Below header

ପ୍ରତିଦିନ ଖାଆନ୍ତୁ ପିସ୍ତାବାଦାମ, ରହିଛି ଅନେକ ଉପକାରିତା

ପିସ୍ତାବାଦାମ ଏକ ଏପରି ଡ୍ରାଏ ଫ୍ରୁଟ ଯାହା ଖାଇବା ପାଇଁ ସ୍ୱାଦିଷ୍ଟ ହେବା ସହ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଅତ୍ୟନ୍ତ ଲାଭଦାୟକ । ପିସ୍ତାବାଦାମରେ ଭରପୂର ମାତ୍ରାରେ ପୋଷକତତ୍ତ୍ୱ ରହିଥାଏ, ଯାହା ଆମ ଶରୀରର ଅନେକ ରୋଗକୁ ଦୂରେଇ ରଖିବାରେ ସାହାଯ୍ୟ କରିଥାଏ ।

ଶରୀରକୁ ସୁସ୍ଥ ରଖିବା ପାଇଁ ପ୍ରତିଦିନ କିଛି ଡ୍ରାଏ ଫ୍ରୁଟ୍ସ ଖାଇବା ଉଚିତ । ପିସ୍ତାବାଦାମ ଏକ ଏପରି ଡ୍ରାଏ ଫ୍ରୁଟ ଯାହା ଖାଇବା ପାଇଁ ସ୍ୱାଦିଷ୍ଟ ହେବା ସହ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଅତ୍ୟନ୍ତ ଲାଭଦାୟକ । ପିସ୍ତାବାଦାମରେ ଭରପୂର ମାତ୍ରାରେ ପୋଷକତତ୍ତ୍ୱ ରହିଥାଏ, ଯାହା ଆମ ଶରୀରର ଅନେକ ରୋଗକୁ ଦୂରେଇ ରଖିବାରେ ସାହାଯ୍ୟ କରିଥାଏ ।

ଏଥିରେ ଆଇରନ୍, ଫାଇବର, କାର୍ବୋହାଇଡ୍ରେଟ୍, ପ୍ରୋଟିନ୍, ଫସଫରସ୍, କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍, ଥିଆମାଇନ, ପୋଟାସିୟମ୍, ଭିଟାମିନ୍ ବି ୬, କପର, ଲିନୋଲିକ୍ ଏସିଡ୍, ମୋନୋସାଚୁରେଟେଡ୍ ଫ୍ୟାଟି ଏସିଡ୍ ଇତ୍ୟାଦି ଭରପୂର ମାତ୍ରାରେ ଥାଏ । ପିସ୍ତା ଆମ ଆଖି ପାଇଁ ଖୁବ ଲଭଦାୟୀ ହୋଇଥାଏ । କେବଳ ସେତିକି ନୁହେଁ ଏହା ବ୍ଲଡ ପ୍ରେସର, କୋଲେଷ୍ଟ୍ରଲ ଏବଂ ମୋଟାପା ନିୟନ୍ତ୍ରଣ କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ତେବେ ଆସନ୍ତୁ ଜାଣିବା ପିସ୍ତାବାଦାମ ଖାଇବାର ଫାଇଦା…

ଡାଇବେଟିସ ପାଇଁ ଲାଭଦାୟକ: ନିୟମିତ ଭାବରେ ପିସ୍ତାବାଦାମ ଖାଇବା ଦ୍ୱାରା ଡାଇବେଟିସ ହେବାର ଆଶଙ୍କା ବହୁତ ମାତ୍ରାରେ କମିଯାଏ । ଏଥିରେ ଲୋ-ଗ୍ଲାଇସେମିକ ଇଣ୍ଡେକ୍ସ ରହିଛି ଯାହା ଡାଇବେଟିସକୁ କଣ୍ଟ୍ରୋଲରେ ରଖିଥାଏ । ଏହା ବ୍ଲଡ ର ସୁଗାର ଲେବଲକୁ ମଧ୍ୟ ନିୟନ୍ତ୍ରଣରେ ରଖିଥାଏ ।

