ନୂଆ ବୋହୂ ରୂପରେ ସଜେଇ ହେଉଛି ରାଜଧାନୀ, ଜାନୁଆରୀ ୧୩ରୁ ଆରମ୍ଭ ହେବ ହକି ବିଶ୍ୱକପ୍‌

ଭୁବନେଶ୍ୱର (କେନ୍ୟୁଜ): ଆଉ ମାତ୍ର କିଛି ଦିନର ଅପେକ୍ଷା । ଜାନୁଆରୀ ୧୩ତାରିଖରୁ ଆରମ୍ଭ ହେବ ହକି ବିଶ୍ୱକପ୍‌ । ଭୁବନେଶ୍ୱର କଳିଷ୍ଟ ଷ୍ଟାଡିୟମ୍‌ ଓ ରାଉରକେଲାରେ ନିର୍ଣାଣାଧୀନ ବିର୍ସା ମୁଣ୍ଡା ଷ୍ଟାଡିୟମରେ ବିଶ୍ୱକପ୍‌ ମ୍ୟାଚ୍‌ ଖେଳାଯିବ । ଏଥିପାଇଁ ଦୁଇ ସହରରେ ଜୋସୋରରେ ଚାଲିଛି ସୌନ୍ଦର୍ଯ୍ୟକରଣ କାମ । ଷ୍ଟାଡିୟମ୍‌ ଭିତରେ ଓ ବାହାରେ ଯୁଦ୍ଧକାଳୀନ ଭିତ୍ତିରେ କାମ ଆଗେଇଛି । କାନ୍ଥ ବାଡ଼ରେ ହକି ମାନିଆ । ବିଭିନ୍ନ ସ୍ଥାନରେ ଶୋଭା ପାଉଛି କିମ୍ବଦନ୍ତୀ ହକି ଖେଳାଳିଙ୍କ ଫଟୋ ଚିତ୍ର ।

ରାଉରକେଲା ବୀର୍ସା ମୁଣ୍ଡା ହକି ଷ୍ଟାଡିୟମରେ ନିର୍ମାଣ ହୋଇଛି ୨ଟି ନୂଆ ଟର୍ଫ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ୨ଟି ଟର୍ଫ ପୁଣି ଥରେ ବିଛାଯାଇଛି । ଜାନୁଆରୀ ୧୧ରେ କଟକ ବାରବାଟୀ ଷ୍ଟାଡିୟମରେ ହକି ବିଶ୍ୱକପ୍‌ ଉତ୍ସବ ଆୟୋଜିତ ହେବ । ଏହି ଉତ୍ସବର ସଫଳ ଆୟୋଜନ ପାଇଁ ଘନ ଘନ ବୈଠକ ସହ ଚାଲିଛି ଆଲୋଚନା ।

ଗତକାଲି ଷ୍ଟାଡିୟମ ବୁଲି ଦେଖିବା ସହ ସମୀକ୍ଷା କରିଛନ୍ତି ବିଭାଗୀୟ ସଚିବ ଭିନିଲ କ୍ରିଷ୍ଣା । ଦର୍ଶକ ଯେପରି ଉତ୍ସବର ମଜା ଉଠାଇପାରିବେ ସେନେଇ ହକି ଫେଡେରେସନ୍‌ ସହ ସହଯୋଗ କରି କାର୍ଯ୍ୟ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଖେଳ ସଚିବ । ୨୫ ତାରିଖ ସୁଦ୍ଧା କାମ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜାନୁଆରୀ ୧୩ରୁ ୨୯ ତାରିଖ ଯାଏ ଚାଲିବ ହକି ବିଶ୍ୱକପ୍‌ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.