ମହାରାଷ୍ଟ୍ର: ଠାଣେରେ ଭୟାବହ ଅଗ୍ନିକାଣ୍ଡ, ସୂତା ଗୋଦାମ ସହ ଜଳି ପାଉଁଶ ହୋଇଗଲା ୧୬ଟି ଗାଡ଼ି

ମହାରାଷ୍ଟ୍ରର ଠାଣେରେ ଥିବା ଏକ ସୂତା ଗୋଦାମରେ ମଙ୍ଗଳବାର ବିଳମ୍ବିତ ରାତିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଖବର ପାଇ ପୋଲିସ ଏବଂ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇଥିବା ନେଇ ଖବର ନାହିଁ।

ମହାରାଷ୍ଟ୍ରର ଠାଣେରେ ଥିବା ଏକ ସୂତା ଗୋଦାମରେ ମଙ୍ଗଳବାର ବିଳମ୍ବିତ ରାତିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଖବର ପାଇ ପୋଲିସ ଏବଂ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇଥିବା ନେଇ ଖବର ନାହିଁ। ରିପୋର୍ଟ ମୁତାବକ, ଠାଣେର ଭିୱାଣ୍ଡି ଅଞ୍ଚଳରେ ଏହି ଘଟଣା ଘଟିଛି। ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ପାଇବା ମାତ୍ରେ ଅଗ୍ନିଶମ ଗାଡ଼ି ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା ଏବଂ ନିଆଁକୁ ଆୟତ୍ତ କରିଥିଲା।

ସେହିପରି ଠାଣେ ସହରରୁ ଆଉ ଏକ ଅଗ୍ନିକାଣ୍ଡ ଘଟଣା ସାମ୍ନାକୁ ଆସିଛି। ଏଠାରେ ମଙ୍ଗଳବାର ରାତିରେ ଏକ ଆବାସୀୟ ବିଲ୍ଡିଂ ପରିସରସ୍ଥ ପାର୍କିଂସ୍ଥଳୀରେ ନିଆଁ ଲାଗିଯାଇଥିଲା, ଯେଉଁଥିରେ ୩ଟି କାର୍‌ ସମେତ ୧୬ଟି ଗାଡ଼ି ଜଳି ପାଉଁଶ ହୋଇଯାଇଛି। ଏହି ଘଟଣାରେ କେହି ମୃତାହତ ହୋଇନାହାନ୍ତି।

ସୂଚନା ମୁତାବକ, ମ୍ୟୁନିସିପାଲିଟି କର୍ପୋରେସନ୍ ମୁଖ୍ୟାଳୟ ନିକଟସ୍ଥ ଦୁଇ ମହଲା ପାର୍କିଂ କୋଠାର P1 ସ୍ତରରେ ଏହି ଘଟଣା ଘଟିଛି। ରାତି ପ୍ରାୟ ୧୨ଟା ୪୫ରେ ଏଠାରେ ନିଆଁ ଲାଗିଥିଲା। ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ରାତି ୧ଟା ୩୦ ମିନିଟ୍‌ ସୁଦ୍ଧା ନିଆଁକୁ ଆୟତ୍ତ କରିଥିଲା।

ଏହି ଅଗ୍ନିକାଣ୍ଡରେ ୧୩ଟି ଦୁଇଚକିଆ ଗାଡ଼ି କ୍ଷତିଗ୍ରସ୍ତ ହୋଇଛି, ସେଥିମଧ୍ୟରୁ ୧୧ଟି ସମ୍ପୂର୍ଣ୍ଣ ଜଳି ପାଉଁଶ ହୋଇଯାଇଛି। ଏହା ବ୍ୟତୀତ ତିନୋଟି କାର ମଧ୍ୟ ଜଳିଯାଇଛି। ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ି ନ ଥିବାବେଳେ ପୋଲିସ ଘଟଣାର ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.