୧୨ ବର୍ଷ ଧରି ଘର ଭିତରେ ସ୍ତ୍ରୀକୁ ବନ୍ଦ ରଖିଥିଲା ସ୍ୱାମୀ, ପୋଲିସକୁ ଘଟଣା ବିଷୟରେ ଜଣାଇଲେ ପୀଡ଼ିତା

କର୍ଣ୍ଣାଟକର ମୈସୁରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ବ୍ୟକ୍ତି ନିଜ ସ୍ତ୍ରୀକୁ ୧୨ ବର୍ଷ ଧରି ଘର ଭିତରେ ବନ୍ଦ ରଖିଥିଲେ । ଏପରି କି, ଟଏଲେଟ ପାଇଁ ପୀଡ଼ିତା କୋଠରୀର କୋଣରେ ଏକ ବାକ୍ସ ବ୍ୟବହାର କରୁଥିଲେ ।

କର୍ଣ୍ଣାଟକର ମୈସୁରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ବ୍ୟକ୍ତି ନିଜ ସ୍ତ୍ରୀକୁ ୧୨ ବର୍ଷ ଧରି ଘର ଭିତରେ ବନ୍ଦ ରଖିଥିଲେ । ଏପରି କି, ଟଏଲେଟ ପାଇଁ ପୀଡ଼ିତା କୋଠରୀର କୋଣରେ ଏକ ବାକ୍ସ ବ୍ୟବହାର କରୁଥିଲେ । ସ୍ୱାମୀଙ୍କ ନିର୍ଯାତନାର ଶିକାର ହୋଇଥିବା ମହିଳା ଜଣକ ପୋଲିସକୁ ସମ୍ପୂର୍ଣ୍ଣ ଘଟଣା ବିଷୟରେ ଜଣାଇଛନ୍ତି ।

ଯଦିଓ ମହିଳା ସ୍ୱାମୀଙ୍କ ବିରୋଧରେ ମାମଲା ରୁଜୁ କରାଇବାକୁ ମନା କରି ଦେଇଛନ୍ତି ଏବଂ ନିଜ ମା’, ବାପାଙ୍କ ପାଖରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି ।

୩୦ ବର୍ଷୀୟା ମହିଳା କହିଛନ୍ତି ଯେ ତାଙ୍କ ସ୍ୱାମୀ ତାଙ୍କୁ ୧୨ ବର୍ଷ ଧରି ଘରର ଏକ କୋଠରୀ ଭିତରେ ବନ୍ଦ ରଖିଥିଲେ । ମହିଳାଙ୍କର ଦୁଇ ସନ୍ତାନ ଅଛନ୍ତି । ଯେତେବେଳେ ପିଲାମାନେ ସ୍କୁଲରୁ ଫେରୁଥିଲେ, ସେମାନେ ଘର ବାହାରେ ବହୁ ସମୟ ଧରି ଅପେକ୍ଷା କରି ରହୁଥିଲେ । ସ୍ୱାମୀ କାମରୁ ଫେରିବା ପରେ ପିଲାମାନେ ଘର ଭିତରକୁ ଆସୁଥିଲେ ।

ପୋଲିସ କହିଛି କି, ବ୍ୟକ୍ତି ଜଣକ କାମକୁ ଯିବା ପୂର୍ବରୁ ମହିଳାଙ୍କୁ ଘର ଭିତରେ ବନ୍ଦ କରି ଦେଉଥିଲେ । ସେ ଅସୁରକ୍ଷିତ ଥିଲେ । ମହିଳା ଜଣକ ତାଙ୍କର ତୃତୀୟ ସ୍ତ୍ରୀ । ପୋଲିସ ଯେତେବେଳେ ଏହି ଘଟଣା ବିଷୟରେ ଜାଣିବାକୁ ପାଇଲା, ପୂରା ଟିମ୍‌ ସେଠାରେ ପହଞ୍ଚି ମହିଳାଙ୍କୁ ମୁକ୍ତ କରିଥିଲା । ପୀଡ଼ିତାଙ୍କର କାଉନ୍‌ସିଲିଂ କରାଯାଇଛି ।

ସେପଟେ ମହିଳା କହିଛନ୍ତି ଯେ ସେ ସ୍ୱାମୀଙ୍କ ବିରୋଧରେ କୌଣସି ମାମଲା ରୁଜୁ କରାଇବେ ନାହିଁ । ସେ ବାପଘରେ ରହିବେ ଏବଂ ନିଜ ବୈବାହିକ ମାମଲାର ସମାଧାନ କରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.