ବ୍ରେକଫାଷ୍ଟ ହେଉ ଅବା ଟିଫିନରେ କଣ ପ୍ରସ୍ତୁତ ହେବ, ଏହାକୁ ନେଇ ସବୁବେଳେ ମନରେ ଚିନ୍ତା ଥାଏ। କାହିଁକିନା ପ୍ରତିଦିନ ଏକା ପ୍ରକାର ଖାଦ୍ୟ ଖାଇ ଖାଇ ବୋର ଲାଗିଥାଏ। ତେଣୁ ଆଜି ଆମେ ଆଣିଛୁ ଆପଣଙ୍କ ପାଇଁ ଏକ ନୂଆ ରେସିପି। ଯାହା ସ୍ୱାଦିଷ୍ଟ ସହିତ ସ୍ୱାସ୍ଥ୍ୟକର ମଧ୍ୟ। ଏହାକୁ ବନାଇବା ବି ବହୁତ ସହଜ। ତାହେଲେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।
୭ଟି ମିଡିୟମ୍ ସାଇଜର ଆଳୁ
୧ ଗିନା ଆଳୁ
୧/୨ ଛୋଟ ଚାମଚ କଦ୍ଦୁକସ୍ ହୋଇଥିବା ଅଦା
ଅଧା ଛୋଟ କପ୍ ପିଆଜ
୧ ବଡ ଚାମଚ୍ ଗ୍ରୀନ ଚଟଣୀ
୧ ବଡ ଚାମଚ ମିଠା ଚଟଣୀ
୧/୨ ଛୋଟ ଚାମଚ ଗୋଲ ମରୀଚ
୧ ଛୋଟ ଚାମଚ୍ ଚାଟ ମସଲା
୧ ଗିନା ସେଉ
୩ ରୁ ୪ ଟି କଞ୍ଚା ଲଙ୍କା
ଗୋଟେ ମୁଠା ଧନିଆ ପତ୍ର ଛୋଟ କଟା ହୋଇଥିବା
ପ୍ରସ୍ତୁତି ପ୍ରଣାଳୀ
ଭଜା ଆଳୁର ଚାଟ ବନାଇବା ପାଇଁ ସର୍ବପ୍ରଥମେ ଏକ କଡାରେ ଲୁଣ ଗରମ କରନ୍ତୁ। ଏହାରି ଭିତରେ ଆଳୁକୁ ଭଲଭାବେ ଧୋଇ ଦିଅନ୍ତୁ ଏବଂ ତାପରେ କଟନ୍ କପଡାରେ ଭଲଭାବେ ପୋଛି ଦିଅନ୍ତୁ।
ଯେତେବେଳେ ଲୁଣ ଗରମ ହୋଇଯିବ ସେତେବେଳେ ଏଥିରେ ଆଳୁ ପକାନ୍ତୁ ଏବଂ କିଛି ସମୟ ପାଇଁ ଏହାକୁ ଗରମ ଲୁଣରେ ଭାଜି ଦିଅନ୍ତୁ। ୧୨ ରୁ ୧୮ ମିନିଟ୍ ପର୍ଯ୍ୟନ୍ତ ଆଳୁକୁ ଭାଜନ୍ତୁ।
ଆଳୁକୁ ଚେକ କରନ୍ତୁ, ଯଦି ସିଝି ଯାଇଥାଏ ଏହାକୁ ବାହାରକୁ ବାହାର କରିଦିଅନ୍ତୁ। ଏବେ ଏହାକୁ ଖଣ୍ଡ ଖଣ୍ଡରେ କାଟି ଦିଅନ୍ତୁ। ଏହାପରେ ଏଥିରେ ମସଲା ପକାନ୍ତୁ।
ଏହାପରେ ଏଥିରେ କଟା ପିଆଜ, କଞ୍ଚା ଲଙ୍କା, କଦ୍ଦୁକସ୍ କରାଯାଇଥିବା ଅଦା ପକାଇ ଭଲଭାବେ ମିକ୍ସ କରନ୍ତୁ।
ଶେଷରେ ଏଥିରେ ମିଠା ଏବଂ ରାଗ ଗ୍ରୀନ ଚଟଣୀ ପକାଇ ଭଲଭାବେ ମିକ୍ସ କରନ୍ତୁ। ଏହାକୁ ଏକ ସର୍ଭିଙ୍ଗ ପ୍ଲେଟରେ ବାହାର କରିଦିଅନ୍ତୁ ଏବଂ ଏହାଉପରେ ସେଉ ଏବଂ ଧନିଆ ପତ୍ର ପକାଇ ସର୍ଭ କରନ୍ତୁ।