ନଡ଼ିଆ ତେଲରେ ଏହି ଦୁଇଟି ଜିନିଷ ମିଶାଇ ଘରେ ତିଆରି କରନ୍ତୁ ହର୍ବାଲ ତେଲ, ମିଳିବ କେଶ ଝଡିବା ସମସ୍ୟାରୁ ମୁକ୍ତି

ଏହି ହର୍ବାଲ ତେଲ ତିଆରି କରିବା ପାଇଁ ଆପଣଙ୍କୁ ଅଧିକ ଟଙ୍କା ଖର୍ଚ୍ଚ କରିବା ପାଇଁ ପଡିବ ନାହିଁ । ଏହା ସହ ଏହି ତେଲେ ବନାଇବା ବହୁତ ସହଜ, ତାହେଲେ ଆସନ୍ତୁ ଜାଣିବା ଯେ ଏହି ହର୍ବାଲ ତେଲ କିପରି ତିଆରି କରିବା । ତେବେ ନଡ଼ିଆ ତେଲରେ ଏହି ଅଳ୍ପ କିଛି ଜିନିଷ ମିଶାଇ ଏହି ତେଲ ପ୍ରସ୍ତୁତ କରନ୍ତୁ । ଏହା ଆପଣଙ୍କ କେଶ ଝଡ଼ିବା ବନ୍ଦ କରିବ ଏବଂ ଆପଣଙ୍କ ମୁଣ୍ଡରେ ନୂଆ କେଶ ମଧ୍ୟ ବଢିବା ଆରମ୍ଭ କରିବ ।

ଆଜିକାଲି ପ୍ରତ୍ୟେକ ଲୋକ କେଶ ଝଡ଼ିବାକୁ ନେଇ ଚିନ୍ତିତ ରହୁଛନ୍ତି । ଲୋକମାନେ ନିଜ କେଶ ନଝଡିବା ପାଇଁ ଅନେକ ପ୍ରକାରର ଜିନିଷ ବ୍ୟବହାର କରୁଛନ୍ତି । ଯେପରି ସବୁଠାରୁ ମହଙ୍ଗା ସାମ୍ପୁ ଏବଂ ବିଭିନ୍ନ ପ୍ରକାରର ଟ୍ରିଟ୍‌ମେଣ୍ଟ କରୁଛନ୍ତି । ତେବେ ଅନେକ ଲୋକ ଅଛନ୍ତି ଯିଏ ନିଜ କେଶ ପାଇଁ ଏପରି କିଛି କାମ କରିପାରୁନାହାଁନ୍ତି । ସେଥିପାଇଁ ଆଜି ଆମେ ଆପଣମାନଙ୍କୁ କିଛି ଘରୋଇ ଉପଚାର ବିଷୟରେ କହିବୁ ଯାହାର ବ୍ୟବହାର କରି ଆପଣ ନିଜ କେଶ ଝଡିବା କମ୍‌ କରିପାରିବେ । ତେବେ ଅନେକ ଲୋକମାନେ ପୂର୍ବକାଳରେ ବିଭିନ୍ନ ପ୍ରକାରର ଘରୋଇ ଉପଚାର ବ୍ୟବହାର କରୁଥିଲେ, ଯେଉଁ କାରଣରୁ ସେହି ସମୟରେ ଲୋକମାନଙ୍କର କୌଣସି ପ୍ରକାରର କେଶ ସମସ୍ୟା ହେଉନଥିଲା ।

