ମୂଷା ଯଦି ଘରେ ଆତଙ୍କ ସୃଷ୍ଟି କରୁଛନ୍ତି, ଏହାକୁ ଦୂର କରିବା ପାଇଁ ଆପଣାନ୍ତୁ ଏହି ଘରୋଇ ନୁସ୍କା

ଯଦି ଘରେ ମୂଷାଙ୍କ ଉତ୍ପାତ ବଢ଼ିଯାଏ ଏହା କମ ବିପଦଜନକ ନୁହେଁ । ଏମାନେ ଘରେ ଆତଙ୍କ ସୃଷ୍ଟି କରିଥାନ୍ତି । ଏଥିପାଇଁ ଘରେ ସମସ୍ତେ ହଇରାଣ ହୋଇଯାଆନ୍ତି । କପଡା ଠାରୁ ଆରମ୍ଭ କରି ବହୁ ମୂଲ୍ୟବାନ ଜିନିଷ ନଷ୍ଟ କରିଦେଇଥାନ୍ତି ।

ଖାଲି ସେତିକି ନୁହେଁ ମୂଷା ବହୁ ଗମ୍ଭୀର ରୋଗକୁ ମଧ୍ୟ ଜନ୍ମ ଦେଇଥାଏ । ଏମାନଙ୍କୁ ନମାରି କିଛି ଘରୋଇ ଉପାୟ ମାଧ୍ୟମରେ ଦୂରେଇ ହେବ । ଆସନ୍ତୁ ଜାଣିବା ସେ ସମ୍ପର୍କରେ କିଛି ଘରୋଇ ନୁସ୍କା । ଯାହାକି ମୂଷାଙ୍କୁ ଘରୁ ତଡିବାରେ ସାହାଯ୍ୟ କରିବ ।

ମୂଷାଙ୍କୁ ଘରୁ ତଡିବାର ଘରୋଇ ନୁସ୍କା

୧.ପିଆଜ–

ମୂଷାଙ୍କୁ ଘରୁ ତଡିବା ପାଇଁ ପିଆଜ ଏକ ଭଲ ଉପାୟ । କାରଣ ମୂଷାଙ୍କୁ ପିଆଜର ଗନ୍ଧ ବହୁତ ଅସହ୍ୟ ହୋଇଥାଏ । ତେଣୁ ପିଆଜ ଗନ୍ଧରେ ମୂଷା ଘରୁ ପଳାଇ ଯାଇଥାନ୍ତି । ତେଣୁ ଘରର ବୁଲିବା ସ୍ଥାନରେ ପିଆଜ ଟୁକୁଡା ରଖନ୍ତୁ । ଫଳରେ ମୂଷା ଘର ଛାଡି ଚାଲିଯିବ ।

୨.ପିପରମେଣ୍ଟ-

ମୂଷାଙ୍କୁ ଘରୁ ତଡିବା ପାଇଁ ଆଉ ଏକ ଉପାୟ ହେଉଛି ପିପରମେଣ୍ଟ । ପିପରମେଣ୍ଟ ଗନ୍ଧରେ ମୂଷା ଘରୁ ଚାଲିଯାଇଥାନ୍ତି । ମୂଷାଙ୍କ ଯିବା ଆସିବା ରାସ୍ତାରେ ପିପରମେଣ୍ଟ ରଖନ୍ତୁ ।

୩.ଲାଲ ଲଙ୍କା-

ମୂଷାଙ୍କୁ ଘରୁ ତଡିବା ପାଇଁ ଲାଲ ଲଙ୍କା ଏକ ଭଲ ଉପାୟ । ଏହାକୁ ମୂଷାଙ୍କ ଯିବା ରାସ୍ତାରେ ରଖିଲେ ଏହାର ଗନ୍ଧରେ ମୂଷା ଘରୁ ଚାଲିଯାଇଥାନ୍ତି ।

୪. ତେଜପତ୍ର-

ମୂଷାଙ୍କୁ ଘରୁ ତଡିବା ପାଇଁ ତେଜପତ୍ର ମଧ୍ୟ ଏକ ଭଲ ଉପାୟ । ତେଜପତ୍ରର ବାସ୍ନାରେ ମୂଷା ଘରୁ ପଳାଇଥାନ୍ତି । ତେଣୁ ମୂଷାଙ୍କ ବୁଲିବା ଜାଗାରେ ତେଜପତ୍ର ରଖନ୍ତୁ,ମୂଷା ଚାଲିଯିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.