Below header

ରୁଟି ହେଉ ଅବା ଦୋସା, ଖାଦ୍ୟର ସ୍ୱାଦକୁ ଦ୍ୱିଗୁଣା କରିଦିଏ ରସୁଣ ଚଟଣୀ

ଅନେକ ଥର ଏମିତି ହୋଇଥାଏ ଯେ ଖାଦ୍ୟ ଖାଇବାକୁ ମନ ତ ହୋଇଥାଏ କିନ୍ତୁ ତରକାରୀକୁ ଦେଖି ଇଚ୍ଛା କମିଯାଏ। ଏମିତି ସେତେବେଳେ ହୋଇଥାଏ ଯେତେବେଳେ ତରକାରୀ ମନପସନ୍ଦର ହୋଇନଥାଏ। ଯଦି ଆପଣଙ୍କ ସହିତ ମଧ୍ୟ ଏମିତି ହେଉଥାଏ ତାହେଲେ ଆପଣ ରସୁଣର ଇନଷ୍ଟାଣ୍ଟ ଚଟଣୀ ବନାନ୍ତୁ। ଏହି ଚଟଣୀ ଖାଦ୍ୟର ଇଚ୍ଛାକୁ ସମ୍ପୂର୍ଣ୍ଣ ଭାବେ ବଦଳାଇଦେବ। ଖାସ୍‌ କଥା ହେଉଛି ଏହାକୁ ବନାଇବରେ ବହୁତ କମ୍‌ ସମୟ ଲାଗିଥାଏ। ଆପଣ ଏହାକୁ ସହଜରେ ଫଟାଫଟା ବନାଇ ପ୍ରସ୍ତୁତ କରିପାରିବେ। ସାଉଥ୍‌ ଇଣ୍ଡିଆନ୍‌ ଡିସ୍‌ ସହିତ ମଧ୍ୟ ଏହି ଚଟଣୀକୁ ସର୍ଭ କରିପାରିବେ। ତେବେ ଆସନ୍ତୁ ଜାଣିବା କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମ୍ରଗୀ

ରସୁଣ ଚଟଣୀ ବନାଇବା ପାଇଁ ଆପଣଙ୍କୁ ଦରକାର ରସୁଣ କୋଲା, ଛୋଟ ଟମାଟୋ, ସାମ୍ବର ପାଉଡର, ଜିରା ପାଉଡର, ଲୁଣ ଏବଂ ତେଲ।

ପ୍ରସ୍ତୁତି ପ୍ରଣାଳୀ

ଏହାକୁ ବନାଇବା ପାଇଁ ରସୁଣର ଚୋପାକୁ ଭଲଭାବେ ଛଡାଇ ଦିଅନ୍ତୁ ଏବଂ ତାପରେ ଏହାକୁ ଦରଦରା ପେଶି ଦିଅନ୍ତୁ। ଥରେ ଥରେ କରି ଏହାକୁ ଏହାକୁ ବ୍ଲେଣ୍ଡ କରିଦିଅନ୍ତୁ। ଏହାପରେ ଟମାଟୋକୁ କଦ୍ଦୁକସ୍‌ କରିଦିଅନ୍ତୁ ଏବଂ ଏହାର ଚୋପାକୁ ବାହାର କରିଦିଅନ୍ତୁ। ଏବେ କେବଳ ତେଲକୁ ଛାଡି ସମସ୍ତ ସାମଗ୍ରୀକୁ ମିଶାଇ ଦିଅନ୍ତୁ। ଏହାପରେ ଗରମ ଗରମ ତେଲ ପକାଇ ଭଲଭାବେ ମିଶାଇ ଦିଅନ୍ତୁ। ରସୁଣର ଇନଷ୍ଟାଣ୍ଟ ଚଟଣୀ ପ୍ରସ୍ତୁତ ହୋଇଯାଇଛି। ଏହାକୁ ଦୋସା, ଉତ୍ତପମ୍‌, ରୁଟି , ପରଟା ଏବଂ ଭାତ ସହିତ ସର୍ଭ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.