ଜମ୍ମୁ କଶ୍ମୀରରେ ବସ୍‌ ଦୁର୍ଘଟଣା: ୩୬ ମୃତ, ୧୯ ଆହତ

ଜମ୍ମୁ କଶ୍ମୀରରେ ଖାଇକୁ ଖସିଲା ବସ୍‌ । ଦୁର୍ଘଟଣାରେ ୩୦ ଜଣଙ୍କର ମୃତ୍ୟୁ ହୋଇଛି । ଆଗକୁ ମୃତ୍ୟୁ ସଂଖ୍ୟା ବଢିବାରେ ବୋଲି ଆଶଙ୍କା କରାଯାଉଛି ।

ଜମ୍ମୁ କଶ୍ମୀରର ଡୋଡୋ ଜିଲ୍ଲାରେ ମର୍ମନ୍ତୁଦ ବସ୍‌ ଦୁର୍ଘଟଣା ।  ଦୁର୍ଘଟଣାରେ ୩୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୯ ଜଣ ଆହତ ହୋଇଛନ୍ତି ।  ନିୟନ୍ତ୍ରଣ ହରାଇ ୩୦୦ ଫୁଟ ଗଭୀର ଖାଇ ମଧ୍ୟକୁ ଖସି ପଡିଲା ବସ୍‌ ।  ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ । ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ସୂଚନା ମୁତାବକ, ବସଟି ନିୟନ୍ତ୍ରଣ ହରାଇ ପାଖାପାଖି ୩୦୦ ଫୁଟ ଗଭୀର ଏକ ଖାଇ ମଧ୍ୟକୁ ଖସି ପଡ଼ିଥିଲା । ବସଟି କିଶତବାଡ଼ରୁ ଜମ୍ମୁ ଅଭିମୁଖେ ଯାତ୍ରା କରୁଥିଲା । ଏଥିରେ ୫୫ ଜଣ ଲୋକ ରହିଥିଲେ । ଦୁର୍ଘଟଣା ପରେ ଆହତଙ୍କୁ ହସ୍ପିଟାଲ ନିଆଯାଇଥିଲା ଓ ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି ।  ମୃତଦେହଗୁଡ଼ିକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି।

 

ତେବେ ମୃତକଙ୍କୁ ପ୍ରଧାନମନ୍ତ୍ରୀ ରିଲିଫ ଫାଣ୍ଠିରୁ ୨ ଲକ୍ଷ ଟଙ୍କା ଏବଂ ଆହତଙ୍କୁ ୫୦ ହାଜର ଟଙ୍କା ସହାୟତା ରାଶି ଘୋଷଣା କରାଯାଇଛି । ମୃତକଙ୍କ ଆତ୍ମ ପାଇଁ ପ୍ରାର୍ଥନା କରିବା ସହିତ ଆହତ ଶୀଘ୍ର ସୁସ୍ଥ ହେବା ନେଇ କାମନା କରିଛନ୍ତି । ସେହିପରି ରାଷ୍ଟ୍ରପତି ମଧ୍ୟ ଶୋକବ୍ୟକ୍ତ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.