ପରକିୟା ପ୍ରୀତି ହେଲା କାଳ! ୭ ଦିନ ହେଲା ମିଳୁନି ବ୍ୟକ୍ତିଙ୍କ ପତ୍ତା

କଟକ (କେନ୍ୟୁଜ): କଟକ ମହାନ୍ତିପଡାରେ ରହୁଥିବା ଯୁବକଙ୍କୁ ନୟାଗଡ଼ରେ ହତ୍ୟା ସନ୍ଦେହ। ନୟାଗଡ଼ ନୂଆଗାଁ ଅଞ୍ଚଳରେ ଏହି ଜଘନ୍ଯ କାଣ୍ଡ ଘଟିଛି। କଟକରେ ଏଲ ଆଇ ସି ଏଜେଣ୍ଟ ଭାବରେ କାର୍ଯ୍ଯରତ ଶୈଳେନ୍ଦ୍ର ନାଥ ଜେନାଙ୍କୁ ନୟାଗଡ଼କୁ ଡାକି ହତ୍ୟା କରିଥିବା ସନ୍ଦେହ କରାଯାଉଛି। ଏହା ପରକିୟା ପ୍ରୀତି କାରଣରୁ ହୋଇଛି ବୋଲି ଅନୁମାନ କରାଯାଉଛି।

ସୂଚନା ଅନୁସାରେ ନୟାଗଡ଼ ଜିଲ୍ଲା ନୂଆଗଁ।ଥାନା ମହୀପୁର ଅଞ୍ଚଳର ଦିପୁ ସାହୁ ଓ ତାଙ୍କ ସ୍ତ୍ରୀ ସୁନୀତା କଟକ ଠାରେ ଦହିବରା ବେପାର କରୁଥିଲେ। ଦହିବରା ବେପାର ବେଳେ ସୁନିତାଙ୍କର କଟକରେ LIC ଏଜେଣ୍ଟ ଭାବେ କାମ କରୁଥିବା ଶୈଳେନ୍ଦ୍ର ଜେନାଙ୍କ ସହ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଏହି ଘଟଣା ଜଣା ପଡ଼ିବା ପରେ ଶୈଳେନ୍ଦ୍ର ଓ ଦିପୁଙ୍କ ମଧ୍ୟରେ ବଚସା ହୋଇଥିଲା। ଦିପୁ ତାଙ୍କ ସ୍ତ୍ରୀ ସୁନୀତାଙ୍କୁ ଧରି ଗାଁକୁ ଚାଲି ଆସିଥିଲେ । କିଛିଦିନ ତଳେ, ସୁନୀତା, ଶୈଳେନ୍ଦ୍ରଙ୍କୁ ଆସିବା ପାଇଁ ମେସେଜ କରିଥିଲେ। ଶୈଳେନ୍ଦ୍ର ନିଜର ବନ୍ଧୁଙ୍କ ସହ ନୂଆଗାଁ ମହୀପୁର ଅଞ୍ଚଳକୁ ଆସିଥିଲେ । ମାତ୍ର ପରବର୍ତୀ ସମୟରେ ଶୈଳେନ୍ଦ୍ର ଆଉ କଟକ ଫେରିନଥିଲେ।

ଗତ ଚାରି ତାରିଖରେ କଟକ ଲାଲବାଗ ଥାନାରେ ଶୈଳେନ୍ଦ୍ର ନୟାଗଡ଼ ଯାଇ, ନିଖୋଜ ଥିବା ନେଇ ଅଭିଯୋଗ ଦାଖଲ ହୋଇ ଥିଲା। ଏହାକୁ ଆଧାର କରି ଏକ ନିଖୋଜ ରିପୋର୍ଟ ରୁଜୁ କରି ତଦନ୍ତ କରୁଛି ପୋଲିସ। ଗତ ତିନି ତାରିଖ ଦିନ ଶୈଳେନ୍ଦ୍ର ଏବଂ ତା ସାଙ୍ଗ ନୟାଗଡ଼ ଯାଇଥିବା, ଶୈଳେନ୍ଦ୍ରଙ୍କ ପାଖ ପଡୋଶୀ ସୂଚନା ଦେଇଛନ୍ତି। ସେହି ଦିନ କଟକରେ ଶେଷ ଥର ପାଇଁ ଶୈଳେନ୍ଦ୍ରଙ୍କୁ ଦେଖିବାକୁ ମିଳିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.