Below header

ଶିଶୁଙ୍କ ପ୍ରିୟ ଷ୍ଟାର ବାଲବୀର କରିବେ ଚନ୍ଦ୍ର ଅଭିଯାନ, ୩ ଲକ୍ଷ ଲୋକଙ୍କ ମଧ୍ୟରୁ ବଛା ଗଲା ଦେବଯୋଶୀଙ୍କୁ

ନୂଆଦିଲ୍ଲୀ : ସବ୍‌ ଟିଭିର ଚର୍ଚ୍ଚିତ ଶୋ’ ‘ବାଲବୀର’ ର ଶିଶୁ କଳାକାର ବାଲବୀର ଅର୍ଥାତ ଦେବ ଯୋଶୀଙ୍କ କଥା ଆପଣଙ୍କ ମନେଥିବ । ଏବେ ସେ ବଡ ହୋଇଗଲେଣି ଓ ଚାନ୍ଦ ମାମଙ୍କୁ ଭେଟିବାକୁ ଯାଉଛନ୍ତି । ଜାପାନର ଜଣେ ଆରବପତି ଏହି ଟ୍ରିପ ଫାଇନାଲ କରିଦେଇଛନ୍ତି । ଚନ୍ଦ୍ରକୁ ଯିବା ପାଇଁ କିଛି ଲୋକଙ୍କୁ ବଛାଯାଇଛି । ସେମାନଙ୍କ ମଧ୍ୟରେ ଦେବ ଯୋଶୀଙ୍କ ନାମ ଥିବା ଜଣାଯାଇଛି ।

୩ ଲକ୍ଷ ଲୋକଙ୍କ ମଧ୍ୟରୁ ଦେବ ଯୋଶୀଙ୍କୁ ବଛାଯାଇଛି

ଜାପାନର ଆରବପତି ୟାସୁକା ମୀଜାବା ମିଶନ ମୁନର ଘୋଷଣା କରିଛନ୍ତି । ଯାହାର ସବୁ ଟିକଟ କିଣିବା ପରେ ଚନ୍ଦ୍ରକୁ ଯିବା ପାଇଁ ଇଚ୍ଛୁକ ଥିବା ବ୍ୟକ୍ତିଙ୍କୁ ଆବେଦନ କରିବା ପାଇଁ କହିଛନ୍ତି । ଏଥିରେ ୩ ଲକ୍ଷ ଲୋକଙ୍କ ରେଜିଷ୍ଟ୍ରେସନ ହୋଇଛି । ଯେଉଁଥିରେ ସବୁଠୁ ଅଧିକ ଭାରତୀୟଙ୍କ ନାମ ଥିବା ଜଣାଯାଇଛି । ଏହା ମଧ୍ୟରୁ ୮ ଲୋକଙ୍କୁ ବଛାଯାଇଛି । ଯେଉଁଥିରେ ଦେବ ଯୋଶୀଙ୍କ ନାମ ସାମିଲ ଥିବା ଜଣାଯାଇଛି । ଏହି ବିଷୟରେ ନିଜେ ଦେବ ଯୋଶୀ ତାଙ୍କ ଇନ୍‌ଷ୍ଟାଗ୍ରାମରେ ପ୍ରକାଶ କରିଛନ୍ତି । ସେ ଏହି ଟ୍ରପ ପାଇଁ ବହୁତ ଉତ୍ସାହିତ ଅଛନ୍ତି । ୟାସୁକାଙ୍କ କ୍ରୁ ମେମ୍ବରଙ୍କ ତାଲିକା ଫାଇନାଲ ହୋଇ ସାରିଛି ।

କିଛି ବିଭାଗରୁ ଅନୁମତି ମିଳିବା ବାକି ରହିଛି

ଦେବ ଯୋଶୀ ଆଗାମୀ ବର୍ଷ ଏହି ଟ୍ରିପରେ ଯିବେ । ତେବେ ଏହି ଟ୍ରିପ ପାଇଁ କିଛି ବିଭାଗରୁ ଅନୁମତି ମିଳିବାକୁ ବାକି ରହିଛି । ଏହାପରେ ଟ୍ରିପ ଫାଇନାଲ ହୋଇଯିବ । ଏହି ପ୍ରୋଜେକ୍ଟ ର ନାମ ରହିଛି ‘ସ୍ପେସ୍‌ ଏକ୍ସ ଷ୍ଟାରସିପ ’ ।

 

View this post on Instagram

 

A post shared by Dev Joshi (@devjoshi28)

ଦ୍ୱିତୀୟ ଥର ପାଇଁ ଚାନ୍ଦକୁ ଯିବ ମଣିଷ

୧୯୭୨ ପରେ ଏହା ଦ୍ୱିତୀୟ ଥର ପାଇଁ କୌଣସି ମନୁଷ୍ୟ ଚନ୍ଦ୍ରକୁ ଯିବାକୁ ପ୍ରସ୍ତୁତ ହେଉଛି । ହେଲେ ଆମେରିକା ରେଗୁଲେଟର୍ସ ଏଯାଏ ଏହି ଯାତ୍ରାକୁ ଅନୁମତି ଦେଇ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.