ଏହି ହର୍ବାଲ ତେଲ ତିଆରି କରିବା ପାଇଁ ଆପଣଙ୍କୁ ଅଧିକ ଟଙ୍କା ଖର୍ଚ୍ଚ କରିବା ପାଇଁ ପଡିବ ନାହିଁ । ଏହା ସହ ଏହି ତେଲେ ବନାଇବା ବହୁତ ସହଜ, ତାହେଲେ ଆସନ୍ତୁ ଜାଣିବା ଯେ ଏହି ହର୍ବାଲ ତେଲ କିପରି ତିଆରି କରିବା । ତେବେ ନଡ଼ିଆ ତେଲରେ ଏହି ଅଳ୍ପ କିଛି ଜିନିଷ ମିଶାଇ ଏହି ତେଲ ପ୍ରସ୍ତୁତ କରନ୍ତୁ । ଏହା ଆପଣଙ୍କ କେଶ ଝଡ଼ିବା ବନ୍ଦ କରିବ ଏବଂ ଆପଣଙ୍କ ମୁଣ୍ଡରେ ନୂଆ କେଶ ମଧ୍ୟ ବଢିବା ଆରମ୍ଭ କରିବ ।

ଆପଣ ମାନେ ତ ଜାଣିଥିବେ ଯେ ନଡିଆ ତେଲ କେଶ ପାଇଁ ବହୁତ ଲାଭଦାୟକ ହୋଇଥାଏ । ଭିଟାମିନ୍ B, ଭିଟାମିନ୍ C, ପ୍ରୋଟିନ୍ ଏବଂ ଏହିପରି ଅନେକ ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ଭୃସଙ୍ଗ ପତ୍ରରେ ମିଳିଥାଏ, ଯାହା କେଶ ବଢାଇବାରେ ଅନେକ ସହାୟକ ହୋଇଥାଏ । ଏହା ସହ ମେଥି ମଧ୍ୟ କେଶ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ ଏବଂ କେଶ ଝଡିବା ବହୁତ କମ୍‌ କରିଥାଏ । ତେବେ ଏହି ସବୁ ଜିନିଷରେ ଏହିପରି ଅନେକ ପୋଷକ ତତ୍ତ୍ୱ ମିଳିଥାଏ ଯାହା କେଶ ଝଡିବା ବହୁତ କମ କରିଥାଏ ।

ତାହେଲେ ଆସନ୍ତୁ ଜାଣିବା ଯେ କିପରି ଭାବେ ଘରେ ଏହି ହର୍ବାଲ ତେଲ ତିଆରି କରିବା । ସେଥିପାଇଁ ସର୍ବପ୍ରଥମେ, ଗ୍ୟାସ୍ ଟର୍ନ୍ ଅନ୍ କରନ୍ତୁ, ଏହା ପରେ ଗ୍ୟାସ୍‌ ଉପରେ ଏକ ପ୍ୟାନ ରଖନ୍ତୁ । ଗୋଟିଏ ବଡ କପ ନଡ଼ିଆ ତେଲ ନିଅନ୍ତୁ ଏବଂ ୨ ମିନିଟ୍ ଗରମ ହେବାକୁ ଦିଅନ୍ତୁ । ଏହା ପରେ ୨ ଚାମଚ ମେଥି ନିଅନ୍ତୁ ଏବଂ ୨୦ ରୁ ୨୫ଟି ଭୃସଙ୍ଗ ପତ୍ର ସେଥିରେ ମିଶାନ୍ତୁ । ସେହି ସବୁ ଜିନିଷକୁ ଭଲ ଭାବରେ ଫୁଟାନ୍ତୁ । ଦେଖିବେ ଯେତେବେଳେ ତେଲ ଭଲ ଭାବେ ଫୁଟିବ ଯିବ, ସେତେବେଳେ ଗ୍ୟାସ ବନ୍ଦ କରିଦିଅନ୍ତୁ । ତେଲ ଥଣ୍ଡା ହେବା ଏକ ପାତ୍ରରେ ବହାର କରିଦିଅନ୍ତୁ । ଏହା ପରେ ତେଲକୁ ସପ୍ତାହରେ ୨ ଦିନ କେଶର ମୂଳରେ ଲଗାନ୍ତୁ । ଏହି ତେଲ ଲଗାଇଲେ କିଛି ଦିନ ମଧ୍ୟରେ ଆପଣଙ୍କ କେଶ ଝଡ଼ିବା ବହୁତ କମ ହୋଇଯିବ ।