Below header

ବଳିଯାଇଥିବା ଭାତରେ ଅତି ସହଜରେ ବନାନ୍ତୁ ଟେଷ୍ଟି ଟେଷ୍ଟି ଲଲିପପ, ପିଲାମାନଙ୍କୁ ଆସିବ ବହୁତ ପସନ୍ଦ

ସାଧାରଣତଃ ଆମେ ଘରେ ରୋଷେଇ କରୁଥିବା ଖାଦ୍ୟ ଅନେକ ସମୟରେ ବଳକା ରହିଯାଇଥାଏ । ବଳକା ଖାଇବା ମଧ୍ୟରେ ପ୍ରାୟତଃ ଆମର ଭାତ ଅଧିକ ମାତ୍ରାରେ ହୋଇଯାଇଥାଏ କିନ୍ତୁ ଅନେକ ସମୟରେ ଏହାକୁ ଫୋପାଡିବା ପାଇଁ ଇଛା ହୁଏନାହିଁ । ଏପରି ସ୍ଥଳେ ଯଦି ଆପଣ ବଳକା ଭାତରେ ନିଜ ପିଲା ମାନଙ୍କ ପାଇଁ କିଛି ଟେଷ୍ଟି ଖାଇବା ପ୍ରସ୍ତୁତ କରିପାରନ୍ତେ ତାହେଲେ କେତେ ଭଲ ହୁଅନ୍ତା ? ଯଦି ଆପଣ ଏପରି ଭାବୁଛନ୍ତି ତାହେଲେ ବ୍ୟସ୍ତ ହୁଅନ୍ତୁ ନାହିଁ । କାରଣ ବର୍ତ୍ତମାନ ଆପଣ ବଳକା ଭାତରେ ଏକ ଭିନ୍ନ ଭାବେ ସକାଳେ ପିଲା ମାନଙ୍କ ପାଇଁ ଜଳଖିଆ ପ୍ରସ୍ତୁତ କରିପାରିବେ । ଆଉ ତାହା ପୁଣି ବହୁତ ଟେଷ୍ଟି । ଏହା ଏତେ ମାତ୍ରାରେ ସ୍ବାଦ୍ଦିଷ୍ଟ ଯେ ଏହାକୁ ଖାଇବା ମାତ୍ରେ କେହି ଭାବିବେ ନାହିଁ ଯେ ଏହା ବଳକା ଭାତରେ ତିଆରି ହୋଇଛି ବୋଲି । ତାହେଲେ ଆସନ୍ତୁ ଜାଣିବା ବଳକା ଭାତରେ ଲଲିପପ ପ୍ରସ୍ତୁତ କରିବାର ପ୍ରଣାଳୀ।

Image result for veg lollipop

ଏଥିପାଇଁ ଆବଶ୍ୟକ ହେଉଥିବା ସାମଗ୍ରୀ

ରନ୍ଧା କିମ୍ବା ବଳକା ରହିଯାଇଥିବା ଭାତ ୧ କପ, ଆଳୁ ଦୁଇଟି, ଗାଜର, ସିମଲା ଲଙ୍କା(ଅଧା କପ), ପନିର ୨ ବଡ଼ ଚାମଚ, ପିଆଜ ୧ଟି, କଞ୍ଚାଲଙ୍କା ୨ଟି, ଅଦାରସୁଣ ପେଷ୍ଟ ଅଧା ଚାମଚ, ଚାଟ ମସଲା କିମ୍ବା ମ୍ୟାଗି ମସଲା ୧ ଛୋଟ ଚାମଚ, ଗୋଲମରିଚ ଗୁଣ୍ଡ ଅଳ୍ପ, ବ୍ରେଡ ଗୁଣ୍ଡ ଅଳ୍ପ ଓ ଲୁଣ ସ୍ୱାଦ ଅନୁସାରେ ଏହା ସହିତ ଟୁଥ ପିକ୍ସ ୨୦-୨୫ ଟି ।

