ଭୁବନେଶ୍ୱର: ଧଉଳିରେ ଆଇନଜୀବୀ ଦୀପାଳି ଜେନାଙ୍କ ସନ୍ଦେଜନକ ମୃତ୍ୟୁ ଘଟଣା, ବୟଫ୍ରେଣ୍ଡକୁ ଖୋଜୁଛି ପୋଲିସ

ଭୁବନେଶ୍ବର(କେନ୍ୟୁଜ୍):  ଭୁବନେଶ୍ୱର ଧଉଳି ଥାନା ସାମନ୍ତାରାପୁରରେ ମହିଳା ଆଇନଜୀବୀ ଦୀପାଳି ପ୍ରିୟଦର୍ଶିନୀ ଜେନାଙ୍କ ସନ୍ଦେଜନକ ମୃତ୍ୟୁ ଘଟଣାରେ ବୟଫ୍ରେଣ୍ଡ ବିକ୍ରମ କେଶରୀ ମିଶ୍ରକୁ ଖୋଜୁଛି ପୋଲିସ । ମିଳିଥିବା ସୂଚନା ଅନୁସାରେ ମୃତ୍ୟୁ ପୂର୍ବରୁ ୭ ଘଣ୍ଟା ଧରି ଦୀପାଳିଙ୍କ ସହ ଥିଲେ ତାଙ୍କ ପୁରୁଷ ବନ୍ଧୁ ବିକ୍ରମ । ତାଙ୍କ ଘର ବାଲେଶ୍ୱର ଜିଲ୍ଲା ସିମୁଳିଆ ଅଞ୍ଚଳରେ । ସେ ଏବେ ଫେରାର ଅଛନ୍ତି । ତାଙ୍କ ଉପରେ ସନ୍ଦେହ ବଢୁଥିବା ବେଳେ ପୋଲିସ ଖୋଜୁଛି । ସେହିପରି ଦୀପାଳିଙ୍କ ମୋବାଇଲ ଫୋନ କଲ ଡିଟେଲକୁ ଯାଞ୍ଚ କରାଯାଉଛି । ଭଦ୍ରକ ବାସୁଦେବପୁର ଅଞ୍ଚଳର ଦୀପାଳି ଇନ୍ଦିରାକଲୋନୀରେ ନିଜ ଭଉଣୀ ଓ ମାଆଙ୍କ ସହ ରହୁଥିଲେ । ଘରେ କେହି ନଥିବା ବେଳେ ଗତକାଲି ସକାଳୁ ସନ୍ଦେହଜନକ ପରିସ୍ଥିତିରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଏନେଇ ଧଉଳି ଥାନାରେ ପରିବାର ପକ୍ଷରୁ ଏତଲା ଦିଆଯାଇଛି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.