Below header

ସାରୁ ପତ୍ରର ଔଷଧୀୟ ଗୁଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ସାରୁ ଖାଇବାକୁ ଅଧିକାଂଶ ଲୋକ ପସନ୍ଦ କରି ନ ଥାଆନ୍ତି। ହେଲେ ସାରୁ ଶରୀର ପାଇଁ ଯେତିକି ଉପକାରୀ ଏହାର ପତ୍ର ମଧ୍ୟ ସେତିକି ଉପକାରୀ ବୋଲି ଆୟୁର୍ବେଦରେ ବର୍ଣ୍ଣନା କରାଯାଇଛି। ଏଥିରେ ଥିବା ଭିଟାମିନ୍‌ ଏ, ବି, ସି, କ୍ୟାଲସିୟମ, ପୋଟାସିୟମ୍‌ ଶରୀରକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ।

-ସାରୁ ପତ୍ରରେ ଥିବା ଭିଟାମିନ୍‌ ଏ ଆଖି ପାଇଁ ବେଶ୍‌ ଲାଭଦାୟକ। ଏହା ଦୃଷ୍ଟିଶକ୍ତି ପ୍ରଖର କରିବା ସହ ଆଖିରେ ଥିବା ମାଂସପେଶୀକୁ ମଜଭୁତ କରିଥାଏ।

-ସାରୁ ପତ୍ର ସହ ଫୁଲକୋବି ଡଙ୍କ ସିଝାଇ ଏଥିରେ ସାମାନ୍ୟ ଘିଅ ମିଶାଇ ଖାଇଲେ ସମସ୍ତ ପ୍ରକାର ପେଟ ସମସ୍ୟା ଦୂର ହୋଇଥାଏ।

Image result for arum

-ଏଥିରେ ସୋଡିୟମ୍‌, ପୋଟାସିୟମ୍‌ ଓ ମ୍ୟାଗ୍ନେସିୟମ ଭରପୁର ମାତ୍ରାରେ ଥିବାରୁ ଏହା ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣରେ ରଖିଥାଏ।

-ଏଥିରେ ପ୍ରଚୁର ପରିମାଣରେ ଫାଇବର ଥିବାରୁ ଏହା ମେଟାବୋଲିଜ୍‌ମକୁ ଆକ୍ଟିଭ ରଖିବା ସହ ମେଦବହୁଳତାକୁ କମ୍‌ କରିଥାଏ।

-ନିୟମିତ ଭାବେ ସାରୁ ପତ୍ରକୁ ଖାଦ୍ୟରେ ବ୍ୟବହାର କଲେ କ୍ୟାନସର ଭଳି ମାରାତ୍ମକ ରୋଗରୁ ମୁକ୍ତି ମିଳିଥାଏ।

-ସାରୁ ପତ୍ର ଖାଇଲେ ମସ୍ତିଷ୍କ ଥଣ୍ଡା ରହିଥାଏ। ଯେଉଁମାନଙ୍କର ହାଇପର ଟେନଶନ ରହିଛି ସେମାନେ ନିୟମିତ ସାରୁ ପତ୍ର ଖାଇବା ଭଲ।

-ସାରୁ ପତ୍ରର ରସ ସପ୍ତାହକୁ ଦୁଇ ଥର ଖାଇଲେ ଆଣ୍ଠୁଗଣ୍ଠି ସମସ୍ୟା ଦୂର ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.