ପାୱାର ବ୍ୟାଙ୍କରେ ଏହି ୫ଟି ସମସ୍ୟା ଦେଖାଯାଉଥିଲେ ସାବଧାନ, ତୁରନ୍ତ ବନ୍ଦ କରନ୍ତୁ ବ୍ୟବହାର

ଏହି ଖରାପ ପାୱାର ବ୍ୟାଙ୍କ ବ୍ୟବହାର କରିବା ଆପଣଙ୍କ ପାଇଁ ବିପଦଜନକ ହୋଇପାରେ । ଏହାକୁ ବ୍ୟବହାର କରିବା ସମୟରେ ସତର୍କତା ଅବଲମ୍ବନ କରାଯିବା ଉଚିତ, କାରଣ ଏହା ଏକ ଇଲେକ୍ଟ୍ରିକ୍‌ ଡିଭାଇସ୍‌ ।

ପାୱାର ବ୍ୟାଙ୍କ ଆମ ଜୀବନକୁ ବହୁତ ସହଜ କରିଦେଇଛି । ସ୍ମାର୍ଟଫୋନ୍, ଲାପଟପ୍ ଏବଂ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ୍ ଗ୍ୟାଜେଟ୍ ଚାର୍ଜ କରିବାରେ ଏହା ଆମକୁ ସାହାଯ୍ୟ କରେ । କିନ୍ତୁ ଆପଣ ଜାଣିଛନ୍ତି କି ଏକ ଖରାପ ପାୱାର ବ୍ୟାଙ୍କ ଆପଣଙ୍କ ପାଇଁ ବିପଦ ଆଣିପାରେ । ପାୱାର ବ୍ୟାଙ୍କରେ କିଛି ଲକ୍ଷଣ ଦେଖାଯାଏ, ଯାହା ପାୱାର ବ୍ୟାଙ୍କରେ ଥିବା ସମସ୍ୟାକୁ ଜଣାଏ ।

ଏହି ଖରାପ ପାୱାର ବ୍ୟାଙ୍କ ବ୍ୟବହାର କରିବା ଆପଣଙ୍କ ପାଇଁ ବିପଦଜନକ ହୋଇପାରେ । ଏହାକୁ ବ୍ୟବହାର କରିବା ସମୟରେ ସତର୍କତା ଅବଲମ୍ବନ କରାଯିବା ଉଚିତ, କାରଣ ଏହା ଏକ ଇଲେକ୍ଟ୍ରିକ୍‌ ଡିଭାଇସ୍‌ । ଏଥିରେ ଏକ ବ୍ୟାଟେରୀ ଅଛି ଯାହା ଖରାପ ହୋଇଗଲା ପରେ ବ୍ୟବହାର କଲେ ବିସ୍ଫୋରଣ ହୋଇପାରେ । ଯଦି ଏହି ୫ ଟି ଲକ୍ଷଣ ଆପଣଙ୍କ ପାୱାର ବ୍ୟାଙ୍କରେ ଦେଖାଯାଏ, ତେବେ ଏହାକୁ ବ୍ୟବହାର କରନ୍ତୁ ନାହିଁ ଏବଂ ଏକ ନୂଆ ପାୱାର ବ୍ୟାଙ୍କ କିଣନ୍ତୁ ।

୧. ଫୁଲିଯାଇଥିବା ପାୱାର ବ୍ୟାଙ୍କ: ଯଦି ଆପଣଙ୍କର ପାୱାର ବ୍ୟାଙ୍କ ଫୁଲି ଯାଇଥିବାର ଦେଖିବେ, ତେବେ ତୁରନ୍ତ ଏହାକୁ ବ୍ୟବହାର କରିବା ବନ୍ଦ କରନ୍ତୁ ।

୨. ଅତ୍ୟଧିକ ଗରମ : ଯଦି ପାୱାର ବ୍ୟାଙ୍କ ବ୍ୟବହାର କିମ୍ବା ଚାର୍ଜ କରିବା ସମୟରେ ଅତ୍ୟଧିକ ଗରମ ହେଉଛି, ତେବେ ଏହାକୁ ବ୍ୟବହାର କରିବା ବନ୍ଦ କରନ୍ତୁ ।
୩. ପାୱାର ବ୍ୟାଙ୍କରୁ ଗନ୍ଧ : ଯଦି ପାୱାର ବ୍ୟାଙ୍କରୁ ପ୍ଲାଷ୍ଟିକ ଜଳିବା କିମ୍ବା ତରଳିବା ଭଳି ଗନ୍ଧ ଆସେ, ତେବେ ଏଥିରେ ସମସ୍ୟା ଥାଇପାରେ । ଏଭଳି ପରିସ୍ଥିତିରେ ପାୱାର ବ୍ୟାଙ୍କ ବ୍ୟବହାର କରନ୍ତୁ ନାହିଁ । କାରଣ ଏହା ବିସ୍ଫୋରଣ ହେବାର ଆଶଙ୍କା ଥାଏ ।

୪. ଲିକ୍ : ଯଦି ପାୱାର୍ ବ୍ୟାଙ୍କରୁ କିଛି ଲିକ୍ ହେଉଛି, ତେବେ ଏହା ଏକ ବଡ଼ ସମସ୍ୟା ହୋଇପାରେ । ପାୱାର ବ୍ୟାଙ୍କ ପାଇଁ ଏହା ମଧ୍ୟ ଏକ ବଡ ବିପଦ । ଏପରି ପରିସ୍ଥିତିରେ ଆପଣଙ୍କୁ ପାୱାର ବ୍ୟାଙ୍କରୁ କରେଣ୍ଟ ଲାଗିପାରେ କିମ୍ବା ଅନ୍ୟ କିଛି କ୍ଷତି ହୋଇପାରେ ।

୫ . କମ୍ ଚାର୍ଜିଂ: ଯଦି ପାୱାର୍ ବ୍ୟାଙ୍କ ପୂର୍ବ ଅପେକ୍ଷା କମ୍ ଚାର୍ଜ କରୁଛି, ତେବେ ପାୱାର୍ ବ୍ୟାକଅପ୍ ଠିକ୍‌ ନାହିଁ । ଖରାପ ପୋର୍ଟ କିମ୍ବା କେବୁଲ୍ ଇତ୍ୟାଦି କାରଣରୁ ଚାର୍ଜିଂ ସମସ୍ୟା ମଧ୍ୟ ହୋଇପାରେ । ଯଦି ଏହା ଘଟେ ତେବେ ଏହାକୁ ବ୍ୟବହାର କରନ୍ତୁ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.