Below header

ଗର୍ଭଧାରଣ ସମୟରେ ଦେଶୀ ଘିଅ ଖାଉଛନ୍ତି କି ? ଜାଣିନିଅନ୍ତୁ ଏହାକୁ ଖାଇବାର ସଠିକ ମାତ୍ରା, ନଚେତ୍‌ …

ଦେଶୀ ଘିଅ ଖାଇବାକୁ ବହୁତ ଲୋକେ ପସନ୍ଦ କରନ୍ତି। ଘିଅ ଆମର ସାଧାରଣତଃ ଜୀବନରେ ଅନେକ କାମରେ ଆସିଥାଏ। କିନ୍ତୁ ଏହାକୁ ସବୁ ସମୟରେ ଖାଇବା ଶରୀର ପାଇଁ ହାନିକାରକ ହୋଇପାରେ। ଘିଅକୁ ସାଧାରଣ ଲୋକ ଖାଇବା ବେଳେ କୌଣସି ପରିମାଣର ଆବଶ୍ୟକତା ପଡୁନଥିବା ବେଳେ ଗର୍ଭାବସ୍ଥା ସମୟରେ ଏହାର ପରିମାଣକୁ ଧ୍ୟାନରେ ରଖିବାକୁ ପଡିଥାଏ। ଏହାର ଅଧିକ ମାତ୍ରା ଗର୍ଭାବସ୍ଥା ସମୟରେ ଆପଣଙ୍କ ଶରୀରକୁ କ୍ଷତି ପହଞ୍ଚାପାରେ। ତେଣୁ ଏହି ସମୟରେ କେତେ ମାତ୍ରାରେ ଘିଅ ଖାଇବେ ଓ ପରେ କେତେ ମାତ୍ରାରେ ଘିଅ ଖାଇବେ ଆସନ୍ତୁ ତାହା ବିଷୟରେ ଜାଣିବା..

ghee

ଗର୍ଭାବସ୍ଥା ସମୟରେ : ଗର୍ଭାବସ୍ଥାରେ ଦେଶୀ ଘିଅ ଖାଇବାକୁ ନେଇ ଲୋକଙ୍କର ଅନେକ ଭ୍ରାନ୍ତ ଧାରଣା ରହିଥାଏ। କିନ୍ତୁ ଆୟୁର୍ବେଦ ବିଶେଷଜ୍ଞଙ୍କ କହିବାନୁସାରେ ୧ରୁ ୮ ମାସ ପର୍ଯ୍ୟନ୍ତ ପ୍ରତିଦିନ ୨୫ ଗ୍ରାମ ଘିଅ ଖାଇବା ଉଚିତ। ଯଦି ଆପଣ କୌଣସି ରୋଗରେ ପୀଡିତ ନଥାନ୍ତି ତେବେ ୯ ମାସ ପର୍ଯ୍ୟନ୍ତ ପ୍ରତିଦିନ ୭୫ ଗ୍ରାମ ଘିଅ ଖାଇପାରିବେ।

ppw

ପ୍ରସୂତି ପରେ : ପିଲା ଜନ୍ମ ହେବାର ୨ରୁ ୩ ମାସ ପରେ ଆପଣ କୌଣସି ଔଷଧ ଯଥା, ପିପ୍ପଳୀ, ଅଦା, ଶୁଣ୍ଠି, ଜୁଆଣି ସହିତ ଘିଅ ଖାଇପାରିବେ।
ଘିଅ ଖାଇବା ଦ୍ୱାରା ଓଜନ ବଢିବା ସମସ୍ୟା ଦେଖାଦେବା ସହ ଗର୍ଭାଶୟ ମଧ୍ୟ ଓଜନ ହୋଇଥାଏ। ଯେଉଁ ଗର୍ଭବତୀ ମହିଳାଙ୍କର ଏସିଡିଟି, ଏଲର୍ଜି, ଅଲସର ଭଳି ସମସ୍ୟା ରହିଛି, ସେମାନେ ଘିଅର ମାତ୍ରାକୁ ନେଇ ଡାକ୍ତରଙ୍କୁ ପରାମର୍ଶ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.