Below header

ଚୀନ ମୁହାଁ ପ୍ରଳୟଙ୍କରୀ ଟାଇଫୁନ୍‌ ‘ମା-ଅନ୍‌’: ଅଧିକରୁ ଅଧିକ ଶକ୍ତିଶାଳୀ ହୋଇ ଦକ୍ଷିଣ ପୂର୍ବ ଚୀନ ଅଭିମୁଖେ କରୁଛି ଅଗ୍ରଗତି

ଚୀନ ମୁହାଁ ପ୍ରଳୟଙ୍କରୀ ଟାଇଫୁନ୍‌ ‘ମା-ଅନ୍‌ ’। ଅଧିକରୁ ଅଧିକ ଶକ୍ତିଶାଳୀ ହୋଇ ଦକ୍ଷିଣ ପୂର୍ବ ଚୀନ ଅଭିମୁଖେ ଅଗ୍ରଗତି କରୁଛି ସାମୁଦ୍ରିକ ଝଡ଼ । ଚୀନର ଗୁଆଙ୍ଗଡୋଙ୍ଗ ପ୍ରଦେଶରେ ବ୍ୟାପକ କ୍ଷୟକ୍ଷତି ଘଟାଇବା ସମ୍ଭାବନା ରହିଛି । ପବନର ବେଗ ଘଣ୍ଟା ପ୍ରତି ୧୧୦ରୁ ୧୨୫ କିଲୋମିଟର ଓ ଏହା ବଢ଼ି ୧୬୦ କିଲୋମିଟର ଛୁଇଁପାରେ ।

ବଡ଼ବଡ଼ ଘଛ, ବିଦ୍ୟୁତ ଖୁଣ୍ଟ ଉପୁଡିବା ସହ ଭିତ୍ତିଭୂମି ବ୍ୟାପକ କ୍ଷତି ହେବ । ହଂକଂ ସମେତ ଦକ୍ଷିଣ ପୂର୍ବ ଚୀନର ବହୁ ଅଞ୍ଚଳରେ ବିତ୍ପାତ ଆଣିବ ମା-ଅନ୍‌ । ଏହାଯୋଗୁଁ ଫିଲିପାଇନ୍ସରୁ ହଜାର ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ଗୁଆଙ୍ଗଡଙ୍ଗ ଅଞ୍ଚଳରେ ହାଇ ସ୍ପିଡ ରେଳ ଚଳାଚଳ, ଫେରି ସେବାକୁ ବାତିଲ କରାଯାଇଛି। ସମୁଦ୍ର କୂଳରେ ଚାଲିଥିବା ପ୍ରୋଜେକ୍ଟକୁ ବନ୍ଦ କରାଯାଇ କର୍ମଚାରୀଙ୍କୁ ସ୍ଥାନାନ୍ତର କରାଯାଇଛି।

ଏହାସହ ସେଞ୍ଜହେନରେ ବିମାନ ସେବା ମଧ୍ୟ ବାତିଲ କରାଯାଛଛି। ଆଜି ମଧ୍ୟାହ୍ନ କିମ୍ବା ଅପରାହ୍ଣରେ ଚୀନର ଗୁଆଙ୍ଗଡୋଙ୍ଗ ପ୍ରଦେଶରେ ସ୍ଥଳଭାଗ ଛୁଇଁବା ପୂର୍ବରୁ ମା-ଅନ୍‌ ଟାଇଫୁନ୍‌ ତୀବ୍ରତାରେ ପହଞ୍ଚିପାରେ ବୋଲି ଆମେରିକା ପାଣିପାଗ ସଂସ୍ଥା ଆକ୍ୟୁ େଓ୍ଵଦର ପାଣିପାଗ ବିଜ୍ଞାନୀ ଜାସନ ନିକୋଲସ୍‌ ପୂର୍ବାନୁମାନ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.