Below header

ଏମିତି ବନାନ୍ତୁ ଟେଷ୍ଟୀ ଏଗ୍‌ ଫ୍ରାଏଡ୍‌ ନୁଡୁଲ୍ସ,, ଜାଣନ୍ତୁ କେମିତି କରିବେ ପ୍ରସ୍ତୁତ

ଘରେ ପିଲାଙ୍କ ପାଇଁ ହେଉ ବା ବଡ଼ଙ୍କ ପାଇଁ । ଅତି ସହଜରେ ଓ କମ୍‌ ସମୟରେ ଆପଣ ପ୍ରସ୍ତୁତ କରିପାରିବେ ଏହି ସୁଆଦିଆ ଏଗ୍‌ ଫ୍ରାଏଡ ନୁଡୁଲ୍ସ । ସକାଳ ବ୍ରେକଫାଷ୍ଟ ହେଉ ବା ଅପରାହ୍ଣ ସ୍ନାକ୍ସ ଟାଇମ । ଏହା ସମସ୍ତଙ୍କୁ ଭଲ ଲାଗିବ । ବିଶେଷକରି ସଣ୍ଡେ ବା ଛୁଟିଦିନରେ ଆପଣ ଏହାକୁ ବନାଇ ଖାଇ ପାରିବେ । ଆସନ୍ତୁ ଜାଣିବା ୪ ଜଣଙ୍କ ପାଇଁ କେତେ ସାମଗ୍ରୀ ଲାଗିବ ଓ ଏହାର ପ୍ରସ୍ତୁତି ବିଧି ।

ସାମଗ୍ରୀ :

୧. ଗୋଟିଏ ପ୍ୟାକେଟ ନୁଡୁଲ୍ସ
୨. ୩ ଟି ଅଣ୍ଡା
୩. ୨ ଟି ଛୋଟ ଛୋଟ ଖଣ୍ଡ ହୋଇଥିବା କଟା ପିଆଜ ଓ କଞ୍ଚା ଲଙ୍କା
୪. ୧ ଚାମଚ ରସୁଣ ପେଷ୍ଟ
୫. ୧ ଚାମଚ ସୋୟା ସସ୍‌
୬. ୧ ଚାମଚ ଚିଲି ସସ୍‌
୭. ୩ ଚାମଚ ତେଲ ଓ ସ୍ୱାଦ ଅନୁସାରେ ଲୁଣ

ପ୍ରସ୍ତୁତି ବିଧି :

– ସର୍ବପ୍ରଥମେ ନୁଡୁଲ୍ସକୁ ସିଝାଇ କରି ରଖି ଦିଅନ୍ତୁ ।
– ଗୋଟିଏ ପ୍ୟାନରେ ତେଲ ଗରମ କରନ୍ତୁ,ଏଥିରେ ଅଣ୍ଡା ଭାଙ୍ଗି ପକାନ୍ତୁ ଓ ଲୁଣ ପକାଇ ଭଲ ଭାବେ ଫେଣ୍ଟି ଦିଅନ୍ତୁ ।
– ଏହାକୁ ଭଲଭାବେ ଭାଜି କରି କଢ଼ାଇରୁ କାଢ଼ି ଦିଅନ୍ତୁ ।
– ପୁଣି କଢ଼ାଇରେ ତେଲ ଗରମ କରନ୍ତୁ,ଏଥିରେ ପିଆଜ ଓ ରସୁଣ ପେଷ୍ଟ ପକାଇ ଭାଜନ୍ତୁ ।
– ପୁଣି ଏଥିରେ ସିଝା ହୋଇଥିବା ନୁଡୁଲ୍ସକୁ ମିଶାନ୍ତୁ । ଏଥିରେ ସୋୟା ସସ୍‌ ଓ ଚିଲି ସସ୍‌ ପକାନ୍ତୁ ।
– ଏବେ ଏଥିରେ ଭଜା ହୋଇଥିବା ଅଣ୍ଡା ପକାନ୍ତୁ ଓ ଲୁଣ ମିଶାନ୍ତୁ ।
– ଏବେ ସବୁ ଜିନିଷକୁ ଭଲଭାବେ ମିଶାଇ ଭାଜନ୍ତୁ ।
– ପ୍ରସ୍ତୁତ ହୋଇଗଲା ଆପଣଙ୍କ ଏଗ୍‌ ଫ୍ରାଏଡ୍‌ ନୁଡୁଲ୍ସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.