ଭୁବନେଶ୍ୱରରେ ଘର ଦେବା ନାଁରେ ଠକେଇ ମାମଲା, ଜେଲ ଗଲେ ବିଲ୍‌ଡର

ଭୁବନେଶ୍ୱର(କେନ୍ୟୁଜ୍): ଭୁବନେଶ୍ୱରରେ ଘର ଦେବା ନାଁରେ ଠକେଇ ମାମଲାରେ ଜେଲ ଗଲେ ବିଲ୍‌ଡର। ଓଡିଶା ହୋମସ୍‌ ଆଣ୍ଡ କମର୍ସିଆଲ ପ୍ରାଇଭେଟ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଅରବିନ୍ଦ ସାନ୍ତ୍ରାଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା। ଘର ଯୋଗାଇବା ପାଇଁ ବିଭିନ୍ନ ଗ୍ରାହକଙ୍କ ଠାରୁ ୨୦କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଛି। ପରେ ତାଙ୍କୁ କଟକର ସ୍ୱତନ୍ତ୍ର ଓପିଆଇଡି କୋର୍ଟରେ ହାଜର କରିଥିଲା EOW। ତାଙ୍କୁ ଜେଲ ପଠାଇଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.