ବନ୍ଦ ହେବ ଭାରତ ଓ ପାକିସ୍ତାନକୁ ଏକାଠି କରୁଥିବା ସିନେମା ହଲ
ଭାରତ ଓ ପାକିସ୍ତାନ କୁ ଏକାଠି କରୁଥିବା ଏହି ସିନେମା ହଲ ଅତିଶୀଘ୍ର ବନ୍ଦ ହେବ | ଦୁଇ ଦେଶର ସୀମାରେ ଅବସ୍ଥିତ ଫିରୋଜପୁରର ସବୁଠୁ ପୁରୁଣା ସିନେମା ହଲଟି ବନ୍ଦ ହେବାକୁ ଯାଉଛି । ଭାରତୀୟଙ୍କ ଅପେକ୍ଷା ପାକିସ୍ତାନୀ ବାସୀଙ୍କର ଏହା ଅଧିକ ପ୍ରିୟ ସିନେମା ହଲ ଥିଲା। ‘ଧନୀ ରାମ ଥିଏଟର’ ନାମରେ ନାମିତ ଏହି ସିନେମା ହଲଟି ଅତି ଶୀଘ୍ର ବନ୍ଦ ହେବାକୁ ଯାଉଛି। ଏହାକୁ ‘ରାଜା ଟକିଜ’ ମଧ୍ୟ କୁହାଯାଏ। ଏହାକୁ ୧୯୩୦ ମସିହାରେ ହିଁ ପ୍ରତିଷ୍ଠା କରାଯାଇଥିଲା । ଭାରତ ଓ ପାକିସ୍ତାନ ସୀମାରେ ଫିରୋଜପୁର ସହରରେ ଅବସ୍ଥିତ ଥିବା ଏହି ସିନେମା ହଲ ଟିରେ ପାକିସ୍ତାନୀ ଦର୍ଶକ ମାନଙ୍କର ହିଁ ବେଶୀ ସମାଗମ ହୋଇଥାଏ। ଏକ ଇଂରାଜୀ ୱେବସାଇଟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଦିନକୁ ଦିନ ବଢୁଥିବା କରର ପରିମାଣ ଓ ଅତ୍ୟାଧୁନିକ ସିନେମା ହଲ ଗୁଡିକର ଚାହିଦା କୁ ପୂରଣ କରିବାରେ ଏହା ସକ୍ଷମ ନଥିଲା। ଏହାଛଡା ଏହାର ମାଲିକଙ୍କ କହିବା ଅନୁଯାୟୀ ଦିନକୁ ଦିନ ଏଠାକୁ ଆସୁଥିବା ଦର୍ଶକଙ୍କ ସଂଖ୍ୟା କମିବାରେ ଲାଗିଛି। ଲୋକେ ସାଧାରଣତ ଅତ୍ୟାଧୁନିକ ପ୍ରଣାଳୀରେ ନିର୍ମିତ ହଲକୁ ଯିବାକୁ ବେଶୀ ପସନ୍ଦ କରୁଛନ୍ତି। ତେଣୁ ହଲ ଟିର ଦେଖା ରେଖା ମଧ୍ୟ ଭଲଭାବେ ହୋଇପାରୁନାହିଁ।
ଏହା ସହ ପଢନ୍ତୁ ଅନେକ ଚେତାବନୀ ପରେ ମଧ୍ୟ ଖୋଲାଗଲା ୨୦୦୦ ବର୍ଷ ପୁରୁଣା ରହସ୍ୟମୟ କବର, ଭିତରର ଦୃଶ୍ୟ ଦେଖି ଉଡିଯାଇପାରେ ହୋସ
ଏକଦା ହୁସେନବାଲ ଛକ ଠାରେ ଭାରତ ଓ ପାକିସ୍ତାନ ମଧ୍ୟରେ ବହୁ ବ୍ୟବସାୟ ହେଉଥିଲା । ପାକିସ୍ତାନର ବ୍ୟବସାୟୀ ଏଠାରେ କିଛି ସମୟ ପାଇଁ ଅଟକି ଟକିଜରେ ସିନେମା ଦେଖିବାକୁ ବେଶୀ ପସନ୍ଦ କରୁଥିଲେ। ସୂଚନା ମୁତାବକ ୧୯୭୧ ମସିହାର ଯୁଦ୍ଧରେ ହୁସେନ ଵାଲା ପୋଷ୍ଟ ଟିକୁ ସମ୍ପୂର୍ଣ ରୂପେ ବନ୍ଦ କରାଯାଇଥିଲା । କିନ୍ତୁ ତଥାପି ପାକିସ୍ତାନର ଦର୍ଶକଙ୍କ ମଧ୍ୟରେ ରାଜା ଟକିଜ ସିନେମା ହଲକୁ ଆସିବାର ଆଗ୍ରହ ତିଳେ ମାତ୍ର କମିନଥିଲା । କିନ୍ତୁ ଆର୍ଥିକ ସଙ୍କଟର ସାମ୍ନା କରିନପାରିବାରୁ ହଲ ଟିକୁ ବନ୍ଦ କରାଯାଇଥିଲା । ଖାଲି ଏହା ନୁହେ ଏହା ସହ ଯୋଶୀ ପାଲେସ, ଅମର ଟକିଜ ଓ ସିମଲା ଟକିଜ ଗୁଡିକୁ ମଧ୍ୟ ବନ୍ଦ କରାଯାଇଛି ।