଣି ହେଉଛି ।

ଆଉ ଗୋଟିଏ କଥା ହେଉଛି, ପାମୋଲିନ୍ କିମ୍ବା ଘିଅ ଭଳି ଜିନିଷର ଛଣା ହୋଇଥିବା ଖାଦ୍ୟ ପେଟ ପାଇଁ ବେଶି ମାରାତ୍ମକ । କାରଣ ଏହା ଏକ ଆସ୍ତରଣ ହୋଇ ପେଟ ଭିତରେ ବସି ଯାଏ ଓ ପାଚନ କ୍ରିୟାକୁ ପ୍ରଭାବିତ କରେ ।