ଆଖିର ଦୃଷ୍ଟିଶକ୍ତି ବଢାଏ: ପିସ୍ତାବାଦାମ ଖାଇବା ଦ୍ୱାରା ଦୃଷ୍ଟି ଶକ୍ତି ମଧ୍ୟ ବଢ଼ିଥାଏ । ଏଥିରେ ଆଣ୍ଟିଅକ୍ସିଡାଣ୍ଟ ଲ୍ୟୁଟିନ୍ ଥାଏ, ଯାହା ଆଖିର ସ୍ଵାସ୍ଥ୍ୟ ପାଇଁ ଭଲ ହୋଇଥାଏ । ପିସ୍ତା ଖାଇବା ଦ୍ୱାରା ଦୃଷ୍ଟି ଶକ୍ତି ବଢ଼ିବା ସହ ମୋତିଆ ବିନ୍ଦୁ ହେବାର ଆଶଙ୍କା ମଧ୍ୟ କମିଥାଏ ।

ହୃଦ୍ ରୋଗରୁ ରକ୍ଷା କରେ: ପିସ୍ତାବାଦାମକୁ ନିୟମିତ ଭାବେ ଖାଇବା ଦ୍ୱାରା ହାର୍ଟ ସୁସ୍ଥ ରହିଥାଏ । ଏଥିରେ ବହୁ ପରିମାଣର ପୋଟାସିୟମ୍, ଆଣ୍ଟିଅକ୍ସିଡାଣ୍ଟ ଏବଂ ଆଣ୍ଟି-ଇନଫ୍ଲାମେଟୋରୀ ଗୁଣ ରହିଛି, ଯାହା ହୃଦ୍‌ରୋଗ ସମ୍ଭାବନାକୁ ବହୁ ପରିମାଣରେ ହ୍ରାସ କରିଥାଏ ।

କୋଲେଷ୍ଟ୍ରାଲ ସ୍ତରକୁ ନିୟନ୍ତ୍ରଣ କରେ: ପିସ୍ତାବାଦାମରେ ଫାଇବର ଏବଂ ମିନେରାଲ୍ସ ରହିଥାଏ, ଯାହା କୋଲେଷ୍ଟ୍ରାଲ ସ୍ତରକୁ ନିୟନ୍ତ୍ରଣରେ ରଖିବାରେ ସାହାଯ୍ୟ କରେ । ପିସ୍ତା ଖାଇବା ଦ୍ୱାରା ପେଟ ଭରି ରହିଲା ଭଳି ଲାଗିଥାଏ, ଯାହାଦ୍ୱାରା ଆମେ କମ ଖାଦ୍ୟ ଖାଇଥାଉ ଏବଂ ଓଜନ ହ୍ରାସ ହୋଇଥାଏ ।

ହାଡ଼କୁ ମଜବୁତ କରେ: ପିସ୍ତା ଖାଇବା ଦ୍ୱାରା ହାଡ଼ ମଧ୍ୟ ମଜବୁତ ହୋଇଥାଏ । ପିସ୍ତାରେ ଭରପୂର ମାତ୍ରାରେ ପ୍ରୋଟିନ୍, ଆଣ୍ଟିଅକ୍ସିଡାଣ୍ଟ ଏବଂ ଫାଇବର ଥାଏ, ଯାହା ହୃଦୟକୁ ସୁସ୍ଥ ରଖିବା, ବ୍ଲଡ଼ରେ ସୁଗାର ଲେବଲକୁ ନିୟନ୍ତ୍ରଣ କରିଥାଏ ଏବଂ ଏଥିରେ ଥିବା କୋଲୋନ୍ କ୍ୟାନ୍ସର ହେବାର ଆଶଙ୍କା କମ କରିଥାଏ ।

କୋଷ୍ଠକାଠିନ୍ୟ ଦୂର କରେ: ପିସ୍ତା ବାଦାମରେ ଫାଇବର ପ୍ରଚୁର ମାତ୍ରାରେ ଥିବା ଯୋଗୁଁ ଏହା ପେଟକୁ ସୁସ୍ଥ ରଖିଥାଏ । ଏହାକୁ ନିୟମିତ ଖାଇବା ଦ୍ୱାରା ପେଟ ଠିକ୍ ରହିଥାଏ, ଯାହା ଫଳରେ କୋଷ୍ଠକାଠିନ୍ୟ ସମସ୍ୟା ଦୂର ହେବା ସହ ହଜମ ପ୍ରକ୍ରିୟା ତ୍ୱରାନ୍ୱିତ ହୁଏ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.