ପ୍ରସ୍ତୁତି ପ୍ରଣାଳୀ

Related image

ଏହାକୁ ବନାଇବା ପାଇଁ ଆପଣ ବଳକା ଭାତର ବ୍ୟବହାର କରିପାରନ୍ତି କିନ୍ତୁ ଯଦି ଆପଣ ଚାହିଁବେ ତାହେଲେ ଏଠାରେ ତାଜା ଭାତର ମଧ୍ୟ ବ୍ୟବହାର କରିପାରିବେ । ଏଥିପାଇଁ ସର୍ବପ୍ରଥମେ ଆଳୁକୁ ସିଝାଇ ଚକଟି ଦିଅନ୍ତୁ ଏବଂ ଗାଜର, ସିମଲା ଲଙ୍କା, ପିଆଜ, କଂଚା ଲଙ୍କା ଓ ପନିରକୁ ଛୋଟ ଛୋଟ କରି କାଟି ଭଲଭାବେ ମିଶାଇ ଦିଅନ୍ତୁ । ବର୍ତ୍ତମାନ ଭାତକୁ ଗ୍ରାଇଣ୍ଡିଙ୍ଗ କରି ସେଥିରେ ପୂର୍ବରୁ ଚକଟି ରଖିଥିବା ଆଳୁ, ମିକ୍ସ ଭେଜିଟେବଲ ଓ ଅଦାରସୁଣକୁ ଭଲ ଭାବେ ମିଶାଇ ଦିଅନ୍ତୁ । ବର୍ତ୍ତମାନ ଏହି ମିଶ୍ରଣରେ ଲୁଣ, ଚାଟ ମସଲା, ମ୍ୟାଗି ମସଲା ଏବଂ ଅଧା ବ୍ରେଡର ଗୁଣ୍ଡ ପକାଇ ହାତରେ ଭଲଭାବେ ମିଶାଇ ଦିଅନ୍ତୁ । ତାପରେ ଏହି ମିଶ୍ରଣକୁ ଛୋଟ ଛୋଟ ଗୁଳା ବନାଇ ତାକୁ ବ୍ରେଡ ଗୁଣ୍ଡରେ ଗୋଳାଇ ରଖନ୍ତୁ । ସମସ୍ତ ଗୁଳାକୁ ଏପରି କରି ସାରିବା ପରେ ସେଟ ହେବ ପାଇଁ ଅଧଘଣ୍ଟା ପର୍ଯ୍ୟନ୍ତ ଫ୍ରିଜରେ ରଖିଦିଅନ୍ତୁ ।

ଏହାସହ ପଢନ୍ତୁ ବର୍ତ୍ତମାନ ବ୍ରେଡ଼ରେ ଅତି ସହଜରେ ଘରେ ପ୍ରସ୍ତୁତ କରନ୍ତୁ ଟେଷ୍ଟି ଗୁଲାବଯାମୁନ, ଟେଷ୍ଟ ଏପରି ଯେ ସମସ୍ତେ କହିବେ ୟୁନିକ

ଅଧଘଣ୍ଟା ପରେ ଏହାକୁ ଫ୍ରୀଜରୁ ବାହାର କରି ତେଲରେ ବ୍ରାଉନ ହେବା ପର୍ଯ୍ୟନ୍ତ ଫ୍ରାଏ କରନ୍ତୁ । ଏହି ଗୁଳା ଗୁଡିକ ଫ୍ରାଏ ହୋଇଯିବା ପରେ ତାକୁ ବାହାର କରି ଟୁଥପିକ ଲଗାଇ ଲଲିପପ ଭଳି ବନାଇ ଦିଅନ୍ତୁ । ବର୍ତ୍ତମାନ ପ୍ରସ୍ତୁତ ହାଇଗଲା ଆପଣଙ୍କର ଟେଷ୍ଟି ଟେଷ୍ଟି ଲଲିପପ । ଏହାକୁ ଆପଣ ଟମାଟୋ ସସ କିମ୍ବା ଗ୍ରୀନ ଚଟଣୀ ସହିତ ଖାଇପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.